ଭାରତ-ଚୀନ୍ ସୀମାରେ IES ଅଧିକାରୀ ନିଖୋଜ, ଆସନ୍ତାମାସରେ ହେବାର ଥିଲା ବାହାଘର

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ଭାରତ-ଚୀନ୍‌ ସୀମାରେ ନିର୍ମାଣ ହେଉଥିବା ରାସ୍ତାର ନିରୀକ୍ଷଣ କରିବାକୁ ଯାଇ ନିଖୋଜ । ରାସ୍ତାର ନୀରିକ୍ଷଣ କରିବାକୁ ଯାଇ ଭାରତୀୟ ଇଞ୍ଜିନିୟରିଂ ସେବା (IES) ଅଧିକାରୀ ସୁଭାନ ଅଲ୍ଲୀଙ୍କ ଜିପ୍‌ ଭାରସାମ୍ୟ ହରାଇ ପାଞ୍ଚହଜାର ଫୁଟ ତଳକୁ ଖସିପଡିଥିଲା । ସେନା ପକ୍ଷରୁ ସୁଭାନଙ୍କ ଅନୁସନ୍ଧାନ ଜାରି ରହିଛି । କିନ୍ତୁ ଏବେ ସୁଭାନ୍ତଙ୍କ ଜିପ୍‌ର ପତ୍ତା ମିଳିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ୍‌ ଖବର ନାହିଁ । ତେବେ ବର୍ତ୍ତମାନ ସୁଭାନ୍ତଙ୍କ ଅନୁସନ୍ଧାନରେ ସେନା ପକ୍ଷରୁ ହେଲିକପ୍ଟର ମୁତୟନ କରାଯାଇଛି ।

ଭାରତୀୟ ଇଞ୍ଜିନିୟରିଂ ସେବା (IES) ଅଧିକାରୀ ସୁଭାନ ଅଲ୍ଲୀଙ୍କ ଘର ବଳରାମପୁର ଜିଲ୍ଲା କୌବାପୁର ଅଞ୍ଚଳର ଜୟନଗରର ବାସୀନ୍ଦା । ସୁଭାନ୍‌ଙ୍କ ପ୍ରାରମ୍ଭିକ ଶିକ୍ଷା ଜିଲ୍ଲାର ଆଦର୍ଶ  ବିଦ୍ୟାଳୟରେ ହୋଇଛି । ଜୟନଗରା ଗାଁର ନିବାସୀ ରମ୍‌ଜାନ୍‌ ଅଲୀଙ୍କ ୨୮ବର୍ଷୀୟ ପୁତ୍ର ସୁଭାନ୍‌ ଅଲ୍ଲୀ ଛଅମାସ ତଳେ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।  ତେବେ ତିନିମାସ ତଳେ ତାଙ୍କ ମୁତୟନ ପ୍ରତିରକ୍ଷା ବିଭାଗରେ ସିଭିଲ୍‌ ଇଞ୍ଜିନିୟର ଭାବେ ଲଦାଖରେ ନିଯୁକ୍ତି ପାଇଥିଲେ । ସିଭିଲ୍‌ ଇଞ୍ଜିନିୟରିଂ ଟ୍ରେଡ୍‌ରେ ୨୪ନମ୍ବର ରାଙ୍କ ହାସଲ କରିଥିଲେ । ସୁଭାନ ପ୍ରଥମରୁ ଦିଲ୍ଲୀ ବିକାଶ ପ୍ରାଧିକରଣରେ ସିଭିଲ୍‌ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ । ଅପ୍ରେଲ ୨୦୨୦ରେ ତାଙ୍କ ନିଯୁକ୍ତି ଲଦାଖରେ କରାଯାଇଥିଲା । ବର୍ତ୍ତମାନ ସମୟରେ ସୁଭାନ୍‌ ଅଲ୍ଲୀ କାରାଗିଲ୍‌ କ୍ଷେତ୍ରରେ ନିର୍ମାଣ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଛି । ଭାରତ-ଚୀନ୍‌ ସୀମାରେ ମୀନା ମାର୍ଗରୁ ଦ୍ରାସ୍‌ ପର୍ଯ୍ୟନ୍ତ ସଡକ ନିର୍ମାଣ ଚାଲିଛି । ସୋମବାର ଦିନ ସୁଭାନ ଏହି ରାସ୍ତାର ନୀରିକ୍ଷଣ କରିବା ପାଇଁ ଯାଇଥିଲେ । ନିରୀକ୍ଷଣ କରୁଥିବା ସମୟରେ ତାଙ୍କ ଜିପ୍‌ ଭାରସାମ୍ୟ ହରାଇ ଖାଇକୁ ଖସିଯାଇଥିଲା ।  ପାଞ୍ଚ ହଜାରରୁ ଅଧିକ ଫୁଟ ତଳକୁ ଖସିପଡିଥିଲା ଜିପ୍‌ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜିପ୍‌କୁ ଉଦ୍ଧାର କରିବା ସହ ସେଥିରେ ଥିବା ଯବାନଙ୍କ ମଧ୍ୟ ଉଦ୍ଧାର କରାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଭାନଙ୍କ କୌଣସି ପତ୍ତାମିଳିନାହିଁ । ଘଟଣାସମ୍ପର୍କରେ ଜାଣି ପରିବାର ଲୋକଙ୍କ ଅତ୍ୟନ୍ତ ଦୁଖରେ ଭାଙ୍ଗିପଡିଛନ୍ତି ।

ଜୁଲାଇ ମାସରେ ହୋଇଥାନ୍ତା ବିବାହ

ଭାରତୀୟ ଇଞ୍ଜିନିୟରିଂ ସେବା (IES) ଅଧିକାରୀ ସୁଭାନ ଅଲ୍ଲୀ ପ୍ରତିଦିନ ଭିଡିଓ କଲ୍‌ ମାଧ୍ୟମରେ ପରିବାର ଲୋକଙ୍କ ସହିତ କଥା ହେଉଥିଲେ । ଭାରତ-ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦ ସମୟରେ ପୁଅର ନିଖୋଜକୁ ନେଇ ପରିବାର ଲୋକ ଚିନ୍ତାର ବିଷୟ ପାଲଟିଛି । ଶୁଭାନ୍‌ଙ୍କ ଭାଇ ସାବାନଙ୍କ ଅନୁଯାୟୀ,ସୋମବାର ଦିନ ତାଙ୍କ ଭାଇଙ୍କ ଫୋନ୍‌ ଆସିନଥିଲା । ଆମ ପଟୁ ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ଲାଗିନଥିଲା । ଶେଷରେ ଆମେ ମଙ୍ଗଳବାର ଦିନ ସୁଭାନଙ୍କ ସିନିୟର ଅଫିସରଙ୍କୁ ଫୋନ୍‌ କରାଯାଇଥିଲା । ଏହାପରେ ସମସ୍ତ ଘଟଣାସମ୍ପର୍କରେ ପରିବାର ଲୋକଙ୍କ ଜଣାଇଦିଆଯାଇଥିଲା ।  ତେବେ ପରିବାରଠାରୁ ମିଳିଥିବା ତଥ୍ୟ ଅନୁସାରେ ଜୁଲାଇ ମାସରେ IES ଅଧିକାରୀ ସୁଭାନ ଅଲ୍ଲୀ ବିବାହ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ବିବାହ ନେଇ ପ୍ରସ୍ତୁତ ମଧ୍ୟ ଜୋରାଦାର ଚାଲିଥିଲା । ଭାଇ ଶାବାନଙ୍କ ଅନୁଯାୟୀ, ପୂର୍ବରୁ ଅପ୍ରେଲ୍‌ ମାସରେ ତାଙ୍କ ବିବାହ ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଲକ୍‌ଡାଉନ୍‌ ପାଇଁ ବାହାଘର ତାରିଖ ଘୁଞ୍ଚାଇବାକୁ ପଡିଥିଲା ।

ଲଦାଖରେ ପ୍ରତିରକ୍ଷା ବିଭାଗ ସିଭିଲ୍‌ ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଥିବା ସୁଭାନ ଅଲ୍ଲୀଙ୍କ ପିତା ଜଣେ ଟେଲ୍‌ର ଭାବେ କାର୍ଯ୍ୟ କରୁଥିଲେ । ସୁଭାନଙ୍କ ପିତା ଦୁଃଖରେ ଥାଇ ମଧ୍ୟ ପୁଅର ସମସ୍ତ ଇଚ୍ଛାକୁ ପୂରଣ କରିଥିଲେ । ଯାହାର ଫଳରେ କି ପୁଅ ଭାରତୀୟ ଲୋକସେବା ଆୟୋଗର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । IESରେ ୨୪ ତମ ରାଙ୍କ ହାସଲ କରି ପିତାଙ୍କ ନାମ ଉଚ୍ଚା କରିଥିଲେ । ଏବେ ପୁଅର ନିଖୋଜ ଖବର ଶୁଣି ପୁରା ପରିବାର ଚିନ୍ତାରେ ଭାଙ୍ଗିପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.