Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ-ଜୁହା, କରୋନା ପାଇଁ ନିରାଡମ୍ୱର ପାଳନ

21/07/2021 at 8:41 AM

ଭଦ୍ରକ ୨୧/୭ : ଆଜି ଇଦ ଉଲ ଜୁହା ।  ଭଦ୍ରକ ସହରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଉଛି ।  କରୋନା କଟକଣା ପାଇଁ ଜାରି ହୋଇଥିବା କଟକଣା ପାଇଁ  ଧାର୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଯାଇଛି । ତେଣୁ ଆଜି ଏହି ବଳିଦାନର ପର୍ବକୁ ମୁସଲିମ ଧର୍ମାବଲମ୍ବୀ ମାନେ ପ୍ରଶାସନ ର ନିର୍ଦ୍ଦେଶ ଏବଂ ଚଉଦ ମହଲା ମୁସଲିମ ଜମାତର ଅନୁରୋଧ କ୍ରମେ ସାମାଜିକ ଦୂରତା ରଖି ଇଦଗାହ ଓ ମସଜିଦରେ ନମାଜ ପାଠ କରିଛନ୍ତି ।

ବିଶେଷ କରି ଇଦଗାହ ଓ ମସଜିଦରେ ୫ ଜଣ କରି ମୁସଲିମ ଧର୍ମାବଲମ୍ବୀ ମାନେ ଆସି ନମାଜ ପାଠ କରିଛନ୍ତି । ଅନ୍ୟମାନେ ନିଜ ନିଜ ଘରେ ରହି ନମାଜ ପାଠ କରିଥିବା ଲକ୍ଷ କରାଯାଇଛି । ତେବେ ଭଦ୍ରକ ସହରରେ ଥିବା ଇଦଗାହରେ ଆଜିର ଦିନରେ ହଜାର ହଜାର ମୁସଲମାନ ସମୂହ ନମାଜ ପାଠ କରିବାକୁ ଥିବା ବେଳେ ଆଜି ମାତ୍ର ପାଞ୍ଚ ଜଣରେ ସୀମିତ ରହିଥିଲା ନମାଜ ପାଠ ।

ତେବେ ନିରାଡ଼ମ୍ବର ଭାବେ ଏହି ପର୍ବ ପାଳନ କରାଯାଇଥିଲେ ମଧ୍ୟ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନିଜ ନିଜ ଘରେ ରହି ଏହି ପର୍ବ କୁ ପାଳନ କରିଛନ୍ତି । ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ପର୍ବକୁ ଶୃଙ୍ଖଳିତ କରିବା ପାଇଁ  ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

   Related Posts