କାଶ୍ମୀରରେ ସେନା ଅପରେସନ ଯୋଗୁ ଭାଙ୍ଗିଛି ଆତଙ୍କବାଦୀଙ୍କ ଆଣ୍ଟ, ମୁକାବିଲା ପାଇଁ ଏବେ ଆଇଇଡିକୁ କରିଛନ୍ତି ଆୟୁଧ

Published By : Prameya-News7 Bureau | June 21, 2019 IST

ଶ୍ରୀନଗର :  ଜମ୍ମୁ-କାଶ୍ମୀରରେ ସେନା ଓ ମିଳିତ ସୁରକ୍ଷା ବଳ ଚଳାଇଥିବା ‘ ଅପରେସନ’ ଆତଙ୍କବାଦୀଙ୍କ ଆଣ୍ଟ ଭାଙ୍ଗିଦେଇଛି। ଅଧିକାଂଶ ଆତଙ୍କବାଦୀ ନେତା ନିହତ ହୋଇଥିବା ବେଳେ ଯେଉଁମାନେ ସେନା ଓ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ଚାଲିଛନ୍ତି ସେମାନେ  ସଙ୍ଗଠନ ନିମନ୍ତେ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଡ କରିବାରେ ବିଫଳ ହେଉଛନ୍ତି। ଏଣୁ ଉପତ୍ୟାକାରେ ସେନା ଓ ସୁରକ୍ଷା ବଳଙ୍କ ମୁକାବିଲା ଲାଗି ଏବେ ବିଦେଶୀ ଅସ୍ତ୍ରଶସ୍ତ୍ର ବଦଳେ ହାତ ତିଆରି ଇମ୍ପ୍ରୁଭାଇଜଡ ଏକ୍ସପ୍ଲସିଜ ଡିଭାଇସ (ଆଇଇଡି)କୁ ଅସ୍ତ୍ରକରିଛନ୍ତି। ସେମାନଙ୍କୁ ଏଭଳି ଆଇଇଡି ପ୍ରସ୍ତୁତ କରିବାକୁ ଜମ୍ମୁ-କାଶ୍ମୀର ପୋଲିସର ଜଣେ ପଳାତକ  କନଷ୍ଟେବଳ ପ୍ରଶିକ୍ଷଣ ଦେଉଥିବା ଜଣାପଡିଛି। ଯେଉଁଥିରେ ସେମାନେ ଛୋଟଛୋଟ ଗ୍ୟାସ ସିଲିଣ୍ଡରକୁ  ବଡବଡ ବିସ୍ଫୋରଣ ପାଇଁ ବ୍ୟବହାର କରୁଥିବା ଦେଖାଯାଇଛି।

{"id":125479}

ନିକଟରେ ଆତଙ୍କବାଦୀ ପୁଲୱାମାରେ ଏକ ଆଇଇଡି ବିସ୍ଫୋରଣ କରିଥିଲେ। ୪୪ ରାଷ୍ଟ୍ରୀୟ ରାଇଫଲକୁ ଟାର୍ଗେଟ୍ କରି ସେମାନେ ଏକ କାରରେ ଆଇଇଡି ବିସ୍ଫୋରଣ କରାଇଥିବା ବେଳେ ସେନାଜବାନମାନେ ଏହାର ଶିକାର ହୋଇଥିଲେ। ଫଳରେ ୨ ଜଣ ଜବାନ ଶହିଦ ହୋଇଥିବା ବେଳେ ବାହନ ଚାଳକଙ୍କ ସତର୍କତା ଯୋଗୁ ଅନ୍ୟ ୧୦ ଜଣ ଜବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଆତଙ୍କବାଦୀ ଡଡସୁରା-ଅବନ୍ତୀପୁରା-ପୁଲୱାମାରେ ପୁଣି ବଡଧରଣର ଆକ୍ରମଣ ଷଡଯନ୍ତ୍ର ରଚିଥିବା ଗୁଇନ୍ଦା ସୂଚନାରୁ ଜଣାପଡିଛି।

{"id":125480}

ପୋଲିସ ଚାକିରୀ ଛାଡି ପଳାଇଥିବା କନଷ୍ଟେବଲ ଜାହାଙ୍ଗୀର ମଲିକ ଓଫ ହ୍ୟାରିସ ଏବେ ଆତଙ୍କବାଦୀଙ୍କ ସହ ମିସିଯାଇଥିବା ଗୁଇନ୍ଦା ସୂଚନା ମିଳିଛି। ଜାହାଙ୍ଗୀର ଆଇଇଡି ପ୍ରଶିକ୍ଷଣ ପ୍ରଦାନ କରିବାରେ ଜଣେ ଓସ୍ତାଦ। ଏଣୁ ସହଜରେ ହାତ ପାଆନ୍ତାରେ ଉପଲବ୍ଧ ସାମଗ୍ରୀରେ ସେ ଆତଙ୍କବାଦୀଙ୍କୁ ଆଇଇଡି ପ୍ରସ୍ତୁତି ପ୍ରଣାଳୀ ପ୍ରଶିକ୍ଷଣ ଦେଉଥିବା ଆତଙ୍କାବାଦୀଙ୍କ ଏକ ଭିଡଓରୁ ଜଣାପଡିଛି। ସେମାନେ ଏବେ ଅଜିନାପୁରା, ତୁର୍କବଙ୍ଗମ, ଜୈନପୁରା, ଛତ୍ରଗାଁବ ଓ ସୋପିଆନ ରାସ୍ତାରେ ସେନା ଓ ଅର୍ଦ୍ଧସାମରିକ ବଳଙ୍କୁ ଟାର୍ଗେଟ୍ ପାଇଁ ଯୋଜନାରେ ଥିବା ଗୁଇନ୍ଦା ସତର୍କକରାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.