ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ, ଠାବ ହେଲା ୮ କିଲୋର ଆଇଇଡି

Published By : Prameya-News7 Bureau | April 03, 2021 IST

ମାଲକାନଗିରି ୩।୪: ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ୮ କିଲୋ ଓଜନର ଆଇଇଡି କଲେ ଠାବ । ଉଦ୍ଧାର କରିବା ପରେ ଯବାନମାନେ ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ୮୫ ବାଟାଲିୟନର ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିଜାପୁର ଜିଲ୍ଲା ଛେରପାଲ୍ ଗ୍ରାମ ମୋଦିପାରା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଖଞ୍ଜିଥିଲେ ଆଇଇଡି । ୮ କିଲୋ ଓଜନର ଆଇଇଡି କଲେ ଠାବ କରି ନିଷ୍କ୍ରିୟ କରିଛନ୍ତି ଯବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.