Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

ଗୟାରେ ମିଳିଲା ୩ଟି ଆଇଆଇଡି ବୋମା : ବିଫଳ ହେଲା ନକ୍ସଲଙ୍କ ବଡ଼ ଧରଣର ଷଡ଼ଯନ୍ତ୍ର

27/10/2020 at 2:45 PM

ଗୟା ୨୭/୧୦: ବିହାରର ଗୟାରେ ପ୍ରଥମ ପର୍ଯ୍ୟାୟର ମତଦାନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ବିଧାନସଭା କ୍ଷେତ୍ରରୁ ୩ଟି ଆଇଇଡି ବୋମା ମିଳିଛି। କୁହାଯାଉଛି ଯେ ଆଇଇଡି ବୋମା ନକ୍ସଲଙ୍କ ଦ୍ବାରା ଏଠାରେ ପ୍ଲାଣ୍ଟ୍ କରାଯାଇଥିଲା। ଚେକିଂ ସମୟରେ ସୁରକ୍ଷାକର୍ମୀ ଆଇଇଡି ବୋମା ଜବତ କରି ନକ୍ସଲଙ୍କ ବଡ଼ ଷଡ଼ଯନ୍ତ୍ରକୁ ବିଫଳ କରି ଦେଇଛନ୍ତି।

ଗୟାର ଇମାମଗଞ୍ଜ ବିଧାନସଭା କ୍ଷେତ୍ର ରାସ୍ତାରେ ନକ୍ସଲଙ୍କ ଦ୍ବାରା ଆଇଇଡି ବୋମା ପ୍ଲାଣ୍ଟ କରାଯାଇଥିଲା। ସୁରକ୍ଷାକର୍ମୀ ଚେକିଂ ସମୟରେ ଏହି ବୋମାକୁ ଜବତ କରିଥିଲେ। ଏହା ପରେ ଘଟଣାସ୍ଥଳରେ ପୋଲିସ୍ ଅଧିକାରୀ ପହଞ୍ଚିଯାଇଥିଲେ। ମାମଲାର ସୂଚନା ଦେଇ ଏସଏସପି କହିଥିଲେ ଯେ ନିର୍ବାଚନକୁ ନେଇ ପୋଲିସ ସହ ସିଆରପିଏଫ ଯବାନଙ୍କ ଦ୍ବାରା ସର୍ଚ୍ଚ ଅପରେସନ ଚଲାଯାଉଛି।

୩ଟି ବୋମାକୁ ନଷ୍ଟ କରି ଦିଆଯାଇଛି। ଏହା ବ୍ୟତୀତ ସୁରକ୍ଷାକର୍ମୀ ଅନ୍ୟ କ୍ଷେତ୍ରରେ ମଧ୍ୟ ସର୍ଚ୍ଚ ଅପରେସନ ଚଲାଉଛନ୍ତି। ପ୍ରଥମ ପର୍ଯ୍ୟାୟର ମତଦାନକୁ ନେଇ ସୁରକ୍ଷା ବ୍ୟବସ୍ଥା ଆହୁରି ମଧ୍ୟ କଡ଼ା କରି ଦିଆଯାଇଛି।

ଇମାମଗଞ୍ଜ ବିଧାନସଭାରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝି ନିର୍ବାଚନ ମଇଦାନରେ ଅଛନ୍ତି। ତାଙ୍କର ବିହାର ବିଧାନସଭାର ଅଧ୍ୟକ୍ଷ ରହିଥିବା ଉଦୟ ନାରାୟଣ ଚୌଧୁରୀଙ୍କ ସହ ମୁକାବିଲା ହେବ। ଗୟା ଜିଲ୍ଲାର ୧୦ଟି ବିଧାନସଭା କ୍ଷେତ୍ରରେ ପ୍ରଥମ ଚରଣରେ ଅକ୍ଟୋବର ୨୮ତାରିଖରେ ମତଦାନ ହେବ।

   Related Posts