ପୁଲୱାମାରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ହମଲା : ୨୮ ଯବାନ ସହିଦ, ୪୫ ଗୁରୁତର
14/02/2019 at 6:10 PM

ପୁଲୱାମା ୧୪/୨ : ଜାମ୍ମୁ ଓ କାଶ୍ମୀର ପୁଲୱାମା ଜିଲ୍ଲାର ଅୱନ୍ତିପୋରା ଅଞ୍ଚଳରେ ବଡ ଧରଣର ଆତଙ୍କବାଦୀ ହମଲା । ସିଆରିପିଏଫ ଯବାନଙ୍କୁ ନେଇ ଯାଉଥିବା ଗାଡି ଉପରକୁ ଆତଙ୍କବାଦୀ ହମଲା କରିବାରୁ ୨୮ ଜଣ ଯବାନ ସହିଦ। ୪୫ ଆହତ । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା। ଜୈସ ଏ ମହମ୍ମଦ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ଦୋହଲି ଯାଇଛି କାଶ୍ମୀର। ଆତଙ୍କବାଦୀଙ୍କ ବଡ ଧରଣର । ପୁଲୱାମା ଜିଲ୍ଲା ଅୱନ୍ତିପୋରା ହାଇୱେରେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ଏକା ସାଙ୍ଗରେ ଯାଉଥିଲେ ୭୦ଟି ଗାଡ଼ି । ଗାଡ଼ିରେ ଥିଲେ ୨୫ ଶହ ସିଆରପିଏଫ ଯବାନ। ଜାମ୍ମୁର ସମସ୍ତେ ଯାଉଥିଲେ ଶ୍ରୀନଗର। ଅୱନ୍ତିପୁରା ନିକଟ ଜାତୀୟ ରାଜପଥରେ ଆତଙ୍କବାଦୀ କରିଥିଲେ ଜୋରଦାର ହମଲା। ଆଇଇଡି ବ୍ଲାଷ୍ଟ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଦେଖନ୍ତୁ କେମିତି ଛିନଛତ୍ର ହୋଇଯାଇଛି ସେ ଇଲାକା । ଆକ୍ରମଣ ଯୋଗୁ ୨୮ ଯବାନ ସହିଦ ହୋଇଥିବା ବେଳେ ୪୫ ଯବାନ ଗୁରୁତର ଆହତ ହୋଇଛନ୍ତି।

ଏ ହେଉଛି ସେହି ଆତଙ୍କବାଦୀ ଯିଏକି ଯବାନଙ୍କୁ ଲକ୍ଷ୍ୟ କରି ଆତ୍ମଘାତୀ ହମ୍ଲା କରିଥିଲେ। ଜୈଶ- ଏ -ମହମ୍ମଦ ଆତଙ୍କୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟି କରିଛି। । ଦେଖନ୍ତୁ ସୈତାନର ସାଧୁବାଣୀ। କଣ କହୁଛି ସେହି ଆତଙ୍କବାଦୀ। ଭିଡିଓ ଜାରି କରି ନିଜର ବାହାବାହା କରୁଛି।
ରାସ୍ତାରେ ଛିଡା ହୋଇଥିବା ଏକ କାରରେ ଆଇଇଡି ପ୍ଲାଣ୍ଟ କରାଯାଇଥିଲା। ଯବାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଯେତେବେଳେ କାରକୁ ଅତିକ୍ରମ କରୁଥିଲା ସେତେବେଳେ ଏହି ବିସ୍ଫୋରଣ ହୋଇଥିଲା। ପରେ ଗାଡି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ ବି କରିଥିଲେ।

ଆହତ ଯବାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଅଞ୍ଚଳକୁ ସେନା ସିଲ୍ କରି ସର୍ଚ୍ଚ ଅପରେସନ ଜାରି କରିଛି ଗତ କିଛି ଦିନ ଧରି ପୁଲୱାମା ଅଶାନ୍ତ ହୋଇପଡ଼ିଛି। ଦୁଇ ଦିନ ତଳେ ଜଣେ କମାଣ୍ଡର ସହ ୨ ଆତଙ୍କବାଦୀଙ୍କୁ ଟପକାଇଥିଲେ ସୁରକ୍ଷା ବାହିନୀ ଗତକାଲି ଏକ ସ୍କୁଲରେ ହୋଇଥିଲା ବିସ୍ଫୋରଣ। ଆଉ ଆଜି ଆତଙ୍କବାଦୀ ବିସ୍ଫୋରଣ ଘଟାଇଛନ୍ତି।

ସୁରକ୍ଷାକର୍ମୀ ଯିବା ଆସିବା କରୁଥିବା ରାସ୍ତାରେ ଆତଙ୍କବାଦୀ ଆଇଇଡି ଖଞ୍ଜିଥିବା ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଥିଲା । ପୂରା ଅଞ୍ଚଳକୁ ତଲାସ ନ କରିବା ପର୍ଯ୍ୟନ୍ତ ଯବାନଙ୍କୁ ସେହି ଅଞ୍ଚଳରେ ଡ୍ୟୁଟି ପାଇଁ ପଠା ନଯିବାପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଥଲା, ତଥାପିବି ଆତଙ୍କବାଦୀ ସୁରକ୍ଷାବଳୟ ଭେଦ କଲେ ।
