ଇଡୁକ୍କୀ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୪୨କୁ ବୃଦ୍ଧି: ଏବେ ମଧ୍ୟ ଅନେକ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

Published By : Prameya-News7 Bureau | August 09, 2020 IST

ଇଡୁକ୍କୀ ୦୯/୦୮ : ଭୀଷଣ ବର୍ଷା ଓ ବନ୍ୟା ଯୋଗୁଁ କେରଳ ଇଡ଼ୁକ୍କୀ ଜିଲ୍ଲା ରାଜମଲା ଅଞ୍ଚଳରେ ଶୁକ୍ରବାର ଦିନ ଭୂସ୍ଖଳନ ହୋଇଥିଲା | ଏଥିରେ ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି | ତାଜା ସୂଚନା ଅନୁଯାୟୀ, ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୪୨ କୁ ବୃଦ୍ଧି ପାଇଛି | ଇଡୁକ୍କୀ ଜିଲ୍ଲା ଅଧିକାରୀ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ରାଜମଲାରେ ଭୂସ୍ଖଳନ ଘଟଣାରେ ଆଉ ୧୬ ଜଣଙ୍କର ଶବ ଉଦ୍ଧାର ହୋଇଛି | ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨ ହୋଇଛି |

{"id":312121,"width":570,"height":427,"sizeSlug":"large"}

ଶୁକ୍ରବାର ଲଗାତାର ଭୀଷଣ ବର୍ଷା ହେବାରୁ ଇଡୁକ୍କୀ ଜିଲ୍ଲାରେ ଭୂସ୍ଖଳନ ହୋଇଥିଲା | ଶୁକ୍ରବାର ଠାରୁ ଲଗାତାର ଉଦ୍ଧାରକାର୍ଯ୍ୟ ଜାରି ରହିଛି | ଘଟଣାସ୍ଥଳରୁ ଶବ ଉଦ୍ଧାର କରାଯାଉଛି | ଅନେକ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି | ଭୂସ୍ଖଳନ ସମୟରେ ଭୀଷଣ ଶବ୍ଦ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି | ଜୀବନ ବିକଳରେ ଏପଟେ ସେପଟେ ଦୌଡ଼ି ବୁଲୁଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି |

{"id":312122,"width":581,"height":435,"sizeSlug":"large"}

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଉଦ୍ଧାରକାର୍ଯ୍ୟ ପାଇଁ ହେଲିକେପ୍ଟର ସେବା ପ୍ରଦାନ କରିବାକୁ ଭାରତୀୟ ବାୟୁସେନା ସହ ଯୋଗାଯୋଗ କରିଛନ୍ତି | ଖୁବ ଶୀଘ୍ର ଏହି ସେବା ଉପଲବ୍ଧ କରିବାକୁ ଆଶା କରାଯାଉଛି | ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ.ଶୈଳଜା କହିଛନ୍ତି ଯେ ଗୋଟିଏ ମୋବାଇଲ ମେଡିକାଲ ଟିମ ଓ ୧୫ଟି ଆମ୍ବୁଲାଏନ୍ସ ଘଟଣାସ୍ଥଳକୁ ପଠାଯାଇଛି | ଆବଶ୍ୟକ ପଡିଲେ ଆହୁରି ମେଡିକାଲ ଟିମ ପଠାଯିବ ବୋଲି ସେ କହିଛନ୍ତି |

{"id":312123,"width":562,"height":374,"sizeSlug":"large"}

ଭାରତୀୟ ପାଣିପାଗ ବିଭାଗ ଇଡୁକ୍କୀ, ମଲପୁରମ ଓ ୱାୟନାଡ ଜିଲ୍ଲା ପାଇଁ ରବିବାର ଦିନ ରେଡ ଆଲର୍ଟ ଜାରି କରିଛନ୍ତି | ମୁଷଳଧାରା ବର୍ଷା ଓ ଡ୍ୟାମଗୁଡିକର ଗେଟ ଖୋଲିଦେବାରୁ କେରଳ ନଦୀଗୁଡିକରେ ଜଳସ୍ଥର ବଢିଯାଇଛି | ଅନେକ ଲୋକଙ୍କ ଘରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି |

{"id":312124,"sizeSlug":"large"}
67 acres of land in Ayodhya acquired by the Government of India in 1993, handed over to "Shri Ram Janmabhoomi Tirtha Kshetra".

କେରଳର ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ କ୍ଷତିପୂରଣ ଘୋଷଣା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.