କାନାଡ଼ାରୁ ଅଣାଯାଇଛି ଦେବୀ ଅନ୍ନପୁର୍ଣ୍ଣାଙ୍କ ମୂର୍ତ୍ତି, କାଶି ବିଶ୍ୱନାଥ ମନ୍ଦିରରେ ସଂରକ୍ଷିତ ଭାବେ ରହିବ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩/୧୧ : କାନାଡ଼ାର ଓଟାୱାରୁ ଫେରାଇ ଅଣାଯାଇଥିବା ଦେବୀ ଅନ୍ନପୁର୍ଣ୍ଣାଙ୍କ ମୂର୍ତ୍ତିକୁ ଉତ୍ତରପ୍ରଦେଶରେ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ରଖାଯିବ। ଉତ୍ତର ପୂର୍ବାଞ୍ଚଳ କେନ୍ଦ୍ରିୟ ସଂସ୍କୃତି ପର୍ଯ୍ୟଟନ ଓ ପୂର୍ବୋତ୍ତର କ୍ଷେତ୍ର ବିକାଶ ମନ୍ତ୍ରୀ ଜି କିଶନ୍ ରେଡ୍ଡୀ କହିଛନ୍ତି ଏହି ମୂର୍ତ୍ତିକୁ ଫେରାଇ ଆଣିବା ବିଷୟରେ ସେ ପୁରା ସୂଚନା ପ୍ରଦାନ କରିବେ। ସଂସ୍କୃତି ମନ୍ତ୍ରଣାଳୟ କହିଛି ଯେ ୧୯୭୬ ପରେ ୫୫ଟି ମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇଛି। ଏହାମଧ୍ୟରୁ ୨୦୧୪ ପରେ ୪୨ଟି ମୂର୍ତ୍ତି ଦେଶକୁ ଅଣାଯାଇଛି ଓ ଏଥିରେ ଅନ୍ନପୁର୍ଣ୍ଣାଙ୍କ ମୂର୍ତ୍ତି ନୁଆ ଅଟେ।

ମନ୍ତ୍ରଣାଳୟ କହିଛି, ଅନ୍ନପୁର୍ଣ୍ଣାଙ୍କ ମୁର୍ତ୍ତିକୁ ନଭେମ୍ବର ୧୧ରେ ଦିଲ୍ଲୀରୁ ଅଲିଗଡ଼କୁ ନିଆଯିବ, ସେଠାରୁ ନଭେମ୍ବର ୧୨ରେ କନ୍ନୌଜକୁ ନିଆଯିବ ଓ ଏହା ନଭେମ୍ବର ୧୪ରେ ଅଯୋଧ୍ୟାରେ ପହଞ୍ଚିବ। ଏହି ମୂର୍ତ୍ତି ଆସନ୍ତା ନଭେମ୍ବର ୧୫ରେ ବାରାଣାସିରେ ପହଞ୍ଚିବ। ଯେଉଁଠି ଉପଯୁକ୍ତ ରୀତିନୀତି ପରେ ଏହି ମୂର୍ତ୍ତିକୁ କାଶୀ ବିଶ୍ୱନାଥ ମନ୍ଦିରରେ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.