Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଉ ପ୍ରବାସ ଯିବୁନି, ଆମକୁ ଏଇଠି ଅଛି ସୁଯୋଗ ଓ ସୀକୃତି : ଝାରଡିଆ ମୂର୍ତ୍ତିକାର ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ

19/10/2020 at 3:30 PM

ଭଦ୍ରକ ୧୯।୧୦: କରୋନା ବଦଳାଇଲା ଜୀବନ ବଞ୍ଚିବାର ନୂଆ ତରିକା । ଦିନେ ପ୍ରବାସୀ ହୋଇ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିଲେ , କିନ୍ତୁ ଏବେ ନିଜ ଆତ୍ମନିର୍ଭଶୀଳ ହୋଇଛନ୍ତି । ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି । ନା କାମ ପାଇଁ , ଅନ୍ୟ କାହାର ସହଯୋଗ ଲୋଡିଛନ୍ତି , ନା ଅନ୍ୟ ଆଗରେ କାମ ପାଇଁ ହାତ ପାତିଛନ୍ତି । ନିଜେ ନିଜେକୁ ଆତ୍ମନିର୍ଭଶୀଳ କରିବାରେ ସକ୍ଷମ ହୋଇଛନ୍ତି । ଆସନ୍ତୁ ଜାଣିବା ଭଦ୍ରକ ଝାରଡିଆ ଗାଁର କିଛି ମୂର୍ତ୍ତି କାରିଗରଙ୍କ ବିଷୟରେ, ଯେଉଁମାନେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ରାଜ୍ୟ ବାହାରେ ରହି ବିଭିନ୍ନ କଳାକୃତି କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ରାଜ୍ୟ ବାହାରେ ନିର୍ମାଣ ହେଉଥିବା ବିଭିନ୍ନ ମଠ ଓ ମନ୍ଦିରରେ ଓଡ଼ିଶାର କଳାକାରୀ ଦେଖାଉଥିଲେ, ଭିନ୍ନ ଭିନ୍ନ ମୂର୍ତ୍ତି ନିର୍ମାଣ କରୁଥିଲେ । କିନ୍ତୁ ହଠାତ୍ ଏକ ଅଦିନିଆ ଝଡ଼ ପରି ମାଡିଆସିଲା ମହାମାରୀ କରୋନା । ସବୁ ଉଜାଡିଦେଲା।  କାମ୍‌ ସବୁ ଠପ୍‌ ହୋଇଗଲା । ଏହାପରେ ନିଜ ଭିଟାମାଟିକୁ ଫେରିଲେ । କିନ୍ତୁ ଗାଁକୁ ଫେରିବା ପରେ ମନୋବଳ ଭାଙ୍ଗିନଥିଲା । ବାହାର ରାଜ୍ୟରୁ ଫେରିଥିବା ଧାମନଗର ବ୍ଲକ ଝାରଡିଆ ଗାଁର ସମ୍ବିତ ପ୍ରଧାନଙ୍କର । ସେ ଫାଇନ ଆର୍ଟରେ ଡିଗ୍ରୀ ହାସଲ କରିଛନ୍ତି । ରାଜସ୍ଥାନରେ ରହି ମୂର୍ତ୍ତି ନିର୍ମାଣ କରୁଥିଲେ । କିନ୍ତୁ କରୋନା ପାଇଁ ଗାଁକୁ ଫେରି ଆରମ୍ଭ କଲେ ମୂର୍ତ୍ତି ତିଆରି କରିବା । ସାଙ୍ଗରେ ୩ ଜଣଙ୍କୁ ଆଣି ପଥର ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ସମସ୍ତେ ରାଜ୍ୟ ବାହାରେ ରହି କାମ କରୁଥିଲେ । ମିଳିମିଶି ସମସ୍ତେ କାମ ଆରମ୍ଭ କଲେ । ପଥରରେ ଭଳିକି ଭଳି ମୂର୍ତ୍ତି ନିର୍ମାଣ କରି ନିଜ ପରିବାର ପୋଷୁଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

ହାତୁଡି ଆଉ ନିହାଣରେ ଗଢୁଛନ୍ତି ମୂର୍ତ୍ତି । ସୋସିଆଲ ମିଡିଆରେ ମୂର୍ତ୍ତି ପାଇଁ ଅର୍ଡର ଆସୁଛି । ଜିଲ୍ଲା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ମୂର୍ତ୍ତି ତିଆରି ପାଇଁ ଅର୍ଡର ମିଳୁଛି । ମୂର୍ତ୍ତି ପାଇଁ ରାଜସ୍ଥାନରୁ ମାର୍ବଲ ପଥର ଓ ଖିଚିଙ୍ଗରୁ କଳା ମୁଗୁନି ପଥରରେ କାର୍ଯ୍ୟ କରୁଛନ୍ତି । ଗୋଟିଏ ମାର୍ବଲ ମୂର୍ତ୍ତି ପାଇଁ ପ୍ରାୟ ମାସେ ସମୟ ଲାଗୁଛି । ପଥର କାଟିବା , ପଲିସ୍‌ କରିବା ଓ ମୂର୍ତ୍ତି ଖୋଦେଇ ପାଇଁ ୪ ଜଣ ଭିନ୍ନ ଭିନ୍ନ କାର୍ଯ୍ୟ କରୁଛନ୍ତି । ଅନ୍ୟ ଦୁଇ ଜଣ ପ୍ରବାସୀ ଏବେ ତାଙ୍କ ନିକଟରୁ କାମ ଶିଖୁଛନ୍ତି । ରାଜ୍ୟ ବାହାରେ ଯାହା ରୋଜଗାର ହେଉଥିଲା ଏବେ କିନ୍ତୁ ଆୟ କମିଛି । ସେତିକି ଟଙ୍କାରେ ବେସ ଖୁସି ଅଛନ୍ତି ପ୍ରବାସୀ । ଆଉ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଯିବେ ନାହିଁ ବୋଲି କହୁଛନ୍ତି । ଭିଟାମାଟିରେ ରହି କାମ ଶିଖିବୁ, ଆଉ ସମସ୍ତେ ମିଶି ବ୍ୟବସାୟକୁ ବଢାଇବେ ବୋଲି କହୁଛନ୍ତି । କରୋନା ମହାମାରୀ ବହୁ ଦୁଖ ଆଣିଚୀ ସତ । କିନ୍ତୁ ବହୁ ଲୋକେ ଏବେ ଅଣ୍ଟା ସଳଖିଛନ୍ତି ଆଉ ନିଜ ଗୋଡ଼ରେ ଠିଆ ହେବ ଶିଖିଲେଣି ।

   Related Posts