Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବଲିଉଡ୍‌ର ଆଦର୍ଶ ଦମ୍ପତ୍ତି: ୩ ଥର ବାହାଘର, ତା’ପରେ ଗୌରୀଙ୍କୁ ଶାହରୁଖ ଖାନ୍ କହିଥିଲେ ‘ବୁର୍ଖା ପିନ୍ଧ, ନମାଜ ପଢ’…

11/04/2020 at 5:39 PM

ମୁମ୍ବାଇ ୧୧/୦୪ : କରୋନା ବର୍ତ୍ତମାନ ସାରା ଦୁନିଆକୁ କବଳିତ କରିଛି | କରୋନାରୁ ସୁରକ୍ଷିତ ରହିବ ପାଇଁ ସରକାର ଲୋକଙ୍କୁ ଘରେ ରହିବାକୁ ବାରମ୍ବାର ଅପିଲ କରୁଛନ୍ତି | ସାଧାରଣ ଜନତାଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଘରେ ଅଛନ୍ତି | ଏତିକିବେଳେ ବଲିଉଡ ସହ ଜଡିତ କିଛି କାହାଣୀ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି | ଏଥିରେ ଗୋଟିଏ କାହାଣୀ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଓ ତାଙ୍କ ପତ୍ନୀ ଗୌରୀଙ୍କର ମଧ୍ୟ ରହିଛି | ଶାହରୁଖ ଓ ଗୌରୀଙ୍କ ବିବାହକୁ ୨୮ ବର୍ଷ ହେଲାଣି | ତାଙ୍କୁ ବଲିଉଡର ଆଦର୍ଶ ଦମ୍ପତ୍ତି ବୋଲି କୁହାଯାଏ | ଆପଣ ଜାଣିଛନ୍ତି ବିବାହ ପରେ ଶାହରୁଖ ନିଜ ପତ୍ନୀଙ୍କୁ ନମାଜ ପଢିବାକୁ ଓ ବୁର୍ଖା ପିନ୍ଧିବାକୁ କହିଥିଲେ ?

ନିଜ କ୍ୟାରିଅର ଆରମ୍ଭରୁ ଶାହରୁଖ ଗୌରୀଙ୍କୁ ଭଲ ପାଇବସିଥିଲେ | ୧୯୮୪ ମସିହାରେ ଶାହରୁଖ ପ୍ରଥମଥର ପାଇଁ ଗୌରୀଙ୍କୁ ଦେଖିଥିଲେ ଓ ପ୍ରଥମ ଦେଖାରୁ ହିଁ ତାଙ୍କୁ ପ୍ରେମ ହୋଇଯାଇଥିଲା | ଉଭୟ ପରସ୍ପର ସହ ୬ ବର୍ଷ ସମ୍ପର୍କରେ ରହିବା ପରେ ବିବାହ କରିଥିଲେ | ଯେହେତୁ ଉଭୟ ଅଲଗା ଅଲଗା ଧର୍ମରୁ ଥିଲେ ତାଙ୍କୁ ବିବାହରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା | ଗୌରୀଙ୍କ ପରିବାର ପାଇଁ ଶାହରୁଖ ୫ ବର୍ଷ ପାଇଁ ହିନ୍ଦୁ ହୋଇ ରହିଥିଲେ | କିନ୍ତୁ ସତ ଯେହେତୁ ଲୁଚି ରହେନି ଯେବେ ହେଲେ ସାମ୍ନାକୁ ଆସେ, ସେ ମୁସଲମାନ ବୋଲି ଗୌରୀଙ୍କ ପରିବାର ୫ ବର୍ଷ ପରେ ଜାଣିବାକୁ ପାଇଲେ | ବହୁତ କଷ୍ଟରେ ତାଙ୍କ ପରିବାର ଏହି ବିବାହ ପାଇଁ ରାଜି ହୋଇଥିଲେ |

ବଲିଉଡର ଏହି ଆଦର୍ଶ ଦମ୍ପତ୍ତି ଥରେ ନୁହେଁ ବରଂ ୩ ଥର ବାହା ହୋଇଥିଲେ | ରିପୋର୍ଟ ଅନୁଯାୟୀ, ଶାହରୁଖ ଓ ଗୌରୀ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ| ଏହାପରେ ୧୯୯୧ ମସିହା ଅଗଷ୍ଟ ୨୬ ତାରିଖରେ ଉଭୟ ମୁସଲମାନ ଧର୍ମ ଅନୁଯାୟୀ ବିବାହ କରିଥିଲେ | ଏହାପରେ ସେହି ବର୍ଷ ଅକ୍ଟୋବର ୨୫ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ |

ଏକ ସାକ୍ଷାତ୍କାରରେ ଶାହରୁଖ କହିଥିଲେ ଯେ, ବିବାହ ପରେ ଗୌରୀଙ୍କ ଅନେକ ସମ୍ପର୍କୀୟ ଖୁସି ନଥିଲେ | ସେମାନେ ପୁରୁଣା ଚିନ୍ତାଧାରା ଲୋକ ଥିଲେ | ତଥାପି ବି ସେ ତାଙ୍କୁ ଓ ତାଙ୍କ ଚିନ୍ତାଧାରାକୁ ସମ୍ମାନ ଜଣାନ୍ତି ବୋଲି କହିଥିଲେ | ସେ କହିଛନ୍ତି, ଯେତେବେଳେ ସେ ତାଙ୍କ ଘରେ ପହଞ୍ଚିଥିଲେ ଗୌରୀଙ୍କ ସମ୍ପର୍କୀୟ କଥାବାର୍ତ୍ତା କରୁଥିଲେ ଯେ ମୁସଲମାନ ପିଲା, ଏବେ ଇଏ ଝିଅର ନାଁ ମଧ୍ୟ ବଦଳେଇଦେବ, ସେ ଏବେ ମୁସଲମାନ ହୋଇଯିବ ? ସେତେବେଳେ ଶାହରୁଖ ମଜା ଥଟ୍ଟାରେ ଗୌରୀଙ୍କୁ ନମାଜ ପଢିବା ପାଇଁ ଓ ବୁର୍ଖା ପିନ୍ଧିବା ପାଇଁ କହିଥିଲେ | ଏତିକି ଶୁଣି ଗୌରୀଙ୍କ ସମସ୍ତ ସମ୍ପର୍କୀୟ ଶାନ୍ତ ହୋଇଯାଇଥିଲେ ବୋଲି ସେ କହିଛନ୍ତି |

ଶାହରୁଖ କହିଛନ୍ତି ଯେ ସେମାନେ ସମସ୍ତେ ପଞ୍ଜାବୀ ଭାଷାରେ କାଠ ହେଉଥିଲେ | ସେତେବେଳେ ସେ ଗୌରୀଙ୍କୁ ବୁର୍ଖା ପିନ୍ଧିବା ପାଇଁ ଓ ନମାଜ ପଢିବା ପାଇଁ କହିଥିଲେ | ସେତେବେଳେ ସମସ୍ତେ ଭାବିଲେ ଶାହରୁଖ ପୂର୍ବରୁ ହିଁ ଗୌରୀଙ୍କ ଧର୍ମ ପରିବର୍ତ୍ତନ କରିଦେଇଛନ୍ତି |ଶାହରୁଖ ଓ ଗୌରୀ ଉଭୟ ଦିଲ୍ଲୀରେ ହିଁ ରହୁଥିଲେ | ଶାହରୁଖ ସେଣ୍ଟ କଲମ୍ବସ ସ୍କୁଲରେ ପଢିଥିଲେ| ଦିଲ୍ଲୀ ୟୁନିଭର୍ସିଟିର ହଂସରାଜ କଲେଜରେ ପଢିଥିଲେ | ଗୌରୀଙ୍କ ପିତା କର୍ଣ୍ଣଲ ରମେଶ ଛିବବର ମଧ୍ୟ ସେଠାରେ ରହୁଥିଲେ | ଗୌରୀ ଦିଲ୍ଲୀ ମଦରନ ସ୍କୁଲରେ ପଢୁଥିଲେ | ଏହାପରେ ସେ ଲେଡି ଶ୍ରୀରାମ କଲେଜରୁ ସ୍ନାତକ କରିଥିଲେ | ସେ ୬ ମାସର ଫ୍ୟାସନ ଡିଜାଇନ କୋର୍ସ ମଧ୍ୟ କରିଥିଲେ |

   Related Posts