Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୫୦ ହଜାର କୋଟି ଟଙ୍କାର ସାମରିକ ଚୁକ୍ତି, ତିଆରି ହେବ ୮୩ ତେଜସ୍

6/01/2021 at 2:12 PM

ନୂଆଦିଲ୍ଲୀ,୦୬/୦୧: ନୂଆବର୍ଷର ଆରମ୍ଭରେ ଭାରତ ସାମରିକ କ୍ଷେତ୍ରରେ ଦୁଇଟି ଐତିହାସିକ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଯୋଜନା କରାଯାଇଥିବା ସାମରିକ ବିମାନ କ୍ରୟ ଚୁକ୍ତିକୁ ଭାରତ କିଛି ମାସ ଭିତରେ ପୂରଣ କରିବାକୁ ଯାଉଛି। ଏହାର ବଜେଟ୍ ପାଖାପାଖି ୫୦ ହଜାର କୋଟି ଟଙ୍କା ହେବ ବୋଲି ସ୍ଥିର କରାଯାଇଛି।

ଏହି ଚୁକ୍ତି ଅନୁସାରେ ସ୍ୱଦେଶୀ ଜ୍ଞାନକୈଶଳରେ ନିର୍ମିତ ୮୩ଟି ତେଜସ୍ ଲଢ଼ୁଆ ବିମାନ ସହ ୫୬ଟି ମଧ୍ୟମ ଧରଣର ପରିବହନ ବିମାନ କିଣାଯିବ। ଏଥିପାଇଁ ଟାଟା-ଏୟାର ବସ୍ ଜଏଣ୍ଟ୍ ଭେଞ୍ଚର ସହ କିଛି ମାସ ମଧ୍ୟରେ ଚୁକ୍ତି କରାଯିବ।  ୩୭ ହଜାର କୋଟି ଟଙ୍କାରେ ୮୩ଟି ତେଜସ୍ ମାର୍କ-୧ଏ ବିମାନ ଦେଶର ଅଗ୍ରଣୀ ସାମରିକ ବିମାନ ପ୍ରସ୍ତୁତକାରୀ ପବ୍ଲିକ୍ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ କିଣାଯିବ। ଯାହାକି ପୂର୍ବରୁ କ୍ରୟ କରାଯାଇଥିବା ସ୍ୱଦେଶୀ ବିମାନ ମଧ୍ୟରେ ସବୁଠାରୁ ବଡ଼ ଚୁକ୍ତି। ଏହି ୮୩ଟି ଫାଇଟର୍ ଚୁକ୍ତି ହେବାର ୩ ବର୍ଷ ମଧ୍ୟରେ କମ୍ପାନୀ ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରିବ।

ଟାଟା-ଏୟାରବସ୍ ପ୍ରୋଜେକ୍ଟରେ ମଧ୍ୟ ୫୬ଟି ଟ୍ୱିନ୍-ଟର୍ବୋପ୍ରପ୍ ସି-୨୯୫ ଏୟାରକ୍ରାଫ୍ଟ ପ୍ରସ୍ତୁତ କରାଯିବ। ଯାହାକି ଭାରତୀୟ ବୟୁସେନାରେ ଥିବା ପୂରୁଣା ଏଭ୍ରୋ-୭୪୮ର ସ୍ଥାନ ନେବ। ଏହି ଚୁକ୍ତି ଦ୍ୱାରା ପ୍ରଥମକରି କୌଣସି ଭାରତୀୟ ପ୍ରାଇଭେଟ୍ କମ୍ପାନୀ ପ୍ରତିରକ୍ଷା ସାମଗ୍ରୀ ଯୋଗାଇବା କ୍ଷେତ୍ରରେ ପାଦ ଥାପିଛି। ଚୁକ୍ତି କରିବାର ଦୁଇ ବର୍ଷ ଭିତରେ ଏୟାରବସ୍ ୧୬ଟି ଏୟାରକ୍ରାଫ୍ଟ ପ୍ରସ୍ତୁତ କରି ପ୍ରତିରକ୍ଷା ବିଭାଗକୁ ଦେବ ଏବଂ ବାକି ୪୦ଟି ଆଗମୀ ଆଠ ବର୍ଷ ମଧ୍ୟରେ ପ୍ରସ୍ତୁତ କରିବ। ଏହି ୫୬ଟି ଏୟାର କ୍ରାଫ୍ଟ ପାଇଁ ୧୧ ହଜାର ୯ ଶହ ୨୯ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ତେବେ ଏହି ଦୁଇ ପ୍ରୋଜେକ୍ଟ କ୍ୟାବିନେଟ୍ ସୁରକ୍ଷା ପରିଷଦକୁ ଶେଷ ମୋହର ପାଇଁ ପଠାଯାଇଛି। ପ୍ରଥମେ ତେଜସ୍ ଫାଇଟର୍ ପାଇଁ ସୁରକ୍ଷା ପରିଷଦ ଅନୁମତି ଦେବେ ଏବଂ ଏଥିପାଇଁ ଫେବୃଆରୀର ପ୍ରଥମ ସପ୍ତାହରେ ଚୁକ୍ତି କରାଯିବ ବୋଲି ମଙ୍ଗଳବାର ପ୍ରତିରକ୍ଷା ଅଧିକରୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

   Related Posts