ଇଡ଼ଲି ଚଟଣି ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଛନ୍ତି ଶୌଚାଳୟ ପାଣି : ଭିଡିଓ ଭାଇରାଲ

Published By : Prameya-News7 Bureau | June 01, 2019 IST

ମୁମ୍ବାଇ ୧/୬ : ମୁମ୍ବାଇ ବୋରିଭଲି ରେଳ ଷ୍ଟେସନରେ ଜଣେ ଇଡ଼ଲି ବିକ୍ରେତା ଇଡ଼ଲି ଏବଂ ଚଟଣି ପ୍ରସ୍ତୁତ କରିବା ପାଇଁ ଶୌଚାଳୟ ପାଣି ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି । ଉକ୍ତ ବ୍ୟକ୍ତି ଜଣକ ଷ୍ଟେସନ ଶୌଚାଳୟରେ ଥିବା ଟ୍ୟାପରୁ ପାଣି ଆଣି ଚଟଣି ପ୍ରସ୍ତୁତ କରିଥାନ୍ତି ।

{"id":118341,"align":"center","width":452,"height":337}

ଏକ ଭିଡିଓରେ ସାମ୍ନାକୁ ଆସିବା ପରେ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଅଧିକାରୀ ଷ୍ଟେସନ ନିକଟବର୍ତ୍ତୀ ଅଂଚଳରେ ଏକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯାଞ୍ଚବେଳେ ଜଣାପଡିଥିଲା ଯେ, ବ୍ୟକ୍ତି ଜଣକ ଶୌଚାଳୟ ପାଣିରେ ଚଟଣି ପ୍ରସ୍ତୁତ କରୁଛନ୍ତି । ତେବେ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ, କୌଣସି ବ୍ୟବସାୟୀ ଏହିଭଳି ପାଣି ଖାଇବାରେ ବ୍ୟବହାର ନକରନ୍ତୁ । ଅଧିକାରୀ କହିଛନ୍ତି ଯେ, ଏହିଭଳି ଖାଇବା ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ତଦନ୍ତ ହେବ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପାଣି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ । ଏହିଭଳି ପାଣି ବ୍ୟବହାର କରିବା ଦ୍ୱାରା ମଣିଷ ଅନେକ ପ୍ରକାର ରୋଗରେ ପଡିଥାଏ ।

wp:html
/wp:html

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶୌଚାଳୟ ପାଣିରେ ଖାଇବା ପ୍ରସ୍ତୁତ କରୁଥିବା ଉକ୍ତ ବ୍ୟକ୍ତିଙ୍କୁ ସନ୍ଧାନ ଜାରି ରହିଛି । ଥରେ ତାଙ୍କ ପତା ମିଳିଗଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । 

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.