Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଚେତନ ଭଗତଙ୍କ ସଙ୍ଗୀନ ଆରୋପ, “ ବିଧୂ ବିନୋଦ ଚୋପ୍ରା ମୋତେ ଆତ୍ମହତ୍ୟା କରିବା ଭଳି ସ୍ଥିତିକୁ ଠେଲି ନେଇଥିଲେ “

22/07/2020 at 7:40 PM

ନୂଆଦିଲ୍ଲୀ ୨୨।୦୭: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜିମ୍ , ଆଉଟସାଇଡର ଆଦି ପ୍ରସଙ୍ଗକୁ ନେଇ ଭାଗଭାଗ ବଲିଉଡ । ସୁଶାନ୍ତଙ୍କ ମୃତ୍ୟୁ ବଲିଉଡ୍‌ରେ କିଛି ପ୍ରଭାବଶାଳୀଙ୍କୁ ଅଡୁଆରେ ପକାଇଛି ନିଶ୍ଚୟ । ପ୍ରତିଭାଙ୍କ ପ୍ରତି ଅବିଚାରକୁ ନେଇ ଅନେକ ମୁହଁ ଖୋଲିଛନ୍ତି ।ସୋସିଆଲ ମିଡିଆରେ ତାହାର ବେଶି ପ୍ରତିଫଳନ। ଏହି ସମୟରେ  ଆହୁରି  ଏକ ବଡ଼ ଚର୍ଚ୍ଚା ମୁମ୍ଟ ଟେକିଛି । ବିଶିଷ୍ଟ ଲେଖକ  ଚେତନ ଭଗତ ଟ୍ୱିଟରରେ ଦେଇଥିବା କିଛି ମନ୍ତବ୍ୟ ଝଡ ସୃଷ୍ଟି କରିଚି ।  ପ୍ରଯୋଜକ ବିଧୂ ବିନୋଦ ଚୋପ୍ରାଙ୍କୁ ଟାର୍ଗେଟ କରିଛନ୍ତି  ଆଇଆଇଟିଆନ ରାଇଟର ଚେତନ  ଭଗତ । ଟ୍ବିଟରରେ ବିଦୂ ବିନୋଦ ଚୋପ୍ରାଙ୍କ ପତ୍ନୀ ଅନୁପମା ଚୋପ୍ରାଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରିବା ବେଳେ ତାଙ୍କ ପୁରୁଣା କ୍ଷୋଭ ବାହାର କରିଛନ୍ତି ଚେତନ ଭଗତ । ରଖିଛନ୍ତି  ସଙ୍ଗୀନ ଦାବି ।

“ ପ୍ରଡ୍ୟୁସର ବିଧୂ ବିନୋଦ ଚୋପ୍ରା ମୋତେ ଧମକ ଦେଇଥିଲେ ଏବଂ ମୋତେ ଆତ୍ମହତ୍ୟା କରିବା ଭଳି ପରିସ୍ଥିତିର ନିକଟକୁ ଠେଲିଦେଇଥିଲେ । “ ଟ୍ବିଟରରେ ବିଧୂ ବିନୋଦ ଚୋପ୍ରାଙ୍କ ପତ୍ନୀ ଅନୁପମା ଚୋପ୍ରାଙ୍କୁ ଏପରି ସିଧା ଟ୍ବିଟ କରିଚନ୍ତି ଚେତନ ଭଗତ । ଅନୁପମା ହେଉଛନ୍ତି ଜଣେ ସିନେ କ୍ରିଟିକ୍ସ ବା ସମାଲୋଚକ । ତେବେ ବିଧୂବିନୋଦ ଚୋପ୍ରା ଏବଂ ଚେତନ ଭଗତଙ୍କ ମଧ୍ୟରେ ବିବାଦର କାରଣଟି ହେଲା ୨୦୦୯ ର ସୁପର ହିଟ ସିନେମା ଥ୍ରୀ ଇଡିୟଟ୍ସ । ଅମୀର ଖାନ ଅଭିନୀତ ସେହି ସିନେମାର କାହାଣୀ ଚେତନ ଭଗତଙ୍କ  ଲିଖିତ ପୁସ୍ତକ ଫାଇବ୍ ପଏଣ୍ଟ ସମୱାନ  ବିଷୟକୁନେଇ । କିନ୍ତୁ ସେହି ସିନେମାର କାହାଣୀର କ୍ରେଡିଟ ଦେବା ପ୍ରସଙ୍ଗରେ ସେତେବେଳେ ବିଧୂବିନୋଦ ଚୋପ୍ରା ତାଙ୍କୁ ବେଶ୍ ଖରାପ ବ୍ୟବହାର କରିଥିଲେ  ବୋଲି ଅଭିଯୋଗ କରନ୍ତି ଚେତନ ଭଗତ ।ଏବେ ସେହି ବିବାଦ ପୁଣି ଉଠିବାର କାରଣ ହେଲା  , ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ସିନେମା ଦିଲ ବେଚାରାକୁ ନେଇ ।

 ଦିଲ ବେଚାରା ଏହି ସପ୍ତାହରେ ରିଲିଜ ହେଉଥିବା ବେଳେ, ସୁଶାନ୍ତଙ୍କ ଏହି ସିନେମା ନେଇ, ଅତି ବାଜେ ଏବଂ ଶସ୍ତା ଲେଖା ନଲେଖିବାକୁ ତତାକଥିତ ତଥା ନିଜକୁ ବେଶ ପଣ୍ଡିତ, ଜ୍ଞାନୀ ଭାବୁଥିବା ପ୍ରଭାବୀ ସମାଲୋଚକ ମାନେ କିଛି ମନ୍ତବ୍ୟ ନରଖିବାକୁ ନଲେଖିବାକୁ ଟ୍ବିଟର ପେଜ୍‌ରେ ଲେଖିଥିଲେ ଚେତନ ଭଗତ । ସେ ତଥା କଥିତ ସିନେ କ୍ରିଟିକ୍ସଙ୍କ ଲାଗି ଅନେକ ଜୀବନ ବିପର୍ଯ୍ୟସ୍ତ ହୋଇଥିବା ବି ଆକ୍ଷେପ କରିଥିଲେ ।ତାଙ୍କ ଟ୍ବିଟ୍ ଅନୁପମା ଏବଂ ଅନ୍ୟ କ୍ରିଟିକ୍ସଙ୍କୁ ଇଦ୍ଦେଶ୍ୟ କରୁଥିଲା । ଏହାର ପାଲଟା ଟ୍ବିଟ୍‌ରେ ଚେତନଙ୍କୁ ପ୍ରବଚନର ଆକ୍ଷେପ କରିଥିଲେ ଅନୁପମା । ଆଉ ଏଥିରେ କଡା ଜବାବ ରଖିଛନ୍ତି ଚେତନ ଭଗତ ।ତାଙ୍କ ପ୍ରତି ବିଧୂବିନୋଦ ଚୋପ୍ରାଙ୍କ ବ୍ୟବହାର ଏବଂ ତାଙ୍କ କାହାଣୀକୁ ନେଇସିନେମା କରି ମଧ୍ୟତାଙ୍କୁ ଶ୍ରେୟ ନଦେବାକୁ ସମାଲୋଚନା କରିଛନ୍ତି ।

ଅନୁପମାଙ୍କ ଉଦ୍ଦେଶ୍ୟରେ ଚେତନ ଲେଖିଛନ୍ତି, “ଆପଣଙ୍କ ସ୍ବାମୀ ମୋତେ ଧମକାଇଲେ ଆଉ ନିର୍ଲଜ ଭାବେ ଶ୍ରେଷ୍ଠ କାହାଣୀ ପୁରସ୍କାର ନେଇଗଲେ । ଆପଣ ସେତେବେଳେ ଆପଣଙ୍କ  ସ୍ବାମୀଙ୍କ ପକ୍ଷରେ ରହିଗଲ। ସେହି ବିଧୂ ବିନୋଦ ଚୋପ୍ରା ମୋତେ ଆତ୍ମହତ୍ୟାର ସ୍ଥିତିକୁ ଠଲିଦେଇଥିଲେ ।“ଏହି ଟ୍ବିଟ ଯୁଦ୍ଧ ଏବେ ଆହୁରି ଜୋରଦାର ହୋଇ ବି ପାରେ । ନେପୋଟିଜିମ୍ ପ୍ରସଙ୍ଗକୁ  ଏହା ପୁଣି ଇନ୍ଧନ ଦେଇପାରେ । କଙ୍ଗନା ରଣୱାତ ଏବଂ ତାପସୀ ପନ୍ନୁହ୍କ ମଧ୍ୟରେ ଟ୍ବିଟ ୱାର ଚାଲିଛି । ସେପଟେ ଅନେକ କଳାକାର ଭାଗଭାଗ ହୋଇଗଲେଣି । ଏମିତି  ବି ହେବ ସୁଶାନ୍ତ ଙ୍କ ଅଭିନୟ ପାଇଁ ନୁହେଁ ବଲିଉଡର ଏକ ଘୃଣ୍ୟ ପରମ୍ପରା ତଥା କାରନାମାକୁ ଲୋକ ଲୋଚନକୁ ଆଣିଥିବାରୁ ବେଶି ଦିନ ମନେ ରହିପାରନ୍ତି ।

   Related Posts