ଗାଜାରେ ଇସ୍ରାଏଲର ବିମାନ ଆକ୍ରମଣ, ଅଲ ଜଜିରା ଓ AP ସମେତ ଅନେକ ଗଣମାଧ୍ୟମ କାର୍ଯ୍ୟାଳୟ ଧ୍ୱଂସ

Published By : Prameya-News7 Bureau | May 15, 2021 IST

ତେଲଆଭିବ ୧୫।୫: ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଶନିବାର ଗାଜା ଉପରେ ଆକ୍ରଣ କରିଛି।  ଆଇଡିଏଫ ଯୁଦ୍ଧବିମାନ ଏକ ୧୨ ମହଲା ଭବନ ଗାଜା ଟାୱାର ଉପରେ ବୋମାମାଡ଼ କରିବା ଯୋଗୁ ସମଗ୍ର ଭବନଟି ଧରାଶାୟୀ ହୋଇଛି। ଏହି ବିଲ୍ଡିଂରେ ଆମେରିକୀୟ ସମ୍ବାଦ ସରବରାହ ସଂସ୍ଥା ଏପିର କାର୍ଯ୍ୟାଳୟ ସମେତ କାତାର ଗଣମାଧ୍ୟମ ସଂସ୍ଥା  ଅଲ ଜଜିରା ଓ ଅନ୍ୟ ଗଣମାଧ୍ୟମମାନଙ୍କର କାର୍ଯ୍ୟାଳୟ ଥିଲା।

{"id":452968,"sizeSlug":"large","linkDestination":"none"}

ତେବେ ଏହି ଆକ୍ରମଣର ପ୍ରାୟ ଘଣ୍ଟାକ ପୂର୍ବରୁ ଆଇଡିଏଫ କୋଠା ଖାଲି କରିଦେବାକୁ ଘୋଷଣା କରିଥିଲା ବୋଲି କୁହାଯାଉଛି। ଏହି ଘୋଷଣାର ଠିକ୍ ଘଣ୍ଟାକ ପରେ ଇସ୍ରାଏଲ ଯୁଦ୍ଧବିମାନମାନେ କୋଠା ଉପରେ ଆକ୍ରମଣ କରିଥିଲେ। ଏଥିରେ ମିଡିଆ ଇସ୍ରାଏଲ ଉପରେ ଆକ୍ରମଣର ଅଭିଯୋଗ ଆଣିଥିବା ବେଳେ ଆଇଡିଏଫ ଏହାର ଜବାବ ରଖିଛି।

{"id":452969,"sizeSlug":"large","linkDestination":"none"}

ଯେଉଁଗାଜା ଟାୱାରକୁ ବିମାନ ଆକ୍ରମଣରେ ଧ୍ୱଂସ୍ତ କରି ଦିଆଯାଇଛି ସେଥିରେ ହମାସର ପଲିଟିକାଲ ୱିଂଗ କାର୍ଯ୍ୟାଳୟ ଥିଲା। ଅପରପକ୍ଷେ ହମାସ ପ୍ରେସ୍‌ ଓ ମିଡିଆ ହାଉସକୁ ଢାଲ ଭଳି ଉପଯୋଗ କରୁଥିଲା ବୋଲି ଇସ୍ରାଏଲ ଅଭିଯୋଗ କରିଛି। ସେହିପରି ଆଇଡିଏଫ ଏହି ଆକ୍ରମଣ ଲାଗି ବିଲ୍ଡିଂ ଓ ଆଖପାଖ ଅଞ୍ଚଳ ଖାଲି କରିଦେବାକୁ ଦୀର୍ଘ ସମୟ ଦେଇଥିଲୁ ବୋଲି କହିଛି।

{"id":452971,"sizeSlug":"large","linkDestination":"none"}

ଅନ୍ୟପକ୍ଷରେ ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ସଂଘର୍ଷରେ ଏପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ ୩୧ ଜଣ ଶିଶୁ ଓ ବାଳକ ଥିବା ବେଳେ ଉଭୟ ପକ୍ଷର ୯୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ଇସ୍ରାଏଲୀ ହୋଇଥିବା ବେଳେ ବାକି ପାଲେଷ୍ଟେନୀୟ ବୋଲି ଜଣାପଡିଛି।  

{"id":452974,"width":838,"height":471,"sizeSlug":"large","linkDestination":"none"}

ମିଳିତ ଜାତିସଂଘ (ୟୁଏନ) ମହାସଚିବ ଏଣ୍ଟୋନିଓ ଗୁତେରେସ୍ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ରବିବାର ସୁରକ୍ଷା ପରିଷଦ ବୈଠକ ଆହ୍ୱାନ କରିଛନ୍ତି। ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଶକ୍ତିଶାଳୀ ଦେଶଙ୍କ ନିରବତାକୁ ନେଇ ସେକ୍ଷୋଭ ପ୍ରକାଶ କରିଥିବା ବେଳେ ଦୁଇ ଦେଶଙ୍କ ମଧ୍ୟରେ ଶାନ୍ତି ସ୍ଥାପନା ଲାଗି ସମଗ୍ର ବିଶ୍ୱକୁ ଏକଜୁଟ ହେବା ଦରକାର ବୋଲି ଜାତିସଂଘ ମୁଖପାତ୍ର ଷ୍ଟିଫେନ ଡୁଜା ଦୁଜାରିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.