Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ମିଳିଲା ମୃତ ଯୁବତୀଙ୍କ ପରିଚୟ, ଘର ସୋନପୁରରେ : ବୁର୍ଲା ମହାନଦୀ ପୋଲ ତଳୁ ମିଳିଥିଲା ମୃତଦେହ

5/01/2021 at 11:19 AM

ସମ୍ବଲପୁର ୫।୧: ସମ୍ବଲପୁର ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ମୃତଦେହ ମିଳିଥିବା ଯୁବତୀଙ୍କ ପରିଚୟ ମିଳିଛି । ମୃତ ଯୁବତୀ ଜଣଙ୍କ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ରିଙ୍କି ସାହୁ ବୋଲି ଜଣାପଡିଛି । ପରିବାର ଲୋକ ବୁର୍ଲା ଫାଣ୍ଡିକୁ ଆସି ଝିଅକୁ ଚିହ୍ନଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରୁ ସୋନପୁର ଡୁଙ୍ଗୁରୀପାଲୀ ଗଣ୍ଡପାଲୀ ଗାଁର ଶରତ ସାହୁଙ୍କ ଝିଅ ରିଙ୍କି ସାହୁ ନିଖୋଜ ଥିଲେ । ଶରତ ସାହୁଙ୍କ ତୃତୀୟ ସନ୍ତାନ ଥିଲେ ରିଙ୍କି । ପରିବାରଲୋକଙ୍କ କହିବା ଅନୁସାରେ ରିଙ୍କି ୩ ତାରିଖ ଦିନ ଘରୁ ସାଇକେଲ ଖଣ୍ଡିଏ ଧରି ବାହାରିଥିଲେ । ଘରୁ ବାହାରିବା ବେଳେ କାହା ସହ କିଛି ଝଗଡା ହୋଇନଥିବା ପରିବାରଲୋକ ସ୍ପଷ୍ଟ କରିଛନ୍ତି । ସେଦିନ ଘରୁ ବାହାରିଥିଲେ ମଧ୍ୟ ରିଙ୍କି ଆଉ ଘରକୁ ଫେରିନଥିଲେ । ତେବେ ପରିବାରଲୋକ ଡୁଙ୍ଗୁରୀପାଲୀ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ ।

ଗତ ୩ ତାରିଖରେ ସନ୍ଧ୍ୟାରେ ବୁର୍ଲା ସ୍ଥିତ ମହାନଦୀ ପୋଲ ତଳୁ ଚଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତାଙ୍କ ପରିବାରଲୋକଙ୍କୁ ୪ତାରିଖରେ ଫୋନ୍ ଯାଇଥିଲା । ସେମାନେ ତୁରନ୍ତ ଡୁଙ୍ଗୁରୀପାଲୀ ଥାନାରେ ପହଞ୍ଚି ଫଟୋ ଦେଖି ମୃତ ଯୁବତୀ ଜଣଙ୍କ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ । ମଙ୍ଗଳବାର ବୁର୍ଲାରେ ପହଞ୍ଚି ପରିବାରଲୋକ ଝିଅର ମୃତଦେହ ଚିହ୍ନଟ କରିଛନ୍ତି ।

ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ଘନୀଘୂତ ହେବାରେ ଲାଗିଛି । ଘଟଣାସ୍ଥଳରେ କେହି ପ୍ରତ୍ୟେକ୍ଷଦର୍ଶୀ ନଥିବାବେଳେ ଯୁବତୀ ଜଣଙ୍କ ତଳକୁ ଡେଇଁଥିବା ନେଇ ହେଉଥିବା ଚର୍ଚ୍ଚାକୁ ସହଜରେ ବିଶ୍ବାସକୁ ନେଉନାହାନ୍ତି ଲୋକ । ତେବେ ପୋଲ ତଳେ ବଡ ବଡ ପଥର ଖଣ୍ଡ ଥିବାବେଳେ ଏତେ ଉଚ୍ଚରୁ ଡେଇଁବା ପରେ ମଧ୍ୟ ପଥର ଖଣ୍ଡଗୁଡିକରେ ରକ୍ତ ନଲାଗିବା ଘଟଣା ଆଶ୍ଚର୍ଯ୍ୟ କରୁଛି । ସେପଟେ ପୋଲ ତଳୁ ମିଳିଥିବା ମୋବାଇଲ୍ ଫୋନର ସିମ୍ ନମିଳିବା ଘଟଣା ହତ୍ୟା ଆଡକୁ ଇଙ୍ଗିତ କରୁଛି । ଯୁବତୀଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

   Related Posts