Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବ୍ରାଣ୍ଡେଡ୍ ପ୍ୟାଣ୍ଟ, ସାର୍ଟକୁ କିପରି କରିବେ ଚିହ୍ନଟ, ଜାଣନ୍ତୁ ଏହି ଉପାୟ

15/08/2019 at 9:05 PM

ବର୍ତ୍ତମାନ ସମୟରେ ଯୁବ ପିଢ଼ିମାନେ ଫ୍ୟାସନ ପ୍ରତି ଆକୃଷ୍ଟ ହେଉଛନ୍ତି। ବିଭିନ୍ନ ପ୍ରକାର ବ୍ରାଣ୍ଡେଡ୍‌ର ପ୍ୟାଣ୍ଟ, ସାର୍ଟ, ବ୍ୟାଗ୍ ଓ ଜୋତା ଭଳି ଜିନିଷ ଗୁଡିକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ସମୟରେ ବ୍ରାଣ୍ଡେଡ୍ ଜିନିଷ କିଣିବାକୁ ଯାଇ ଗ୍ରାହକମାନେ ଠକାମିର ଶିକାର ହୋଇଥାନ୍ତି। ବ୍ରାଣ୍ଡେଡ୍ ଭାବି ସୋରୁମରୁ କିଣା ଯାଇଥିବା ଜିନିଷ ବେଳେ ନକଲି ମଧ୍ୟ ହୋଇଥାଏ। ବ୍ରାଣ୍ଡେଡ୍ ଜିନିଷ କିଣିବା ସମୟରେ ମଧ୍ୟ ଗ୍ରାହକ ଧୋକା ଖାଇଥାନ୍ତି । ସଠିକ୍ ବ୍ରାଣ୍ଡେଡ୍ ଜିନିଷ କିପରି ଜାଣି​‌ବେ ଆସନ୍ତୁ ଜାଣିବା। ବ୍ରାଣ୍ଡେଡ୍ ଜିନିଷର ଏମିତି କିଛି ଖାସ ଗୁଣ ରହିଛି ଯାହାକୁ ଦେଖି ଅସଲି ଓ ନକଲି ଭିତରେ ପାର୍ଥକ୍ୟ ଜାଣିପାରିବେ।

ଷ୍ଟିଚିଂ- ବ୍ରାଣ୍ଡେଡ୍ ଜିନିଷର ସିଲେଇ (ଷ୍ଟିଚିଂ) ଦେଖି ଆପଣ ଜାଣି ପାରିବେ ଏହା ଅସଲି କିମ୍ବା ନକଲି। ବ୍ରାଣ୍ଡେଡ୍ ଜିନିଷର ସିଧା ସିଲେଇ ଓ ଏକ ପ୍ରକାରର ହୋଇଥାଏ। ଷ୍ଟିଚିଂ କରାଯାଇଥିବା ସୂତା ମଧ୍ୟ ଏକପ୍ରକାର ହୋଇଥାଏ। ଏଥିସହ ବଟନକୁ ଧ୍ୟାନରେ ଦେଖନ୍ତୁ, ବଟନ ତଳେ ବ୍ରାଣ୍ଡର ଲୋଗୋ ରହିଥାଏ। ସେଥିରୁ ଆପଣ ଜାଣିପାରିବେ।

ଜିପ୍- ବ୍ରାଣ୍ଡେଡ୍ କପଡ଼ାର ଜିପ୍(ଚେନ) ବହୁତ ନରମ ​‌ହେବା ସହ ଭଲ କ୍ବାଲିଟି ମଧ୍ୟ ହୋଇଥାଏ। ନକଲି ପ୍ୟାଣ୍ଟ କିମ୍ବା ସାର୍ଟର ଜିପ୍‌ ଦେବା ସମୟରେ ମଝିରେ ମଝିରେ ଅଟକି ଯାଇଥାଏ। ହେଲେ ବ୍ରାଣ୍ଡେଡ୍ କମ୍ପାନିର ପ୍ୟାଣ୍ଟ ଓ ସାର୍ଟରେ ଏପରି ହୋଇନଥାଏ। ଏହି ଜିପକୁ ଦ୍ରୁତଗତିରେ ବନ୍ଦ କଲେ ଜଣା ପଡିଯାଇଥାଏ। ବ୍ରାଣ୍ଡେଡ୍ ପ୍ୟାଣ୍ଟ ଓ ସାର୍ଟର ଚେନ୍ ଉପରେ ବ୍ରାଣ୍ଡର ନାଁ କିମ୍ବା ଲୋଗୋ ରହିଥାଏ।

ବଟନ- ବ୍ରାଣ୍ଡେଡ୍ ପ୍ୟାଣ୍ଟ ଓ ସାର୍ଟର ବଟନ ଉପ​‌ରେ ବ୍ରାଣ୍ଡର ନାଁ ମଧ୍ୟ ରହିଥାଏ। ପ୍ରାୟ ସମୟରେ ମଧ୍ୟ ବ୍ରାଣ୍ଡେଡ୍ ପ୍ୟାଣ୍ଟ ଓ ସାର୍ଟର ବଟନ ଉପରେ ବ୍ରାଣ୍ଡ ଲେଖା ହୋଇନଥାଏ। ହେଲେ  ବ୍ରାଣ୍ଡେଡ୍ କପଡା କିଣିବା ପୂର୍ବରୁ ବନଟକୁ ଠିକ୍‌ ରୂପେ ଯାଞ୍ଚ କରନ୍ତୁ।

ଲୋଗୋ- ପ୍ରାୟ ସମୟରେ ପ୍ୟାଣ୍ଟ ସାର୍ଟ ଉପରେ ଲାଗିଥିବା ଲୋଗୋ ଦେଖି ଗ୍ରାହକ ଦ୍ବନ୍ଦରେ ପଡ଼ିଯାଇଥାନ୍ତି। ବ୍ରାଣ୍ଡ ଲୋଗୋ ଉପରେ ସନ୍ଦେହ ଆସିଲେ ମୋବାଇଲରେ ସେହ ପ୍ରଡକ୍ଟ ଲୋଗୋକୁ ଦେଖନ୍ତୁ।

ଟ୍ୟାଗ୍ସ- ବ୍ରାଣ୍ଡେଡ୍ ପ୍ୟାଣ୍ଟ ଓ ସାର୍ଟର ଟ୍ୟାଗ ହେଉଛି ସେହି ଜିନିଷର ପରିଚୟ। ବଜାରରେ ମିଳୁଥିବ କପଡ଼ା ଉପରେ ଅବିକଳ ସେହିଭଳି ଟ୍ୟାଗ ଲଗାଇ ବିକ୍ରି କରାଯାଉଛି। କପଡ଼ା କିଣିବା ପୂର୍ବରୁ ଟ୍ୟାଗକୁ ଭଲକରି ଯାଞ୍ଚ କରନ୍ତୁ।

   Related Posts