ତିତଲି ବାତ୍ୟା ଏବଂ ତାପର ବନ୍ୟାରେ ୬୧ଜଣ ମୃତକଙ୍କ ପରିଚୟ ମିଳିଥିବା ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | October 20, 2018 IST

ଭୁବନେଶ୍ବର ୨୦|୧୦: ତିତଲି ବାତ୍ୟା ଏବଂ ତାପର ବନ୍ୟାରେ ୬୧ଜଣ ମୃତକଙ୍କ ପରିଚୟ ମିଳିଛି । ଏଥି ମଧ୍ୟରୁ ୩ଜଣ ଆନ୍ଧ୍ରର ଧୀବର ବୋଲି ସୂଚନା ମିଳିଛି। ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖକୁ ୭୨ଜଣଙ୍କ ମୃତ୍ୟୁ ନେଇ ଅଭିଯୋଗ ଆସିଥିଲା । ତେବେ ଅନ୍ୟ ୧୧ଜଣଙ୍କ ମୃତ୍ୟୁ ନେଇ ସୁନିଶ୍ଚିତ କରାଯାଇପାରିନି । ୩ ପ୍ରଭାବିତ ଜିଲ୍ଲାର ରାସ୍ତା ସଂଯୋଗୀକରଣ କାମ ପ୍ରାୟ ସରି ଆସିଛି । ଗାଜଲବାଡି ଏବଂ ସୋରଡା ନିକଟରେ କିଛି ଅଂଶ ରାସ୍ତା କାମ ବାକି ଅଛି । ସୋମବାର ସଂଧ୍ୟା ସୁଦ୍ଧା ୯୦ପ୍ରତିଶତ ବିଜୁଳି ସଂଯୋଗୀକରଣ କାମ ସରିଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ପ୍ରଭାବିତ ସହରାଞ୍ଚଳରେ ପାନୀୟଜଳ ଏବଂ ବ୍ୟାଙ୍କ ସେବା ସ୍ବାଭାବିକ ହୋଇଛି । ଗ୍ରାମାଞ୍ଚଳରେ ୮୦ଟି ଗାଁକୁ ପାନୀୟ ଜଳ ବ୍ୟବସ୍ଥା ବାକି ଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.