ଜାଆଁଳା ଭାଇଙ୍କୁ ବାହା ହୋଇଥିଲେ ଜାଆଁଳା ଭଉଣୀ: ଏବେ ଏକାସାଙ୍ଗେ ଅଛନ୍ତି ଗର୍ଭବତୀ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬/୦୮ : ଦୁନିଆରେ ଅଜବ ଅଜବ ଚମତ୍କାର ଦେଖିବାକୁ ମିଳେ | ଦୁନିଆରେ ଅନେକ ଅଜବ ଅଜବ ମଣିଷ ମଧ୍ୟ ଅଛନ୍ତି | କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଜାଆଁଳା ଭଉଣୀଙ୍କ ଇନ୍ସଟାଗ୍ରାମ ପୋଷ୍ଟ ଦେଖି ଏହିଭଳି ମନ୍ତବ୍ୟ ଦେଇଛନ୍ତି | ଜାଆଁଳା ଭଉଣୀ ବ୍ରିଟନି ଏବଂ ବ୍ରିନା ଡିନ୍ ସାଲୟର୍ସ ଜାଆଁଳା ଭାଇ ଜୋସ୍ ଏବଂ ଜେରେମି ସାଲୟର୍ସଙ୍କୁ ବିବାହ କରିଛନ୍ତି |

{"id":315440,"sizeSlug":"large"}

ଜାଆଁଳା ଭଉଣୀ ଜାଆଁଳା ଭାଇଙ୍କୁ ବିବାହ କରିଛନ୍ତି | ଉଭୟ ଏକାଥରେ ବିବାହ କରିଥିଲେ | ଏବେ ଦୁଇ ଭଉଣୀ ଏକାଥରେ ମା ହେବାକୁ ଯାଉଛନ୍ତି | ଜାଆଁଳା ଭଉଣୀ ଗର୍ଭବତୀ ଅଛନ୍ତି | ବ୍ରିଟନି ଏବଂ ବ୍ରିନା ଇନ୍ସଟାଗ୍ରାମରେ ଗର୍ଭବତୀ ଥିବା ଫଟୋ ସେୟାର କରିଛନ୍ତି | ଏହି ପୋଷ୍ଟ ପରେ ଉଭୟଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫଟୋ ଦେଖିବ ପରେ ଲୋକେ ବହୁତ କନଫ୍ୟୁଜ ହୋଇଯାଇଛନ୍ତି |

{"id":315441,"sizeSlug":"large"}

କିଛି ୟୁଜର୍ସ କହିଛନ୍ତି ଯେ ଦୁଇଜଣ ଏକାଥରେ ଗର୍ଭବତୀ ହୋଇଛନ୍ତି, ସେମାନଙ୍କର ପୁଣି ଜାଆଁଳା ଛୁଆ ଜନ୍ମ ନ ହେଉ |

wp:core-embed/instagram {"url":"https://www.instagram.com/p/CD15iIUj4EK/","type":"rich","providerNameSlug":"instagram","className":""}
https://www.instagram.com/p/CD15iIUj4EK/
/wp:core-embed/instagram

ନିଜ ଗର୍ଭବତୀ ଷ୍ଟୋରି ସେୟାର କରି ଦମ୍ପତ୍ତି କହିଛନ୍ତି, ଆମ ଛୁଆମାନେ କେବଳ ସମ୍ପର୍କୀୟ ଭାଇ-ଭଉଣୀ ହେବେନି ବରଂ ଏକ ରୋମାଞ୍ଚକ କାହାଣୀର ଅଂଶ ମଧ୍ୟ ହେବେ | ଉଭୟ ଦମ୍ପତ୍ତି ଜଏଣ୍ଟ ପୋଷ୍ଟ କରି କହିଛନ୍ତି, ଜାଆଁଳା ଶିଶୁଙ୍କୁ ନେଇ ସେମାନେ ଅପେକ୍ଷା କରିନାହାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.