ସରକାରୀ ଭାବେ ଆଦର୍ଶ ଗାଁ ,ହେଲେ ବଦଳିନାହିଁ ସ୍ଥିତି- ଯଥା ପୂର୍ବଂ ତଥା ପରଂ

Published By : Prameya-News7 Bureau | October 21, 2019 IST

ନୂଆପଡା ୨୧।୧୦- ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ପଞ୍ଚାୟତର ମୁରଲିବାହାଲି ଗାଁକୁ ଆଦର୍ଶ ଗାଁ ଭାବେ ଘୋଷଣା କରିଥିଲେ ସରକାର । ଆଦର୍ଶ ଗାଁ ହେବା ଭାଗ୍ୟ ବଦଳିବ ବେ।ଲି ଆଶା କରିଥିଲେ ଗାଁ ଲେ।କ । ହେଲେ ସେମିତି କିଛି ହେଲାନି । ବିକାଶର ଡିଣ୍ଡିମ ପିଟି ଯିଏ ଯାହା ବାଟରେ । ଆଉ ଗାଁ ଲେ।କଙ୍କ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

{"id":172807}

୨ ବର୍ଷ ତଳେ ନୂଆପଡା ଜିଲ୍ଲା ମୁରଲିବାହାଲି ଗାଁକୁ ଆଦର୍ଶ ଗାଁ ଘେ।ଷଣା କରାଯାଇଥିଲା । ସ୍ଥାନୀୟ ଜନ ପ୍ରତିନିଧି ଠାରୁ ଜିଲ୍ଲା ପ୍ରଶାସନ ଅଧିକାରୀ ଗାଁକୁ ଆସି ଅନେକ ସ୍ବପ୍ନ ଦେଖାଇଥିଲେ ।ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବାକୁ କଥା ଦେଇଥିଲେ । ସେମାନଙ୍କ ମନେ।ଲେ।ଭା କଥାରେ ଖୁସି ହେ।ଇଯାଇଥିଲ ଗାଁ ଲେ।କ । କିନ୍ତ ୨ ବର୍ଷ ପରେ ସ୍ବପ୍ନ ଆଉ ବାସ୍ତବତା ଭିତରର ଫରକ ଅନୁଭବ କରିଛନ୍ତି ଗ୍ରାମବାସୀ । ଆଜି ବି ଗାଁ କୁ ଭଲ ରାସ୍ତାଟିଏ ନାହିଁ । ବିଲ ହିଡ ପାଲଟିଛି ଯାତାୟତ ର ମାଧ୍ୟମ । ବିଜୁଳି ଆଲୁଅ ଦୂରର କଥା ସିମନାପଡା ରେ ଖମ୍ବ ଟିଏ ପଡିନାହିଁ । ତେଣୁ ଭାଗ୍ୟକୁ ଆଦରି ମାଡି ଚାଲିଛନ୍ତି ମୁରଲିବାହାଲ ଗ୍ରାମବାସୀ ।  

{"id":172808}

ଗାଁର ଉନ୍ନତି ପାଇଁ ୧ କେ।ଟି ୫୫ ଲକ୍ଷ ଟଙ୍କାର ବଜେଟ ରହିଛି । କିନ୍ତୁ ହଜାରେ ଟଙ୍କା ବି ଖର୍ଚ୍ଚ କରାଯାଇନି । ଗାଁରେ ଶହେରୁ ଅଧିକ ଘର ଥିବା ବେଳେ ମାତ୍ର ୭ ଟି ପକ୍କା ଘର ଅଛି । ଅଧାରୁ ଅଧିକ ବୁଢାବୁଢି ବାର୍ଦ୍ଧକ୍ୟ ଭତ୍ତାରୁ ମଧ୍ୟ ବଞ୍ଚିତ ଅଛନ୍ତି । ଜଳ ଯୋଗାଣ କଥା ଛାଡନ୍ତୁ,ଦୁଇ ଶହରୁ ଅଧିକ ଲେ।କଙ୍କ ପାଇଁ ରହିଛି ୨ଟି ନଳକୂପ ଅଛି ।ଆଉ ଖରା ଦିନ ଆସିଲେ ପାଣି ପାଇଁ ବିକଳ ସ୍ଥିତି ଦେଖାଦିଏ ।ସଞ୍ଜ ନଇଁଲେ କିଟକିଟ ଅନ୍ଧାର ଗାଁ ଦାଣ୍ଡ । ସେପଟେ ଏସବୁ ସମସ୍ୟାର ଉତ୍ତର ଦେବାକୁ ରାଜି ନୁହନ୍ତି ପ୍ରଶାସନିକ ଅଧିକାରୀ ।

{"id":172809}

ଗାଁର ଅଧା ଭେଣ୍ଡିଆ ଏବେ ବିଦେଶରେ ଦାଦନ ଖଟୁଛନ୍ତି । ଆର୍ଥିକ ଅନଟନରେ ଘାଣ୍ଟି ହେଉଛନ୍ତି ଗାଁ ଲେ।କ । ଦେଖାଯାଉ ବାସ୍ତବରେ କେବେ ଆଦର୍ଶ ଗାଁରେ ପରିଣତ ହେଉଛି ମୁରଲିବାହାଲ । କେବେ ପ୍ରତିଶ୍ରୃତି ପାଳନ କରୁଛି ଜିଲ୍ଲା ପ୍ରଶାସନ ?

{"id":172810}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.