ଦିଶାଙ୍କ ମୃତ୍ୟୁରେ ଡରି ଯାଇଥିଲେ ସୁଶାନ୍ତ, ମୃତ୍ୟୁ ପୂର୍ବରୁ କରିଥିଲେ ଏକାଧିକ ଫୋନ୍ କଲ୍

Published By : Prameya-News7 Bureau | September 17, 2020 IST

ମୁମ୍ବାଇ ୧୭/୦୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ସମୟ ହୋଇ ଗଲାଣି। ମାତ୍ର ଏବେ ସୁଦ୍ଧା ମୃତ୍ୟୁର ଅସଲ କାରଣ ଉପରୁ ପରଦା ଉଠିପାରିଲା ନାହିଁ। ମାମଲାକୁ ନେଇ ସିବିଆଇ ସବୁପ୍ରକାର ତଦନ୍ତ ଚଳାଇଛି। ତେବେ ପ୍ରତିଦିନ କିଛି ନା କିଛି ନୂଆ ତଥା ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସୁଛି। ସୁତ୍ର ଅନୁସାରେ ସିବିଆଇ ଜେରାରେ ସୁଶାନ୍ତଙ୍କ ଫ୍ଲାଟମେଟ୍‌ ସିଦ୍ଧାର୍ଥ ପିଠାନୀ ପୁଣି ନୂଆ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନାଙ୍କ ମୃତ୍ୟୁ ପରେ ସେ ଡରି ଯାଇଥିଲେ। ତାଙ୍କୁ ମଧ୍ୟ ମାରି ଦିଆଯିବ ବୋଲି ସୁଶାନ୍ତ କହିଥିବା ସେ କହିଛନ୍ତି। ସିଦ୍ଧାର୍ଥଙ୍କ ଏଭଳି ବୟାନକୁ ଆଧାର କରି ଏବେ ସିବିଆଇ ସୁଶାନ୍ତ ଓ ଦିଶାଙ୍କୁ ଏହି ମାମଲାରେ ଯୋଡିବାକୁ ଚେଷ୍ଟା କରୁଛି।

{"id":330897,"width":585,"height":439,"sizeSlug":"large"}

ଏଭଳି ବି କୁହାଯାଉଥିଲା ଦିଶା ସାଲିଆନଙ୍କ ମୃତ୍ୟୁ ଯୋଗୁ ସୁଶାନ୍ତ ଚିନ୍ତାରେ ରହୁଥିଲେ। ସୁଶାନ୍ତ ଜୁନ୍ ୧୧ରୁ୧୩ ମଧ୍ୟରେ ବହୁତ ଫୋନ୍ କଲ କରିଥିଲେ। ଏହି କ୍ରମରେ ସେ ଏକାଧିକ ହ୍ବାଟ୍ସଆପ କଲ୍ ମଧ୍ୟ କରିଥିଲେ। ଦିଶାଙ୍କ ମୃତ୍ୟୁ ପରେ ସେ ତାଙ୍କ ଜୀବନକୁ ନେଇ ଖୁବ୍ ଚିନ୍ତାରେ ରହୁଥିଲେ। ତାକୁ କାଳେ ମାରିଦିଆଯିବ ସେ ନେଇ ଭୟରେ ସେ ସିକ୍ୟୁରିଟି ବଢ଼ାଇବା କଥା ଆଲୋଚନା କରୁଥଲେ।

ଖୁବଶୀଘ୍ର ସିବିଆଇ ସୁଶାନ୍ତ ମାମଲାରେ ରୋହନ ରାୟଙ୍କୁ ପଚରାଉଚରା କରିପାରେ। କାରଣ ଦିଶାଙ୍କ ସହ ରୋହନ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ। ସେଥିପାଇଁ ରୋହନଙ୍କ ଠାରୁ କାଳେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିବ ସେ ଆଶାରେ ଅଛି ସିବିଆଇ। ତେବେ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମର ଜଣେ ଅଫିସର କୋଭିଡ୍-୧୯ ପଜିଟିଭ ଚିହ୍ନଟ ହେବା ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ଜୟା ସାହାଙ୍କ ଜେରାକୁ ଘୁଞ୍ଚାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.