ଫିକା ପଡିବ ବକ୍ରିଇଦ୍, ସଟ୍‌ଡାଉନ୍‌ରେ ଇଦ୍-ଉଲ୍-ଜୁହା ପାଳିବେ ମୁସଲିମ୍ ସମ୍ପ୍ରଦାୟ

Published By : Prameya-News7 Bureau | July 31, 2020 IST

ଭଦ୍ରକ ୩୧।୭:  ମୁସଲିମ ସଂପ୍ରଦାୟର ତ୍ୟାଗ ଆଉ ବଳିଦାନର ପର୍ବ ହେଉଛି ଇଦ-ଉଲ-ଜୁହା ବା ବକ୍ରିଇଦ୍ । ଏଥର ଇଦ୍ ଭଳି ଇଦ-ଉଲ-ଜୁହା ବା ବକ୍ରିଇଦ୍ ମଧ୍ୟ ନିରାଡମ୍ବର ଭାବେ ପାଳନ ହେବ । ଭଦ୍ରକ ସହରର ଇଦଗାହ ଓ ମସଜିଦଗୁଡିକରେ ମାତ୍ର ୫ ଜଣ ଲେଖାଏଁ ନମାଜ ପଢିବେ । କିନ୍ତୁ ଭଦ୍ରକ ସହରରେ ୨ ଦିନ ସଟଡାଉନ ଘୋଷଣା କରାଯାଇଛି । ସେଥିପାଇଁ ଏଥର ଈଦ-ଉଲ-ଜୁହା ବା ବକ୍ରିଇଦ୍ ନିରାଡମ୍ବର ଭାବେ ପାଳନ ହେବ ଆଉ ୫ ଜଣ ଲେଖାଏଁ ନମାଜ ପଡିବା ପାଇଁ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଛି ଚଉଦ ମହଲା ମୁସଲିମ ଜମାତ ।

ଆସନ୍ତାକାଲି ମୁସଲିମ ସଂପ୍ରଦାୟର ପବିତ୍ର ପର୍ବ ଈଦ-ଉଲ-ଜୁହା । ଈଦ-ଉଲ-ଜୁହାକୁ ବକ୍ରିଇଦ୍ ବୋଲି ମଧ୍ୟ କୁହାଯାଏ । ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଈଦ-ଉଲ-ଜୁହା ବା ବକ୍ରିଇଦ୍ । ଇଦ୍ ଆଉ ଈଦ- ବକ୍ରିଇଦ୍ ବହୁ ଆଡମ୍ବରରେ ପାଳନ କରନ୍ତି ମୁସଲିମ ଭାଇଭଉଣୀମାନେ । ତିନି ଦିନ ଧରି ବକ୍ରିଇଦ୍ ପାଳନ ହୁଏ । ପ୍ରଥମ ଦିନରେ ନମାଜ ପାଠ ସହ କୁରବାନି କରାଯାଇଥାଏ । ଅନ୍ୟ ଦୁଇ ଦିନରେ କେବଳ କୁରବାନି ଦିଆଯାଏ । ଏଥର କିନ୍ତୁ ୨ ଦିନ ପାଇଁ ଭଦ୍ରକ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି । ତେଣୁ ବକ୍ରିଇଦ୍ ଏଥର ଫିକା ପଡିବ । ଇଦଗାହରେ ସାମୁହିକ ନମାଜ ପାଠ ହେବ ନାହିଁ । ପ୍ରଶାସନିକ ନିୟମକୁ ସମ୍ମାନ ଦେଇ ପାଳନ ହେବ ବକ୍ରିଇଦ୍ ।

{"id":308171,"sizeSlug":"large"}

ବକ୍ରିଇଦ୍ ପାଇଁ ଦୋକାନରେ ମଧ୍ୟ ଭିଡ ପରିଲକ୍ଷିତ ହେଉନାହିଁ । ଲୋକେ ସରକାରୀ କଟକଣା ମଧ୍ୟରେ ବକ୍ରିଇଦ୍ ପାଳନ କରିବେ ବୋଲି କହିଛନ୍ତି । ଇଦ୍ ବେଳେ ମଧ୍ୟ କାରୋନା କଟକଣା ପାଇଁ ସାମୁହିକ ନମାଜ ବନ୍ଦ ହୋଇଥିଲା । ଏଥର ମଧ୍ୟ ସଟଡାଉନ କଟକଣା ଜାରି ରହିଛି । ଚଉଦ ମହଲା ମୁସଲିମ ଜାମାତ ମଧ୍ୟ ସରକାରୀ କଟକଣାକୁ ସମ୍ମାନ ଜଣାଇଛି । କିନ୍ତୁ ୫ ଜଣ ଲେଖାଏଁ ନମାଜ ପଢିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ପୂର୍ବ ଭଳି ସାମାଜିକ ଦୂରତା ନିୟମ ମାନି ନମାଜ ପଢିବେ ବୋଲି କହିଛନ୍ତି ।

କୋରନା କଟକଣା ପାଇଁ ହୁଏତ ଏଥର ସମସ୍ତ ପର୍ବ ଆଉ ପର୍ବାଣି ଫିକା ପଡୁଛି । କିନ୍ତୁ ଏବେ ଏହି ସଚେତନତାର ବାର୍ତ୍ତା ନିଶ୍ଚିତ ଆଗାମୀ ଦିନ ପାଇଁ ଶୁଭଙ୍କର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.