ଆନନ୍ଦ ଉଲ୍ଲାସରେ କଟକ ସହରରେ ପାଳିତ ହୋଇଛି ଇଦ୍ ଉଲ୍ ଜୁହା
22/08/2018 at 12:35 AM

ଆନନ୍ଦ ଉଲ୍ଲାସ ଓ ଶ୍ରଦ୍ଧାର ସହ କଟକ ସହରରେ ପାଳିତ ହୋଇଛି ଇଦ୍ ଉଲ୍ ଜୁହା ପର୍ବ | କଟକ ଇଦ୍ଗା ପଡିଆରେ ଏଥିଲାଗି ସ୍ବତନ୍ତ୍ର ତଥା ସାମୁହିକ ନମାଜ ପାଠର ଆୟୋଜନ ହୋଇଛି | ଇଦ୍ ର ସ୍ୱତନ୍ତ୍ର ନମାଜ ଅବସରରେ ବିଶ୍ୱ ଭାତୃତ୍ୱ ପାଇଁ ସମୂହ ପ୍ରାର୍ଥନା କରିଛନ୍ତି ମୁସଲମାନ ଭାଇମାନେ | ଇଦ ଉଲ ଜୁହା ହେଉଛି କୁର୍ବାନୀର ପର୍ବ.ଯାହାର ଅର୍ଥ ହେଲା ବିଶ୍ବର ମଙ୍ଗଳ ପାଇଁ ବା ସାମୁହିକ ସ୍ବାର୍ଥ ଲାଗି କିଛି ତ୍ୟାଗ କରିବା | ସେହି ତ୍ୟାଗ ଓ ବଳିଦାନର ପର୍ବକୁ ଆଜି ଭାଇଚାରାର ସହର କଟକରେ ବେଶ୍ ଶୃଙ୍ଖଳାର ସହ ପାଳନ କରାଯାଇଛି |
ପୁରା କଟକ ସହର ଆଜି ଇଦ୍ର ଆନନ୍ଦରେ ମସଗୁଲ୍ | ମୁସଲମାନ ଭାଇମାନେ ଆଜି ସମୂହ ନମାଜ୍ ପାଠ ପାଇଁ ବିଭିନ୍ନ ମସଜିଦ୍ ରେ ଏକାଠି ହୋଇଥିଲେ | ତେବେ ସମୁହ ନମାଜ ପାଠଲାଗି କଟକର ଇଦ୍ଗାହ ପଡିଆ ହେଉଛି ସ୍ବତନ୍ତ୍ର | ପାଖାପାଖି ୫ ହଜାରରୁ ଉର୍ଦ୍ଧ ମୁସଲମାନ ଶ୍ରଦ୍ଧାଳୁ ଆଜି ଏଠାରେ ନମାଜ ପାଠ କରିବାସହିତ | ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି |
ମୁସଲମାନ ଭାଇ ମାନଙ୍କର ବିଶ୍ବାସ, ପୈଗମ୍ବର ଇବ୍ରାହିମ୍ ଏହି ଦିନରେ ନିଜର ପ୍ରିୟ ସନ୍ତାନକୁ ବିଶ୍ବର ମଙ୍ଗଳପାଇଁ କୁର୍ବାନ କରିଥିଲେ, ତେବେ ସେହି ବଳିଦାନକୁ ମନେପାକାଇବା ସହିତ ନିଜ ନିଜ ଭିତରେ ଭ୍ରାତୃତ୍ବ ଭାବକୁ ଆହୁରି ମଜ୍ଭୁତ କରିବାଲାଗି ପ୍ରତ୍ୟେକ ଶ୍ରାଦ୍ଧାଳୁ ପରସ୍ପରକୁ ଆଲିଙ୍ଗନ କରିଛନ୍ତି |