Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ, ଜୁନରେ ନିଆଯିବ ଦ୍ୱାଦଶ ଶ୍ରେଣୀ ଉପରେ ନିଷ୍ପତ୍ତି

20/04/2021 at 9:31 AM

ନୂଆଦିଲ୍ଲୀ, ୨୦/୦୪:  କରୋନା ଭାଇରସ କାରଣରୁ ଏବେ ସିଆଇଏସସିଆଇ ବୋର୍ଡ  ଦଶମ ଶ୍ରେଣୀ ପରୀକ୍ଷା ରବ୍ଦ କରିଛି । ପ୍ରଥମେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ପରୀକ୍ଷାକୁ ଅପସନାଲ୍ ଭାବେ ରଖାଯାଇଥିଲା । ଯେଉଁ ଛାତ୍ରମାନେ ପରୀକ୍ଷାରେ ଉପସ୍ଥିତ ରହିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟାୟନ ନୀତି ଆପଣାଇବା ପାଇଁ ବୋର୍ଡ କହିଥିଲା । ଏହାସହ ଯେଉଁମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନେ ଦ୍ୱାଦଶ ଛାତ୍ରଙ୍କ ସହ ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ପ୍ରକାଶ ପାଇଥିଲା ।

ପୂର୍ବରୁ ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯିବା ନେଇ ଘୋଷଣା କରାଯାଇଛି । ବୋର୍ଡ ତରଫରୁ କୁହାଯାଇଥିଲା ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ଅଫଲାଇନରେ ଆୟୋଜିତ କରାଯିବ । ଏଥିପାଇଁ ଜୁନରେ ତାରିଖ ଘୋଷଣା କରାଯିବ । ସିଆଇଏସସିଇ ପକ୍ଷରୁ ଦଶମ ବୋର୍ଡ ପରୀକ୍ଷା ମେ ୪ରେ ଆରମ୍ଭ ହୋଇଥାନ୍ତା ।

ପରୀକ୍ଷାର ଜୁନ ୭ରେ ଶେଷ ହୋଇଥାନ୍ତା । ସେହିପରି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏପ୍ରିଲ ୮ରୁ ଜୁନ ୧୮ ଯାଏଁ ଚାଲିଥାନ୍ତା । କିନ୍ତୁ ଏବେ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ବାବଦରେ ତାରିଖ ଜୁନ ମାସରେ ପ୍ରକାଶ ପାଇବ ବୋଲି କହିଛି ।

ସୂଚନାଯୋଗ୍ୟ, ସିଆଇଏସସିଇ ଦୁଇଟି ବୋର୍ଡର ସମାହାରରେ ତିଆରି ହୋଇଛି । ଏହାର ଦଶମ ପରୀକ୍ଷା ଆଇସିଏସଇ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ଆଇଏସସି ବୋର୍ଡ ଅନ୍ତର୍ଗତ ଅଟେ ।  

   Related Posts