Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ବାଦଶ ପରୀକ୍ଷା ଫଳ, ଓ୍ବେବସାଇଟ୍ ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ

24/07/2021 at 3:52 PM

ନୂଆଦିଲ୍ଲୀ ୨୪/୦୭ : ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ପକ୍ଷରୁ ICSE  ଦଶମ ଏବଂ ISC ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ cisce.org ଓ୍ବେବସାଇଟ୍‌କୁ ଯାଇ ନିଜର ପରୀକ୍ଷା ଫଳ ଜାଣିପାରିବେ । ICSE ଦଶମରେ ମୋଟ ୯୯.୯୮ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ISC ଦ୍ବାଦଶ ରେ ମୋଟ ୯୯.୭୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ଆଇସିଏସ୍‌ଇ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ହାର ରହିଛି ୯୯.୯୮ ପ୍ରତିଶତ । ଆଏସ୍‌ସି ଦ୍ବାଦଶ ଶ୍ରେଣୀରେ ୯୯.୮୬ ପ୍ରତିଶତ ଛାତ୍ର ପାସ କରିଥିବା ବେଳେ ୯୯.୬୬ ଛାତ୍ରୀ ପାସ କରିଛନ୍ତି ।

ଆଇସିଏସ୍‌ଇ ୨୦୨୧ ପାଇଁ ମୋଟ ୧,୧୮,୮୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ମୋଟ ୧,୧୮,୮୧୯ (୯୯.୯୮%) ଛାତ୍ରଛାତ୍ରୀ ପାସ କରିଛନ୍ତି । CISCE ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଓ୍ବେବସାଇଟ୍‌ ଜରିଆରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଏହା ସହିତ SMS ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଦେଖିପାରିବେ ।

   Related Posts