ବଙ୍ଗାଳି ଫିଲ୍ମରେ ରଙ୍ଗବତୀ ଗୀତ: ଦେବଲିନା ଏବଂ ଓମପ୍ରକାଶ ସାହାଣୀଙ୍କ ଯୁଗଳ ନୃତ୍ୟରେ ଝୁମିବେ ଦର୍ଶକ

Published By : Prameya-News7 Bureau | July 15, 2019 IST

ଭୁବନେଶ୍ବର୧୫|୭: ସୁପ୍ରସିଦ୍ଧ ଲୋକଗୀତ ରଙ୍ଗବତୀ ପୁଣି ଏବେ ବଙ୍ଗଳାରେ ପ୍ରକାଶ ପାଇଛି । ଏହାର ମୂଳ ଗୀତରେ ସାମାନ୍ୟ ପରିବର୍ତ୍ତନ କରାଯିବା ସହିତ ସମ୍ବଲପୁରୀ ଓ ଛଉର ମିଳିତ କୋରିଓ ଗ୍ରାଫିରେ ଏହାକୁ ଚିତ୍ରାୟନ କରାଯାଇଛି।  ବେଙ୍ଗଲି ଫିଲ୍ମ ଗୋତ୍ରରେ ଏହି ଗୀତ ଦେଖିବାକୁ ମିଳିବ।

{"id":133926}

ରଙ୍ଗବତୀ ଏବେ ବଙ୍ଗାଳିରେ ବି ହସିଲା। ଆସୁଥିବା ବଙ୍ଗାଳି ଫିଲ୍ମ ଗୋତ୍ରରେ ରଙ୍ଗବତୀକୁ ସାଗରକୂଳେ ହସିହସି ମିଷ୍ଟିମିଷ୍ଟି ବଙ୍ଗଳା କହୁଥିବା ଦେଖିବାକୁ ମିଲିବ। ବଡ଼କଥା ହେଲା ଗୀତର ଆରମ୍ଭରୁ ହିଁ ଏହାର ମୂଳ ସଂଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ଓ ଲେଖକ ମିତ୍ରଭାନୁ ଗୌନ୍ତିଆଙ୍କୁ କ୍ରେଡ଼ିଟ ଦିଆଯାଇଛି। …..

{"id":133927}

ଗୋତ୍ର ହେଉଛି ଅକ୍ଷୟ ପରିଜା ପ୍ରଡକ୍ସନ ଫିଲ୍ମ । ଏହାର ଅଧିକାଂଶ ଭାଗ ଓଡ଼ିଶାରେ ସୁଟିଂ କରାଯାଇଛି। ଏହି ଗୀତରେ ଦେବଲିନା  ଏବଂ ଓମପ୍ରକାଶ ସାହାଣୀଙ୍କୁ ଦେଖିବା ଯୁଗଳ ନୃତ୍ୟ ଦେଖିବାକୁ ମିଳିଛି। ଫିଲ୍ମଟି ଅଗଷ୍ଟ ମାସରେ ରିଲିଜ୍‌ ହେବ।

{"id":133928}

ପୂର୍ବରୁ ରଙ୍ଗବତୀ ତେଲୁଗୁରେ, ହିନ୍ଦୀ ଫିଲ୍ମରେ ତଥା କୋକ୍‌ ଷ୍ଟୁଡିଓରେ ହସିଛି ….. ଅନେକ ସମୟରେ ଏହା ବିବାଦ ଘେରକୁ ବି ଆସିଛି। ତେବେ ରଙ୍ଗବତୀର ବଙ୍ଗାଳୀ ଭାଷା ଲୋକଙ୍କୁ ପସନ୍ଦ ଆସିବ କି ନାଇଁ ତାହା ଦେଖିବାର କଥା।

{"id":133929}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.