Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ସେଣ୍ଟ୍ରାଲ ଭିଷ୍ଟା’ ପ୍ରକଳ୍ପ ଲାଗି ମାଟିରେ ମିଶିବ ଦିଲ୍ଲୀର ୩ ଐତିହାସିକ ଭବନ, ପ୍ରତ୍ନତାତ୍ୱିକ ଦୃଷ୍ଟିରୁ ଅବାଞ୍ଛନୀୟ କହୁଛନ୍ତି ବିଶେଷଜ୍ଞ

18/05/2021 at 7:50 PM

ନୂଆଦିଲ୍ଲୀ ୧୮।୫: ଭାରତ ସରକାରଙ୍କ ୨୦ ହଜାର କୋଟି ଟଙ୍କାର ‘ସେଣ୍ଟ୍ରାଲ ଭିଷ୍ଟା’ ପୁନର୍ବିକାଶ ପ୍ରକଳ୍ପକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରକଳ୍ପରେ ସରକାର କେନ୍ଦ୍ରୀୟ ଦିଲ୍ଲୀର ମଧ୍ୟ ପୁନର୍ବିନ୍ୟାସ କରିବାକୁ ଯୋଜନା ରଖିଛନ୍ତି। ଯେଉଁଥିରେ ସ୍ଥାପତ୍ୟ ଦୃଷ୍ଟିରୁ ରାଜଧାନୀର ୩ଟି ଐତିହ୍ୟ ଭବନକୁ ଭାଙ୍ଗିଦେବା ନିମନ୍ତେ ସରକାର ଯୋଜନା କରିଥିବା ଜଣାପଡିଛି। ସରକାରଙ୍କ ଯୋଜନା ପ୍ରଘଟ ହେବା ପରେ ସ୍ଥପତି ତଥା ଯୋଜନାକାର ଏହାକୁ ଅବାଞ୍ଛିତ କହୁଛନ୍ତି।

ଏନଡିଟିଭି ଅନୁସାରେ ଦିଲ୍ଲୀର ୩ଟି ଐତିହାସିକ ଭବନ ଯଥା ଜାତୀୟ ସଂଗ୍ରହାଳୟ, ଇନ୍ଦିରା ଗାନ୍ଧି ସେଣ୍ଟର ଫର ଆର୍ଟସ୍ (ଆଇଜିଏନସିଏ) ଓ ଜାତୀୟ ଅଭିଲେଖାଗାର ଆନେକ୍ସକୁ ଭାଙ୍ଗିଦିଆଯିବ। ତେବେ ସବୁଠୁ ଯାହା ବଡ କଥା  ତାହା ହେଉଛି ବ୍ରିଟିଶ ଶାସନକାଳରେ ନିର୍ମିତ ୯୪ ବର୍ଷ ପୂରୁଣା ପାର୍ଲାମେଣ୍ଟ ଭବନକୁ ନଭାଙ୍ଗି  ତାକୁ ସଂଗ୍ରହାଳୟରେ ପରିବର୍ତ୍ତିତ କରିବାକୁ ସରକାର ଯୋଜନା କରିଛନ୍ତି। ସେଣ୍ଟ୍ରାଲଭିଷ୍ଟା ପୁନର୍ବିକାଶ ପ୍ରକଳ୍ପରେ ସରକାର ଦେଶର ନୂଆ ସଂସଦ ଭବନ ସାଙ୍ଗକୁ ପ୍ରଧାନମନ୍ତ୍ରୀ ଆବାସ ଓ ଉପରାଷ୍ଟ୍ରପତି ଆବାସ ନିର୍ମିତ ହେବ। ତେବେ କେନ୍ଦ୍ରୀୟ ଦିଲ୍ଲୀର ପୁନର୍ବିନ୍ୟାସ ସମ୍ପର୍କରେ ସରକାର ଯାହା କହୁଛନ୍ତି ସେଥିରେ ଜାତୀୟ ମହତ୍ୱ ରଖୁଥିବା ଅନେକ ଭବନ ନଷ୍ଟ ହେବ ବୋଲି ଜଣାପଡିଛି।

ଏକ ସାକ୍ଷାତକାରରେ ସ୍ଥପତି ତଥା ନଗର ନିର୍ମାଣ ଓ ସଂରକ୍ଷଣ ପରାମର୍ଶଦାତା ଏ.ଜି.କୃଷ୍ଣ ମେନନ କହିଛନ୍ତି ଯେ ନବୀକରଣ ଯୋଜନାରେ କେନ୍ଦ୍ରୀୟ ଦିଲ୍ଲୀର ୪ଲକ୍ଷ ୫୮ ହଜାର ୮୨୦ ବର୍ଗମିଟର ଅଞ୍ଚଳରୁ ସମସ୍ତ ପୁରୁଣା ନିର୍ମାଣ ହଟିବ। ଏଥିରେ ଶାସ୍ତ୍ରୀ ଭବନ, କୃଷି ଭବନ, ଉପରଷ୍ଟ୍ରପତିଙ୍କ ବାସଭବନ ସମେତ ଜବାହାର ଭବନ, ନିର୍ମାଣ ଭବନ, ବିଜ୍ଞାନ ଭବନ, ଉଦ୍ୟୋଗ ଭବନ ଓ ରକ୍ଷା ଭବନ ମଧ୍ୟ ହଟିଯିବ।  ଯାହା ଅନାବଶ୍ୟକ ବୋଲି କହିଛନ୍ତି  କୃଷ୍ଣ ମେନନ୍ । ଏହି ସବୁ ସରକାରୀ ଭବନର ପ୍ରତ୍ନତାତ୍ୱିକ ମହତ୍ୱ ମଧ୍ୟ ରହିଛି।

ତେବେ କେନ୍ଦ୍ର ସରକାର ଏ ନେଇ ତାଙ୍କର ତର୍କ ମଧ୍ୟ ରଖିଛନ୍ତି।  ସରକାର ସେଣ୍ଟ୍ରାଲ ଭିଷ୍ଟା ମାଧ୍ୟମରେ ରାଷ୍ଟ୍ରୀୟ ରାଜଧାନୀର ଐତିହ୍ୟ ସଂରକ୍ଷଣ କରୁଥିବା କହିଛନ୍ତି। ହେଲେ ଟାଉନ ପ୍ଲାନିଂ ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଓ ଏପରି କାର୍ଯ୍ୟ ରାଜଧାନୀର ମୂଳ ଉଦ୍ଦେଶ୍ୟ ବଦଳାଇ ଦେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସରକାରଙ୍କ ଯୋଜନାରେ ଯେଉଁ ସବୁ ଭବନ ହଟିବ ସେଠାରେ ଅମୂଲ୍ୟ କଳା, ପାଣ୍ଡୁଲିପି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦଲିଲ ସବୁ ରହିଛି। ଜାତୀୟ ସଂଗ୍ରହାଳୟ ଭାଙ୍ଗିଲେ ଏଠାରେ ଥିବା ହରପ୍ପା ସଭ୍ୟତାର ପ୍ରଶିଦ୍ଧ ନର୍ତ୍ତକୀ ମୂର୍ତ୍ତି ସମେତ ବ୍ରୋଞ୍ଜ ନିର୍ମିତ ଚୋଳ ନଟରାଜ ମୂର୍ତ୍ତି, ତାଞ୍ଜୋର ଚିତ୍ର ଓ କାଠରେ ଖୋଦିତ କବାଟ ଆଦି ରହିଛି। ଏ ସବୁକୁ ସରକାର ହୁଏତ କେନ୍ଦ୍ରୀୟ ସଚିବାଳୟର ନର୍ଥ ଅଥବା ସାଉଥ ବ୍ଲକକୁ ସ୍ଥାନାନ୍ତର କରିପାରନ୍ତି।

ତେବେ ନ୍ୟାସନାଲ ଆର୍କାଇଭ ଆନେକ୍ସର ମୂଳ ଭବନଟିକୁ ରଖି ବାକି ନିର୍ମାଣ ଭାଙ୍ଗିଦିଆଯିବ। ଏହା ହେଲେ ଏଠାରେ ସଂରକ୍ଷିତ ପ୍ରାଚୀନ ଅଭିଲେଖ ରେକର୍ଡ ୪୫ଲକ୍ଷ ଫାଇଲ, ୨୫ ହଜାର ବିରଳ ପାଣ୍ଡୁଲିପି, ୧ ଲକ୍ଷରୁ ଅଧିକ ନକ୍ସା, ୧ ଲକ୍ଷ ୩୦ ହଜାରରୁ ଅଧିକ ମୋଗଲ ଦସ୍ତାବେଜକୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯିବ ବୋଲି କୁହାଯାଇଛି। ତେବେ ଐତିହ୍ୟ ସାମଗ୍ରୀ, ପାଣ୍ଡୁଲିପି ଓ ଅନ୍ୟ ଐତିହାସିକ କଳାକୃତି ସବୁ ଜନପଥ ହୋଟେଲକୁ ସ୍ଥାନାନ୍ତର କରାଯିବ। ଖାସ ଏଥିଲାଗି ଏହି ହୋଟେଲର ନବିକରଣ କରାଯାଇଥିବା ସରକାର କହିଛନ୍ତି।

ତେବେ ସରକାର ଯେଉଁ ଐତିହ୍ୟ ସଂରକ୍ଷଣର କଥା କହୁଛନ୍ତି ସେଥିରେ ସାମାନ୍ୟ କିଛି ଭବନ ଥିବା ବେଳେ ସେସବୁ ମଧ୍ୟ ଜର୍ଜର ଅବସ୍ଥାରେ ରହିଛି। ଯାହା ଆଉ ସଂରକ୍ଷଣ ଆବଶ୍ୟକ କରୁ ନାହିଁ ବୋଲି ମେନନ କହିଛନ୍ତି। ତେବେ ଭାରତ ସରକାର ତାଙ୍କ ସମ୍ପୂର୍ଣ୍ଣ ସଂରକ୍ଷଣ ଓ ନବ ନିର୍ମାଣ କାର୍ଯ୍ୟ ୨୦୨୪ ସୁଧା ଶେଷ କରିବାକୁ ଲକ୍ଷ ରଖିଛନ୍ତି

   Related Posts