Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ହସ୍ପିଟାଲରେ ଚିକିତ୍ସିତ ହେଉଥିବା Covid-19 ରୋଗୀଙ୍କର ହେବ କ୍ଲିନିକାଲ ରେଜିଷ୍ଟ୍ରି: ICMR

2/08/2020 at 5:27 PM

ନୂଆଦିଲ୍ଲୀ ୨।୮: ଦେଶରେ  ହସ୍ପିଟାଲ ମାନଙ୍କରେ ଚିକିତ୍ସିତ ହେଉଥିବା କୋଭିଡ-୧୯ ରୋଗୀଙ୍କ କ୍ଲିନିକାଲ ରେଜିଷ୍ଟ୍ରି ହେବ। ଏହି ସୂଚନା ଦେଇଛନ୍ତି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ(ଆଇସିଏମଆର)। ଏମସ୍‌ଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯିବ। କ୍ଲିନିକାଲ ରେଜିଷ୍ଟ୍ରି ଦ୍ୱାରା ନୀତି ନିର୍ଦ୍ଧାରକ ଓ ଗବେଷକମାନଙ୍କୁ ଚିକିତ୍ସାରେ ସଂସ୍କାର ଲାଗି ଚିକିତ୍ସାର ପ୍ରଭାବ, ପ୍ରତିକୂଳ ପ୍ରଭାବ ସମେତ ଏହାର ପ୍ରମାଣ ସଂଗ୍ରହରେ ସହାୟତା କରିବ ବୋଲି କୁହାଯାଇଛି।

ଦେଶରେ ବ୍ୟବସ୍ଥିତ ଭାବେ ବିଶାଳ ଡାଟାବେସ୍ ପ୍ରସ୍ତୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜନୈକ ଅଧିକାରୀ କହିଛନ୍ତି। ମହାମାରୀ ସଂକ୍ରମଣର ପ୍ରବୃତ୍ତି ଅନୁସନ୍ଧାନ କରିବା, ଗବେଷକ କରୋନାକୁ ସଠିକ ବୁଝି ଏ ନେଇ ସୂଚିତ କରିବା ଲାଗି ନୀତି ନିର୍ଦ୍ଧାରକମାନଙ୍କୁ ସହାୟତା କରିବ। ଏଥିଲାଗି ସାରା ଦେଶରେ ୧୫ଟି ସଂସ୍ଥାନଙ୍କୁ ଚୟନ କରାଯାଇଥିବା ବେଳେ ଏଥିରେ ଚଣ୍ଡିଗଡର ପିଜିଆଇଏମଆର, ଏମସ୍ ଦିଲ୍ଲୀ, ଏମସ୍ ଯୋଦ୍ଧପୁର ଓ ବେଙ୍ଗାଲୁରୁ ଏନଆଇଏମଏଚଏଏନଏସ୍ ଆଦି ସଂସ୍ଥାଙ୍କୁ ରଖା ଯାଇଛି।

ଏହି ସବୁ ସଂସ୍ଥାମାନେ ସାରା ଦେଶର ହସ୍ପିଟାଲ ଓ ମେଡିକାଲ କଲେଜମାନଙ୍କର କୋଭିଡ ହସ୍ପିଟାଲମାନଙ୍କରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ତଥ୍ୟ ସଂଗ୍ରହ କରି ପଞ୍ଜିକରଣ କରିବେ।

   Related Posts