ରାୟଗଡ଼ାରେ ICMR ଟିମ୍, ବିଭିନ୍ନ କ୍ଲଷ୍ଟର ଜୋନରୁ ନମୁନା ସଂଗ୍ରହ କରାଯିବ

Published By : Prameya-News7 Bureau | May 18, 2020 IST

ରାୟଗଡା ୧୮।୦୫: ରାୟଗଡ଼ାରେ ICMR ଟିମ୍  । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେହିପରି  ବିଭିନ୍ନ କ୍ଲଷ୍ଟର ଜୋନରୁ ମଧ୍ୟ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯାଉଛି ।  ICMR ଟିମ୍  ରାୟଗଡ଼ାର ପ୍ରାୟ ୧୦ଟି କ୍ଲଷ୍ଟର ଅଞ୍ଚଳରୁ ୪୦୦ ରକ୍ତ ନମୁନା ସଂଗ୍ରହ କରିଛି । ସଂଗ୍ରହ କରାଯାଇଥିବା ନମୁନାରୁ ICMR ଟିମ୍  ରୋଗ ପ୍ରତିଷେଧକ ଶକ୍ତି, ହିମୋଗ୍ଲୋବିନ-ଜି ଓ ହିମୋଗ୍ଲୋବିନ-ଏମର ପରିମାଣ ନେଇ ଅନୁସନ୍ଧାନ କରିବ ।

{"id":271702,"sizeSlug":"large"}

ଦେଶର ୨୧ଟି ରାଜ୍ୟର ୬୯ଟି ଜିଲ୍ଲାରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଯେଉଁ ତାଲିକାରେ ଓଡ଼ିଶାର ୩ ଜିଲ୍ଲା ରାୟଗଡ଼ା, କୋରାପୁଟ, ଗଞ୍ଜାମ ରହିଛି । ରାଷ୍ଟ୍ରୀୟ ମହାମାରୀ ବିଜ୍ଞାନ କେନ୍ଦ୍ର, ରାଷ୍ଟ୍ରୀୟ ଯକ୍ଷ୍ମା ଗବେଷଣା କେନ୍ଦ୍ର ଏହାର ସଂଯୋଜନା କରୁଥିବା ବେଳେ  ସଂଗ୍ରହ ହୋଇଥିବା ରକ୍ତ ନମୁନା ପୁନେ ସ୍ଥିତ ଏନ୍ଆଇଭି ଦ୍ବାରା ପରୀକ୍ଷା କରାଯିବ।

{"id":271703,"sizeSlug":"large"}

ପରୀକ୍ଷା ସମୟରେ କରୋନା ସଂସ୍ପର୍ଶରେ ଆସିଥବା ଏବଂ ନ ଆସିଥିବା ବ୍ୟକ୍ତିଙ୍କ ଦେହରେ କରୋନା ମୁକାବିଲା ଲାଗି ରୋଗ ପ୍ରତିରୋଧକ ଶକ୍ତି କେତେ ରହିଛି ସେ ଦିଗରେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରିବ।  ଓଡ଼ିଶାରେ ଆକ୍ରାନ୍ତ ୭୦ ପ୍ରତିଶତ ରୋଗୀଙ୍କ ନିକଟରେ କରୋନା ଲକ୍ଷଣ ନଥିବାରୁ ଏହି ପରୀକ୍ଷଣ ଲାଭଦାୟକ ହେବ ବୋଲି ଟିମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

{"id":271704,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.