Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆଇସିଏମଆର ବିଶେଷଜ୍ଞଙ୍କ ଦାବି: ଖୋଲାଯାଉ ସ୍କୁଲ, ପିଲାମାନଙ୍କଠାରେ ସଂକ୍ରମଣ ଆଶଙ୍କା କମ୍

28/09/2021 at 10:04 AM

ନୂଆଦିଲ୍ଲୀ ୨୮/୦୯: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ବୈଜ୍ଞାନିକମାନେ ଦେଶରେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଆଇସିଏମଆର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭରଭାଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ଏକ କ୍ଲିନିକାଲ ଅଧ୍ୟୟନରେ ବୈଜ୍ଞାନିକମାନେ କହିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କଠାରେ କରୋନା ହେବାର ଆଶଙ୍କା କମ୍ ।

ସେଥିପାଇଁ ପ୍ରଥମେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲାଯିବା ଉଚିତ୍ । ଏହା ପରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଖୋଲାଯାଉ । ଅଧିକାଂଶ ରାଜ୍ୟ ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟ ଖୋଲୁଛନ୍ତି । ଦିଲ୍ଲୀ ବିଷୟରେ କହିବାକୁ ଗଲେ ସର୍ବପ୍ରଥମେ ମାଧ୍ୟମିକ ସ୍ତରୀୟ ବିଦ୍ୟାଳୟଗୁଡ଼ିକ ଏଠାରେ ଖୋଲାଯାଇଛି । ପରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଧ୍ୟୟନରେ କୁହାଯାଇଛି ଯେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କଠାରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି ।

ଯେହେତୁ ଏହି ବୟସ ଶ୍ରେଣୀ ପାଇଁ ଟିକା ଉପଲବ୍ଧ ନାହିଁ, ତେଣୁ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ବିଷୟରେ ଚିନ୍ତା କରିବା ଦରକାର । ଏଭଳି ପରିସ୍ଥିତିରେ ସମସ୍ତ କୋଭିଡ ନିୟମ ପାଳନ କରିବା ସହିତ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଉଚିତ୍ । କିଛି ସମୟ ପରେ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ଖୋଲାଯିବ । ଏହି ଅଧ୍ୟୟନରେ ଆଇସିଏମଆର ମୁଖ୍ୟ ସଂକ୍ରାମକ ରୋଗ ବିଶେଷଜ୍ଞ ଡଃ ସମୀର ପଣ୍ଡା ଏବଂ ଡକ୍ଟର ତନୁ ଆନନ୍ଦ ମଧ୍ୟ ଜଡିତ ଅଛନ୍ତି ।

   Related Posts