ICMRର ଦାବି : କରୋନାର ଦ୍ୱିତୀୟ ଲହର ଭଳି ସାଂଘାତିକ ହେବନି ତୃତୀୟ ଲହର

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬/୬ : କରୋନାର ଦ୍ୱିତୀୟ ଲହରରେ ସାରା ଦେଶରେ ଆତଙ୍କ ଖେଳାଇଥିଲା । ସଂକ୍ରମଣ ଯେତେ ମାତ୍ରାରେ ବଢିଥିଲା, ସେତେମାତ୍ରାରେ ମୃତ୍ୟୁ ସଂଖ୍ୟା ବି ବଢିଥିଲା । ଦୈନିକ ରେକର୍ଡ କରୁଥିଲା ପଜିଟିଭ ହାର ଓ ମୃତ୍ୟୁସଂଖ୍ୟା । ଏକାଥରରେ ଦିନକରେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । ଏବେ ଏହି ଲହରରେ ସାମାନ୍ୟ ସୁଧାର ଆସିଛି ।

ହେଲେ ସେପଟେ ସାରା ଦେଶରେ ଆରମ୍ଭ ହୋଇଗଲାଣି ତୃତୀୟ ଲହର ଭୟ । କେବଳ ଭୟ ନୁହେଁ ସବୁଠି ଏବେ ଡେଲଟା ପ୍ଲସ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ । କରୋନାର ତୃତୀୟ ଲହରର ପ୍ରକୋପ କିପରି ରହିବ ସେନେଇ ଆକଳନ କରିସାରିଲେଣି ବିଶେଷଜ୍ଞ । ବିଶେଷଜ୍ଞ କହିଛନ୍ତି ୨ୟ ଲହର ଭଳି ତୃତୀୟ ଲହର ଏତେଟା ପ୍ରକୋପ ଦେଖାଇବନାହିଁ ।

ଅର୍ଥାତ ପୂର୍ବ ତୁଳନାରେ ଏହାର ମାତ୍ରା କମ ରହିବ । ଆଇସିଏମର ରିସର୍ଚ୍ଚ ଏହି ଦାବି କରିଛି । ତେବ ଆଶଙ୍କା କରାଯାଉଛି, ଯେ, ଦେଶରେ ସୃଷ୍ଟି ହୋିଥିବା ଡେଲଟା ପ୍ଲସ ଭାରିଆଣ୍ଟ କରୋନାର ତୃତୀୟ ଲହର ଆଣିବାରେ ସହାୟକ ହେବ । ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟିକାକରଣ ଥାର୍ଡ ଓ୍ୱେଭ ମୁକାବିଲାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଟିକା ନେଇଥିବା ଲୋକ ସଂକ୍ରମିତ ହୋଇପାରନ୍ତି ସତ ।

କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବନି ବୋଲି ଆଇଏସଆର ବିଶେଷଜ୍ଞ କହିଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଦେଶବ୍ୟାପୀ ଅଧିକରୁ ଅଧିକ ଟିକାକରଣ ଅଭିଯାନକୁ ଗୁତୁତ୍ୱ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.