Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ICMR ରେ କରୋନା : ଜଣେ ବରିଷ୍ଠ ବୈଜ୍ଞାନିକ ସଂକ୍ରମିତ ହୋଇଥିବା ସ୍ପଷ୍ଟ

1/06/2020 at 3:37 PM

ନୂଆଦିଲ୍ଲୀ ୦୧/୦୬ : ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ଜଣେ ବରିଷ୍ଠ ବୈଜ୍ଞାନିକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି | ସୂତ୍ର ଅନୁଯାୟୀ, ଆଇସିଏମଆର ବିଲଡିଙ୍ଗକୁ ସିଲ କରାଯାଇଛି | ପୁରା ବିଲଡିଙ୍ଗକୁ ସାନିଟାଇଜ କରାଯାଉଛି | ମୁମ୍ବାଇର ଏହି ବୈଜ୍ଞାନିକ କିଛି ଦିନ ପୂର୍ବରୁ ଦିଲ୍ଲୀ ଆସିଥିଲେ | ରବିବାର ସକାଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା | ସେ ମୁମ୍ବାଇ ଆଇସିଏମଆର ରାଷ୍ଟ୍ରୀୟ ପ୍ରଜନନ ସ୍ୱାସ୍ଥ୍ୟ ଅନୁସନ୍ଧାନ ସଂସ୍ଥାରେ କାର୍ଯ୍ୟରତ | ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ପୁରା ବିଲଡିଙ୍ଗକୁ ସଂକ୍ରମଣମୁକ୍ତ କରାଯାଉଛି | ୨ ଦିନ ପର୍ଯ୍ୟନ୍ତ ଫ୍ୟୁମିଗେସନ ଜରିଆରେ ସଫା କରାଯିବ | ବୈଜ୍ଞାନିକ ଜଣକ ଗତ ସପ୍ତାହରେ ଏକ ବୈଠକରେ ସାମିଲ ହୋଇଥିଲେ ଯେଉଁଥିରେ ଆଇସିଏମଆରର ମହାନିର୍ଦେଶକ ଡ.ବଳରାମ ଭାର୍ଗଭଙ୍କ ସମେତ ଅନ୍ୟ ବୈଜ୍ଞାନିକ ମଧ୍ୟ ଉପସ୍ଥିତ ଥିଲେ |

ସୂଚନାଯୋଗ୍ୟ ଯେ, ମେସେଜ ଜରିଆରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ଅପିଲ କରାଯାଇଛି | ତେବେ ମେସେଜରେ କୁହାଯାଇଛି ଯେ, ଅତି ଆବଶ୍ୟକସ୍ଥଳେ କୋଭିଡ-୧୯ର ମୁଖ୍ୟ ଟିମ କାର୍ଯ୍ୟାଳୟକୁ ଆସିପାରିବେ | ବାକି କର୍ମଚାରୀ ଘରେ ରହି କାମ କରିବେ |

   Related Posts