ICMR ବଦଳାଇଲା କୋଭିଡ୍-୧୯ ଟେଷ୍ଟିଂ ରଣନୀତି, ଏବେ ଏହି ଲୋକଙ୍କ ହେବ କରୋନା ଯାଞ୍ଚ

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮।୦୫: ଦେଶରେ କରୋନା ଭୂତାଣୁ ସଂକ୍ରମଣ ପ୍ରକୋପ ବଢିବାରେ ଲାଗିଛି। ସୋମବାର ଅପରାହ୍ନ ସୁଦ୍ଧା ଦେଶରେ କୋଭିଡ୍-୧୯ର ୯୬,୧୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ୩୦୨୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନାର ମୁକାବିଲା ପାଇଁ କୋଭିଡ୍-୧୯ ଟେଷ୍ଟିଂକୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଏହା ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ କୋଭିଡ୍-୧୯ ଟେଷ୍ଟିଂକୁ ନେଇ ରଣନୀତିରେ ପରିବର୍ତ୍ତନ କରାଯାଇଛି।

ଏହି ଲୋକଙ୍କ ହେବ ପରୀକ୍ଷଣ

୧ – ଆଇସିଏମଆର ଅନୁଯାୟୀ ଏବେ ସେହି ଲୋକଙ୍କ କୋଭିଡ୍-୧୯ ଯାଞ୍ଚ ହେବ, ଯିଏ ଗତ ୧୪ ଦିନରେ କୌଣସି ବିଦେଶ ଯାତ୍ରା କରିଛନ୍ତି ଏବଂ ତାଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ରହିଛି।

୨ – ଲାବୋରାଟୋରୀରେ ରୋଗୀଙ୍କଠାରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ସେହି ଲୋକଙ୍କର ଯାଞ୍ଚ ହେବ ଯାହାଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଛି।

୩ – କୋଭିଡ୍-୧୯ କଣ୍ଟେନମେଣ୍ଟ ଜୋନ୍‌ରେ କାମ କରୁଥିବା ସମସ୍ତ ସ୍ଵାସ୍ଥ୍ୟ କର୍ମଚାରୀ କିମ୍ବା ଅନ୍ୟ କର୍ମଚାରୀଙ୍କ ଯାଞ୍ଚ ହେବ।

୪ – ଯାହାଙ୍କ ଠାରେ ଜ୍ଵର, କାଶର ଲକ୍ଷଣ ମିଳୁଛି ଏବଂ ଯାହାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି।

wp:core-embed/twitter {"url":"https://twitter.com/ANI/status/1262319528089776133?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262319528089776133\u0026ref_url=https%3A%2F%2Fhindi.news18.com%2Fnews%2Fnation%2Ficmr-revised-strategy-for-covid-19-testing-in-india-3125812.html","type":"rich","providerNameSlug":"twitter","className":""}
https://twitter.com/ANI/status/1262319528089776133?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262319528089776133&ref_url=https%3A%2F%2Fhindi.news18.com%2Fnews%2Fnation%2Ficmr-revised-strategy-for-covid-19-testing-in-india-3125812.html
/wp:core-embed/twitter

୫ – କୋଭିଡ୍-୧୯ ପଜିଟିଭ୍ ସଂପର୍କରେ ଆସୁଥିବା ରିକ୍ସ ଲୋକ, ଯାହାଙ୍କଠାରେ ଲକ୍ଷଣ ମଧ୍ୟ ଦେଖା ଯାଉ ନାହିଁ ତାଙ୍କର ସ୍ଵାସ୍ଥ୍ୟ ମଧ୍ୟ ଯାଞ୍ଚ ହେବ। ତାଙ୍କର ଯାଞ୍ଚ କୋଭିଡ୍-୧୯ ପଜିଟିଭ୍ ସଂସ୍ପର୍ଶରେ ଆସିବାର ୫ କିମ୍ବା ୧୦ତମ ଦିନର  ହେବ।

୬ – କଣ୍ଟେନମେଣ୍ଟ ଓ ହଟ୍‌ସ୍ପଟ୍‌ ଜୋନରେ ରହୁଥିବା ସେହି ସମସ୍ତ ଲୋକଙ୍କ ଯାଞ୍ଚ ହେବ, ଯାହାଙ୍କଠାରେ କୋଭିଡ୍-୧୯ର ଲକ୍ଷଣ ଦେଖିବାକୁ ମିଳୁଛି। ଅର୍ଥାତ ଯାହାଙ୍କୁ କାଶ, ଜ୍ଵର ଓ ନିଃଶ୍ଵାସ ନେବାରେ ଯନ୍ତ୍ରଣା ହେଉଛି।

୭ – ହସ୍ପିଟାଲରେ ଭର୍ତ୍ତି ସେହି ରୋଗୀଙ୍କ ଯାଞ୍ଚ ହେବ ଯାହାଙ୍କୁ  ଜ୍ଵର, କାଶ ଓ ନିଃଶ୍ଵାସ ନେବାରେ କଷ୍ଟ ହେଉଛି।

୮ – ପ୍ରବାସୀ କିମ୍ବା ଅନ୍ୟ ଜାଗାରୁ ଫେରୁଥିବା ବ୍ୟକ୍ତିଙ୍କ ଯାଞ୍ଚ ସ୍ଵାସ୍ଥ୍ୟ ବିଗିଡିବାର ୭ ଦିନ ଭିତରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.