ଏବେ ମାତ୍ର ୩୦ ମିନିଟରେ ହେବ କରୋନା ଟେଷ୍ଟ : ଏଣ୍ଟିଜେନ ଡିଟେନସନ ଟେଷ୍ଟ ପାଇଁ ଆଡଭାଇଜାରୀ ଜାରି କଲା ICMR

Published By : Prameya-News7 Bureau | June 15, 2020 IST

ନୂଆଦିଲ୍ଲୀ ୧୫/୦୬ : ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରାପିଡ ଏଣ୍ଟିଜେନ ଡିଟେକ୍ସନ ଟେଷ୍ଟ ପାଇଁ ଆଡ଼ଭାଇଜାରୀ ଜାରି କରିଛନ୍ତି | ଏହା ମାଧ୍ୟମରେ ବର୍ତ୍ତମାନ କରୋନା ଟେଷ୍ଟ ମାତ୍ର ୩୦ ମିନିଟରେ କରାଯାଇପାରିବ | ଆଇସିଏମଆର RTPCR ସହ ଏଣ୍ଟିଜେନ ଡିଟେନସନ ଟେଷ୍ଟ ବ୍ୟବହାର କରିବାକୁ ସୁପାରିଶ କରିଛନ୍ତି |

ଆଇସିଏମଆର ଅନୁଯାୟୀ, ଏଣ୍ଟିଜେନ ଡିଟେନସନ ଟେଷ୍ଟରେ ଯେଉଁମାନଙ୍କ ରିପୋର୍ଟ ପଜିଟିଭ ଆସିବ ଏମାନଙ୍କୁ ପଜିଟିଭ ଚିହ୍ନଟ କରାଯିବ | ସେମାନଙ୍କୁ ଆରଟିପିସିଆର ଟେଷ୍ଟ ଆବଶ୍ୟକ ପଡିବ ନାହିଁ | ଏଣ୍ଟିଜେନ ଡିଟେନସନ ଟେଷ୍ଟ ରିପୋର୍ଟ ମାତ୍ର ୩୦ ମିନିଟ ଭିତରେ ଆସିଥାଏ | ଏହି ଟେଷ୍ଟ କିଟ କୋରିଆର ଏକ କମ୍ପାନୀ ପ୍ରସ୍ତୁତ କରିଛି  ଯାହାକୁ ହରିୟାଣା ଗୁରୁଃଗ୍ରାମରେ ତିଆରି କରାଯାଇଛି | ତେବେ ଏହି କିଟର ମୂଲ୍ୟ କେତେ ରଖାଯିବ ସେନେଇ ଏବେ ସୁଦ୍ଧା କିଛି ସୂଚନା ମିଳିନାହିଁ | ଆଇସିଏମଆର ବୈଜ୍ଞାନିକ ଡ.ଏଲ.କେ.ଶର୍ମା କହିଛନ୍ତି ଯେ, ଏହାର ବ୍ୟବହାର କିଭଳି କରାଯିବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ | ସାଧାରଣତଃ ଆଣ୍ଟିବଡ଼ି ଟେଷ୍ଟ ପିନ ରକ୍ତ ନମୁନା ସଂଗ୍ରହ କରାଯାଇଥାଏ | କିନ୍ତୁ ଏଣ୍ଟିଜେନ ଟେଷ୍ଟ ପାଇଁ ସ୍ୱାବ ନମୁନା ସଂଗ୍ରହ କରାଯାଇଥାଏ | ଆଇସିଏମଆର ଅନୁଯାୟୀ, ଏହି କିଟ ଦ୍ୱାରା ୯୯.୩ ପ୍ରତିଶତରୁ ୧୦୦ ପ୍ରତିଶତ ସଠିକ ରିପୋର୍ଟ ଆସିଥାଏ | ତେବେ ରୋଗୀ ଶରୀରରେ କରୋନା ଭାଇରସ ମାତ୍ରା କେତେ ଅଛି ତାହା ମଧ୍ୟ ଏହି ଟେଷ୍ଟ ଜରିଆରେ ଜଣାପଡ଼ିଥାଏ |

{"id":286548,"sizeSlug":"large"}

ଭାରତରେ କରୋନା ସଂକ୍ରମଣ ନଭେମ୍ବର ମଧ୍ୟ ଭାଗକୁ ଚରମ ସୀମାରେ ପହଂଚିବା ଖବରକୁ ଆଇସିଏମଆର ଖଣ୍ଡନ କରିଛନ୍ତି | ଆଇସିଏମଆର କହିଛି ଯେ ତାଙ୍କ ତରଫରୁ ଏହିଭଳି କୌଣସି ଷ୍ଟଡି କରାଯାଇନାହିଁ | ଅଧ୍ୟୟନରେ ଦାବି କରାଯାଇଛି ଯେ ଲକଡାଉନ ଯୋଗୁଁ କୋଭିଡ-୧୯ ମହାମାରୀ ୮ ସପ୍ତାହ ବିଳମ୍ବରେ ଚରମ ସୀମାରେ ପହଞ୍ଚିବ |

ରିପୋର୍ଟରେ କୁହାଯାଇଛି ଯେ, ଆଇସିଏମଆର ଦ୍ୱାରା ଗଠିତ ଅପରେସନ ରିସର୍ଚ୍ଚ ଗ୍ରୁପର ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ ଲକଡାଉନ ଯୋଗୁଁ କରୋନା ମହାମାରୀକୁ ଚରମ ସୀମାରେ ପହଞ୍ଚାଇବାକୁ ସମ୍ଭବତଃ ୩୪ ରୁ ୭୬ ଦିନ ଅଧିକ ଲାଗିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.