କରୋନା ଭାଇରସର ମୁକାବିଲା କରିବ ପ୍ଲାଜମା ଥେରାପୀ, ପରୀକ୍ଷଣ ପାଇଁ କେରଳକୁ ମିଳିଲା ଅନୁମତି

Published By : Prameya-News7 Bureau | April 10, 2020 IST

ଥିରୁଅନନ୍ତପୂରମ, ୧୦|୦୪:  ସାରା ବିଶ୍ୱ ଏବେ କରୋନାର ମୁକିବାଲା କରୁଛି । ଏହି ଭାଇରସର କୌଣସି ଔଷଧ ନଥିବା ଫଳରେ ଭିନ୍ନ ଭିନ୍ନ ଦିଗ ଉପରେ ଗବେଷଣା କରାଯାଇ ସଂକ୍ରମିତଙ୍କ ଚିକିତ୍ସା କରାଯାଇଛି । ଭାରତର କେରଳରେ ମଧ୍ୟ କରୋନା ଗମ୍ଭୀର ସ୍ଥିତିରେ ରହିଛି । ଏଠାକର ସରକାର ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ବିକଳ୍ପ ଉପରେ ଆଲୋଚନା କରୁଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହା କହିସାରିଛନ୍ତି । ଏହା ମଧ୍ୟରେ ପ୍ଲାଜମା ପରୀକ୍ଷଣକୁ ଆଇସିଏମଆର ଅନୁମତି ପ୍ରଦାନ କରିଛି । ପରୀକ୍ଷଣ ପରେ ଏହାକୁ କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ

କରୋନା ପାଇଁ କୌଣସି ପ୍ରତିଷେଧକ ଔଷଧ ନାହିଁ । ଫଳରେ ଏହି ଭାଇରସର ପ୍ରତିକାର ସାର୍ସ, ସ୍ୱାଇନ ଫ୍ଲୁ, ଏଚ୧ଏନ୧ ଓ ଇବୋଲୋ ଔଷଧରେ ହେଉଛି । ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଉଥିବା ପରାମର୍ଶ କମିଟି ପ୍ଲାଜମା ଥେରାପୀର ପ୍ରୟୋଗ ନେଇ ଅନୁମତି ଦେଇଛି । ଚୀନରେ ଏହି ଥେରାପୀରେ ଭାଇରସରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମାକୁ ବିକଶିତ କରାଯାଇ ସଂକ୍ରମିତଙ୍କ ଶରୀରରେ ପ୍ରୟୋଗ କରାଯାଇଥିଲା । ପରିଣାମ ସ୍ୱରୂପ ସଂକ୍ରମିତଜଣଙ୍କ ଆରୋଗ୍ୟ ଲାଭ କରିଥିଲେ ।

{"id":251851,"width":756,"height":425,"sizeSlug":"large"}

ଆଇସିଏମଆରକୁ ପ୍ରଦାନ କରାଯାଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ଶ୍ରୀ ଚିତ୍ରା ତିରୁନାଲ ଇନଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀକୁ ଏହି ପ୍ଲାଜମା ଥେରାପୀ ପ୍ରୟୋଗ ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ସହଯୋଗ କରିବ । କେରଳରେ ଅଧିକାଂଶ ସଂକ୍ରମିତଙ୍କୁ ଭେଣ୍ଟିଲେଟର ଦରକାର ହୋଇନାହିଁ । ଜାନୁଆରୀରେ କେରଳ ସରକାର ଏଚଆଇଭି ମେଡିସିନରେ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଅନୁମତି ମାଗିଥିଲେ  । ସେତେବେଳେ ଆଇସିଏମଆର କ୍ଲିନିକାଲ ଟ୍ରାଏଲ ପ୍ରୋଟୋକଲ କଥା ଉଠାଇଥିଲା ।  କୁହାଯାଉଛି ଯେ, ୨୦୦ ମିଲି ପ୍ଲାଜମାରେ ଥିବା ଆଣ୍ଟିବଡି କରୋନା ଭାଇରସକୁ ମାରିବାରେ ସହାୟତା କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.