ଆଉ ଏକ କରୋନା ଟେଷ୍ଟ କିଟ୍‌କୁ ମଞ୍ଜୁରୀ ଦେଲା ଆଇସିଏମ୍ଆର, ଘରେ ରହି କରିପାରିବେ ଟେଷ୍ଟ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ, ୦୩/୦୬: ଦେଶରେ କରୋନା ଦ୍ୱିତୀୟ ଲହରର ଭୟ ଏବେ ବି କମି ନାହିଁ । ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି । ଏହାରି ମଧ୍ୟରେ ଅଧିକ ଟେଷ୍ଟ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି । ଇଣ୍ଡିଆନ୍‌ କାଉନ୍ସିଲ୍‌ ଅଫ ମେଡିକାଲ୍‌ ରିସର୍ଚ ବା ଆସିଏମ୍‌ଆର୍‌ ଘରେ ବସି କରୋନା ଟେଷ୍ଟ କରିବା ପାଇଁ ଆଗରୁ ଏକ କିଟ୍‌କୁ ମଞ୍ଜୁରୀ ଦେଇଥିବା ବେଳେ ଏବେ ଆଉ ଏକ କିଟ୍‌କୁ ମଞ୍ଜୁରୀ ଦେଇଛି ।

{"id":460978,"sizeSlug":"large","linkDestination":"none"}

ଏହି କିଟ୍‌କୁ ଚିକାଗୋର ଆବୋଟ୍‌ ରାପିଡ୍‌ ଡାଇଗ୍ନୋଷ୍ଟିକ୍‌ ଡିଭିଜନ୍‌ ଦ୍ୱାରା ବିକଶିତ କରାଯାଇଛି । ଏହାର ନାମ ପାନ୍‌ବାୟୋ କୋଭିଡ୍‌୧୯ ଆଣ୍ଟିଜେନ୍‌ ଟେଷ୍ଟ ଡିଭାଇସ୍‌ । ଏହାକୁ ନିଜେ ବ୍ୟବହାର କରିବା ସହିତ ଏଥିପାଇଁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ପ୍ରୋଭିଜିଓନାଲ୍ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ହେଲେ ଏହାର ଦାମ୍‌ କାମ୍ପାନୀ ଦ୍ୱାରା ଏବେ ପ୍ରର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ପୂର୍ବରୁ ଆଇସିଏମ୍‌ଏଆର୍‌ ପୁନେ ସ୍ଥିତ ମାଇଁ ଲ୍ୟାବ୍‌ ଡିକ୍ସୋଭରି ସଲ୍ୟୁସନ୍‌ର କୋଭିସେଲ୍ଫ୍‌ ଟେଷ୍ଟ୍‌ କିଟ୍‌କୁ ଅନୁମତି ଦେଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.