ସ୍ବାଇନ୍ ଫ୍ଲୁ ଔଷଧରେ ହେବ କରୋନାର ଚିକିତ୍ସା : ମିଳିପାରେ ଅନୁମତି

Published By : Prameya-News7 Bureau | June 03, 2020 IST

ଦେଶରେ କରୋନା ଭାଇରସର ମାମଲା ଲଗାତାର ବଢ଼ୁଛି,କିନ୍ତୁ ଆଶ୍ବସ୍ତିର କଥା ଏହିକି ଯେ ରୋଗୀଙ୍କ ସୁସ୍ଥ ହେବାର ସଂଖ୍ୟା ମଧ୍ୟ ବଢ଼ୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ,ଦେଶରେ କରୋନା ରିକଭରି ରେଟ୍ ୪୮.୦୭ ପ୍ରତିଶତ ହୋଇଯାଇଛି। କାରଣ ଏହିକି ଯେ ଆମ ଡାକ୍ତର ଏପରି କିଛି ଔଷଧ କମ୍ବିନେସନର ଅନୁମତି ଦେଇଛନ୍ତି,ଯାହା ଦ୍ବାରା ରୋଗୀ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି। ଏବେ ଆଉ ଏକ ଔଷକୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ମଞ୍ଜୁରୀ ମିଳିପାରେ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ପ୍ରଥମେ ହାଇଡ୍ରାକ୍ସିକ୍ଲୋରୋକ୍ବିନ୍ ଉପଯୋଗ ପାଇଁ କହିଛନ୍ତି, ଏହା ପରେ ଇବୋଲାକୁ ଠିକ୍ କରୁଥିବା ରେମଡିସିଭରକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ଏବେ ଆଇସିଏମଆର ଆଉ ଏକ ଔଷଧକୁ ମଧ୍ୟ ଅନୁମତି ଦେଇପାରେ।

ଏହି ଔଷଧର ନାଁ ପେରାମିବିର। ଏହାକୁ ବଜାରରେ ରାପିଭ୍ୟାପ୍ ନାଁ ରେ ମଧ୍ୟ ଜଣାଯାଏ। ଏହି ଔଷଧକୁ ଆମେରିକାୟ ଫୁଡ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟେସନ ମଧ୍ୟ ମାନ୍ୟତା ଦେଇଛନ୍ତି। ଏହି ଔଷଧର ଉପଯୋଗ ସ୍ବାଇନ୍ ଫ୍ଲୁ ଏବଂ ସେହିଭଳି ରୋଗକୁ ରୋକିବା ପାଇଁ କରାଯାଇଥାଏ।

ଏହି ଆଣ୍ଟି ଭାଇରାଲ୍ ଔଷଧର ଉପଯୋଗ କେବଳ ଏମରଜେନ୍ସିରେ ଡାକ୍ତରଙ୍କ ତତ୍ତ୍ବାବଧାନରେ କରାଯାଇଥାଏ। ଏହି ଔଷଧକୁ ଆମେରିକୀୟ କମ୍ପାନୀ ବାୟୋକ୍ରିଷ୍ଟ ଫାର୍ମସ୍ୟୁଟିକାଲ୍ ନାମକ କମ୍ପାନୀ ପ୍ରସ୍ତୁତ କରିଥାଏ। ଏହି ଔଷଧକୁ ନେଇ ୨୦୦୮ମସିହାରେ ଟ୍ରାୟଲ୍ ଆରମ୍ଭ ହୋଇଥିଲା। ଯାହାକୁ ଆନ୍ତର୍ଜାତୀୟ ସ୍ତରରେ ୨୦୧୪ମସିହା ଡିସେମ୍ବରରେ ମାନ୍ୟତା ମିଳିଛି।

ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଆଣ୍ଟିଭାଇରାଲ୍ ଔଷଧ,ଯାହାର ଅଧିକତର ଉପଯୋଗ ଏଚ୍୧ଏନ୍୧ ଇନଫ୍ଲୁଏଞ୍ଜା ଅର୍ଥାତ୍ ସ୍ବାଇନ୍ ଫ୍ଲୁ ରୋକିବା ପାଇଁ କରାଯାଇଥିଲା। ପେରାମିବିର ଔଷଧକୁ ଜାପାନ ଏବଂ ଦକ୍ଷିଣ କୋରିଆରେ ମାନ୍ୟତା ମିଳିଛି। ସେଠାରେ ଏହି ଔଷଧକୁ ପେରାମିଫ୍ଲୁ ନାମରେ ଜଣା ଯାଇଥାଏ।

ଏହି ଔଷଧର ଉପଯୋଗ ଦ୍ବାରା କିଛି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ହୋଇପାରେ। ଯେପରିକି- ଡାଇରିଆ,ସିରମ୍ ଗ୍ଲୁକୋଜ ବଢ଼ିବା,ନିଦ ନ ହେବା,କୋଷ୍ଠକାଠିନ୍ୟ,ମାନସିକ ଚିନ୍ତା,ରାସେଜ,ଭ୍ରମ ହେବା। ଏଥିପାଇଁ ବିଶ୍ବବ୍ୟାପି ଏହି ଔଷଧକୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ଦିଆଯାଇଥାଏ।

ଏହି ଔଷଧ ସଂକ୍ରମିତ କୋଶିକାରୁ ଭାଇରସକୁ ଅନ୍ୟ କୋଶିକାରେ ଯିବାକୁ ରୋକିଥାଏ। ଏହା ସହିତ ନୂଆ କୋଶିକାରେ ଭାଇରସର ଆକ୍ରମଣକୁ ରୋକିଥାଏ। ଆମେରିକାରେ ପ୍ରସ୍ତୁତ ହେଉଥିବା ଏହି ଔଷଧକୁ ଚୀନ,ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ଅନୁମତି ମିଳିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ନିକଟରେ କହିଥିଲେ ଯେ ଦେଶରେ ଟେଷ୍ଟିଂର ସୁବିଧା ବଢ଼ାଯାଇଛି। ଦେଶରେ ପ୍ରତି ଦିନ ୧ଲକ୍ଷ ୨୦ହଜାରରୁ ଅଧିକ ଟେଷ୍ଟିଂ ହେଉଛି। ଏହି ସମୟରେ କରୋନା ଗୁରୁତର ରୋଗୀଙ୍କ ବ୍ୟବହାର ପାଇଁ ରେମଡିସିଭର ଔଷଧକୁ ମଞ୍ଜୁରୀ ଦେଇଛି।

ରେମଡିସିଭର ଔଷଧର ବ୍ୟବହାର କରୋନା ଭାଇରସର ଗୁରୁତର ରୋଗୀଙ୍କ ପାଇଁ ବ୍ୟବହାର କରାଯିବ। ଇବୋଲାର ଚିକିତ୍ସାରେ କାମରେ ଆସୁଥିବା ରେମଡିସିଭର ଏକମାତ୍ର ଏପରି ଔଷଧ ଯାହା କରୋନାର ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ ନଜର ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.