'ଦେଶରେ ଖୁବଶୀଘ୍ର ଦୂରହେବ ଭ୍ୟାକସିନ୍‌ ସମସ୍ୟା, ଅଗଷ୍ଟ ମାସ ସୁଦ୍ଧା ପ୍ରତିଦିନ ଏକ କୋଟି ଲୋକଙ୍କୁ ଦିଆଯିବ ଟିକା' : ICMR

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୦୬/ ୦୧ : କରୋନାର ଦ୍ବିତୀୟ ଲହର ମଧ୍ୟରେ ଦେଶରେ ଟିକାକରଣ ଏକ ପ୍ରମୁଖ ସମସ୍ୟା ପାଲଟିଛି । ୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଭ୍ୟାକସିନର ଅଭାବ ଦେଖିବାକୁ ମିଳୁଛି । ଯାହା ଫଳରେ କରୋନା ବିରୁଦ୍ଧରେ ଲଢେଇ କେଉଁଠି ନାଁ କେଉଁଠି କମି ଦେଖାଯାଉଥିବା ଅନୁଭବ ହେଉଛି । ତେବେ ଏହାକୁ ନେଇ ବଡ ବୟାନ ଦେଇଛି ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ICMR ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ମହା ନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ, ଏହି ସମସ୍ୟା ଖୁବଶୀଘ୍ର ଶେଷ ହେବ। ଜୁଲାଇ ଶେଷ କିମ୍ବା ଅଗଷ୍ଟ ମାସ ସୁଦ୍ଧା ପ୍ରତିଦିନ ଏକ କୋଟି ଲୋକଙ୍କୁ ଭ୍ୟାକସିନ ଦିଆଯିବ । ଅର୍ଥାତ ଅଗଷ୍ଟ ମାସ ସୁଦ୍ଧା ଟିକାକରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଭ୍ୟାକସିନ ମହଜୁଦ ଥିବ । ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ ଟିକାକରଣ କରାଯିବ ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ୨୧.୫୮ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆସରିଛି । ଏଥିମଧ୍ୟରୁ କେବଳ ସୋମବାର ୧୮ରୁ୪୪ ବର୍ଷ ୧୨ ଲକ୍ଷ ୨୩ ହଜାର ୫୯୬ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିବା ବେଳେ ୧୩,୪୦୨ ଜଣଙ୍କୁ ଦ୍ବିତୀୟ ଡୋଜ ଭ୍ୟାକସିନ ନେଇଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣରେ ବର୍ତ୍ତମାନ ସୁଦ୍ଧା ୨କୋଟି ୨ ଲକ୍ଷ ୧୦ ହଜାର ୮୮୯ ଜଣ ପ୍ରଥମ ଡୋଜ ଏବଂ ୨୩ ହଜାର ୪୯୧ ଜଣ ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.