Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ICMRର ଆକଳନ : ଇନଫ୍ଲୁଏଞ୍ଜା ପରି ସର୍ବଦା ବିଦ୍ୟମାନ ରହିବ କରୋନା

10/07/2021 at 8:57 AM

ନୂଆଦିଲ୍ଲୀ ୧୦/୦୭: କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଦେଶରେ ଗୋଟିଏ ପରେ ଗୋଟିଏ କରୋନା ଲହର ଭୟ ବଢ଼ାଇବାରେ ଲାଗିଛି । ଏପରିକି କୁହାଯଇଛି ଅନେକ ସ୍ଥାନରେ ତୃତୀୟ ଲହର ଆସିବା ଅନୁମାନ କରାଯାଉଛି । ହେଲେ ଏହାର କେବେ ଅନ୍ତ ଘଟିବ, ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହାରି ଭିତରେ ଆଇସିଏମଆରର ରିପୋର୍ଟ ଏବେ ସମସ୍ତଙ୍କ ପାଇଁ ଭୟ ସୃଷ୍ଟଚି କରିଛି ।

ବିଶେଷଜ୍ଞ ଡାକ୍ତର ସମୀରଣ ପଣ୍ଡା କହିଛନ୍ତି, ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ନିର୍ଦ୍ଦିଷ୍ଟ ଅଂଚଳରେ କରୋନା ରହିବ । ଏହି ଭୂତାଣୁ ଜନିତ ରୋଗ ଥଣ୍ଡା ଜ୍ୱର ବା ସର୍ଦ୍ଦି କାଶ ଭଳି ରୋଗରେ ପରିଣତ ହେବ । ଏହା ସର୍ବଦା ବିଦ୍ୟମାନ ହେବ ବୋଲି ସେ ଆକଳନ କରିଛନ୍ତି । ଅର୍ଥା ଆମେ ଯେପରି ପର୍ତିବର୍ଷ ଜ୍ୱର ଥଣ୍ଡା କାଶରେ ପୀଡିତି ହୋଇ ଔଷଧ ସେବନ କରୁ । ଠିକ୍ ସେହିପରି କରୋନା ପ୍ରତିବର୍ଷ ଆମ ଶରୀରରେ ରହିବ ।

ତେବେ ଏଥିପାଇଁ କୌଣସି ଔଷଧ ନଥିବାରୁ ଏଥିପାଇଁ ଅଧିକ ବିପଦ ଥିବା ଲୋକଙ୍କୁ ପ୍ରତିବର୍ଷ ଟିକା ନେବାକୁ ପଡିପାରେ । ମହାମାରି ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଡ.ସମୀରନ ପଣ୍ଡାହ୍କ ଏହି ରିପୋର୍ଟ ଏବେ ସମସ୍ତଙ୍କ ଚେତାବନୀ ପାଲଟିଛ । ସେ କହିଛନ୍ତି ଯେ ଭାଇରସ ନିଜର ରୂପ ପରିବର୍ତନ କରେ ଏବଂ ଏହା ଏକ ସ୍ୱାଭାବିକ କଥା ।

୧୦୦ ବର୍ଷ ପୂର୍ବରୁ ସାଧାରଣ ଥଣ୍ଡା ଜ୍ୱର ମଧ୍ୟ ଏକ ବିଶ୍ୱ ମହାମାରୀ ଥିଲା, କିନ୍ତୁ ଏହା ଏବେ ପ୍ରତିବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଆସିଥାଏ । ଠିକ ସେହିପରି କରୋନା ମଧ୍ୟ ଏକ ଭୂତାଣୁଜନୀତ ରୋଗ, ଏହା ଅନ୍ୟ ସଂକ୍ରାମକ ରୋଗ ଭଳି ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିବ ଓ ଏଥି ନିମନ୍ତେ ପ୍ରତିବର୍ଷ ଟିକାର ଆବଶ୍ୟକତା ପଡିପାରେ ।

   Related Posts