Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ICMRଙ୍କ ବଡ଼ ସଫଳତା, କୋଭିଡ-୧୯ ଚିକିତ୍ସା ଲାଗି ହେବ ଉପଯୋଗୀ

1/10/2020 at 8:13 PM

ନୂଆଦିଲ୍ଲୀ ୧।୧୦: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଓ ହାଇଦ୍ରାବାଦର ବାୟୋଲଜିକ ଇ. ଲିମିଟେଡ ମିଳିତ ଭାବେ ଏକ ବିଶେଷ ଆଣ୍ଟି ସିରମ ବିକଶିତ କରିଛନ୍ତି। ଯାହା ଏବେ କରୋନା ଭାଇରସ ମହାମାରୀର ଉପଚାରରେ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି। ଗତ ଜାନୁୟାରୀରେ ଏହି ଆଣ୍ଟି ସିରମ ପ୍ରସ୍ତୁତ ହୋଇଥିଲା।

ସାମାନ୍ୟଭାବେ କହିଲେ ବୈଜ୍ଞାନିକମାନେ କୌଣସି ବାହ୍ୟ ବ୍ୟାକ୍ଟେରିଆ ଓ ଭୂତାଣୁ ସହ ଲଢ଼ିବା ଲାଗି ଜରୁରି ଆଣ୍ଟିବଡି ବିକଶିତ କରିଛନ୍ତି। ଏହି ଆବିଷ୍କାରକୁ ଏଥିଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ଏହା କେବଳ କରୋନା ସଂକ୍ରମଣ କାଳରେ ନୁହେଁ ପରେ ମଧ୍ୟ ସଂକ୍ରମଣରୁ ସୁରକ୍ଷା ଲାଗି ବ୍ୟବହାର କରାଯାଇପାରିବ।

ତେବେ ଆଇସିଏମଆର ଏଭଳି ଚିକିତ୍ସା ଭାରତରେ ନୂଆ ନୁହେଁ ବୋଲି କହିଛନ୍ତି। ଅତୀତରେ ମଧ୍ୟ ଏହିଭଳି ବ୍ୟାକ୍ଟେରିଅଲ ଓ ଭାଇରାଲ ସଂକ୍ରମଣର ଚିକିତ୍ସା ନିମନ୍ତେ ଏପରି ସେରମର ସହାୟତା ନିଆଯାଇଛି। ରେବିଜ୍, ହେପାଟାଇଟିସ୍-ବି, ଭେକ୍ସିନିଆ ଭାଇରସ, ଟିଟାନାସ ଓ ଡିପଥେରିଆ ଭଳି ବେମାରୀର ଚିକିତ୍ସାରେ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ତାହା ସଫଳ ହୋଇଥିଲା।

ତେବେ କୋଭିଡ-୧୯ କ୍ଷେତ୍ରରେ ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଥିବା ଲୋକଙ୍କ ପ୍ଲାଜମାର ଉପଯୋଗ ମଧ୍ୟ ଏହିପରି ଏକ ଚିକିତ୍ସା। ହେଲେ ଏଥିରେ ସମସ୍ତଙ୍କ କ୍ଷେତ୍ରରେ ଆଣ୍ଟିବଡି ସମାନ ହୋଇନଥାଏ। ଏଣୁ ପ୍ଲାଜମା ଚିକିତ୍ସା ମଧ୍ୟ ସ୍ଥଳ ବିଶେଷରେ ବିଫଳ ହେଉଛି। ତେବେ ବିକଶିତ ସେରମ ଏଥିରେ ବଡ ପରିବର୍ତ୍ତନ ଆଣିବ ବୋଲି ଆଇସିଏମଆର କହିଛନ୍ତି। ଯାହା ସାର୍ବଜନିକ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସବୁଠୁ ବଡ଼ ସଫଳତା ହେବ ବୋଲି ବିବେଚନା କରାଯାଉଛି।

   Related Posts