ସରକାରଙ୍କୁ ICMRଙ୍କ ସତର୍କତା, Corona ନିୟନ୍ତ୍ରଣ ଲାଗି ହାତରେ ମାତ୍ର ୩୦ ଦିନ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୩:  କରୋନା ସଂକ୍ରମଣ ରୋକିବା ଲାଗି ଭାରତ ହାତରେ ଆଉ ମାତ୍ର ୩୦ ଦିନ ସମୟ। ଯଦି ସରକାର ଏହି ସମୟ ସୀମା ମଧ୍ୟରେ କରୋନା ସଂକ୍ରମଣ ଆୟତ୍ତ ନ କରିପାରିବେ, ତେବେ ଏହା ଭାରତରେ ବିସ୍ଫୋରକ ରୂପ ଧାରଣ କରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର)ର ମହାନିର୍ଦ୍ଦେଶକ ବଲରାମ ଭାର୍ଗବ ଭାରତ ସରକାରଙ୍କୁ ଏଥିଲାଗି ସତର୍କ କରାଇଦେଇଛନ୍ତି। ଦେଶରେ ୮୫ଟି କରୋନା ମାମଲା ଚିହ୍ନଟ ହେବା ପରେ ଭାର୍ଗବ ଶନିବାର ଏହି ଚେତାବନୀ ଦେଇଛନ୍ତି।

{"id":238378,"width":582,"height":382,"sizeSlug":"large"}

ଦେଶରେ କରୋନା ସଂକ୍ରମଣ ଏବେ ତାର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚି ଯାଇଛି ବୋଲି ଭାର୍ଗବ କହିଛନ୍ତି। ଏଣୁ ସରକାର ଯଦି ଏବେଠୁ ପରିସ୍ଥିତି ଆୟତ କରିବାକୁ ଉଦ୍ୟମ ନ କରନ୍ତି  ତେବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାକୁ ବେଶି ସମୟ ନେବନି। ଏହି ପର୍ଯ୍ୟାୟରେ କରୋନା ସଂକ୍ରମଣ ବ୍ୟାପକ ହେବା ସହ ଦେଖୁ ଦେଖୁ ଚତୁର୍ଥ ତଥା ମହାମାରୀ ପର୍ଯ୍ୟାୟରେ ପହଞ୍ଚିଯିବ।  ଭାର୍ଗବଙ୍କ ଚେତାବନୀ ଅନୁସାରେ କରୋନା ନିୟନ୍ତ୍ରଣ ଲାଗି ଭାରତ ହାତରେ ମାତ୍ର ୩୦ ଦିନର ସମୟ ଅଛି। ଏହି ସମୟ ମଧ୍ୟରେ ସରକାର ଚାହିଁଲେ ସିଓଭିଆଇଡି-୧୯କୁ ସାମୂଦାୟିକ ସ୍ତରରେ ରୋକିପାରିବେ। ତେବେ ଏଥିଲାଗି ତତ୍ପରତାର ସହ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିବ ବୋଲି କହିଛନ୍ତି।

{"id":238384,"sizeSlug":"large"}

ସ୍ଥାନୀୟ ସ୍ତରରେ କରୋନା ନିୟନ୍ତ୍ରଣରେ ଭାରତ ସଫଳ ହୋଇଛି। ଏଣୁ ଦେଶରେ କରୋନା ଏବେବି ବ୍ୟକ୍ତିଗତ ସ୍ତରରେ ରହିଛି। ଦେଶର କୌଣସି ସ୍ଥାନରେ ଏପର୍ଯ୍ୟନ୍ତ ସାମୂଦାୟିକ ସଂକ୍ରମଣର ଅଭିଯୋଗ ମିଳିନାହିଁ। ତେବେ ଦେଶରେ କରୋନା ସଂକ୍ରମଣକୁ ରୋକିବା ଓ ଏଥିରେ ପୂର୍ଣ୍ଣଛେଦ ଟାଣିବା ଏବେବି ଆହ୍ୱାନ ହୋଇ ଛିଡା ହୋଇଛି। ତେବେ କରୋନା ନିୟନ୍ତ୍ରଣ ଲାଗି ସରକାର ଏପର୍ଯ୍ୟନ୍ତ ନେଇଥିବା ପଦକ୍ଷେପ ସନ୍ତୋଷଜନକ କହିଛନ୍ତି ଭାର୍ଗବ।

{"id":238386,"sizeSlug":"large"}

ଆଇସିଏମଆରଙ୍କ ମୁଖ୍ୟ ମହାମାରୀ ବିଶେଷଜ୍ଞ ଡା.ଆର.ଆର.ଗଙ୍ଗା ଖେଡକର ବିନା ଲକ୍ଷଣରେ କରୋନା ପରୀକ୍ଷଣ ନେଗେଟିଭ ଆସୁଥିବା କହିଛନ୍ତି। ଏଣୁ ପରୀକ୍ଷଣ ପରେ ଯଦି ଲକ୍ଷଣ ଦେଖାଦିଏ ଓ ବ୍ୟକ୍ତି ବେପରୁଆ ହୁଅନ୍ତି ତେବେ ଏହା ସମୂଦାୟରେ ବ୍ୟାପୀବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଦେଶରେ ଯଦି କରୋନା ତୃତୀୟ ପର୍ଯ୍ୟୟରେ ପହଞ୍ଚେ ଏପର୍ଯ୍ୟନ୍ତ ଅବଲମ୍ବନ କରାଯାଉଥିବା ଯାଞ୍ଚ ପ୍ରକ୍ରିୟାରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ସଂସ୍ଥାର ବୈଜ୍ଞାନିକ।  ଚୀନ ଓ ଇଟାଲୀ ସିଓଭିଆଇଡି-୧୯ ତାର ଷଷ୍ଠ ପର୍ଯ୍ୟାୟରେ ପହଞ୍ଚିସାରିଛି। ଏଠାରେ ଏବେ ଆଉ ସଂକ୍ରମଣ ନିୟନ୍ତ୍ରଣ ସମ୍ଭବ ହେଉନଥିବାରୁ ଦୈନିକ ଶହଶହ ଲୋକେ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବଢି ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.