Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବୟସ୍କଙ୍କ ଅପେକ୍ଷା ଶିଶୁଙ୍କ ଶରୀରରେ ଇମ୍ୟୁନିଟି ବେଶୀ, ଖୋଲାଯାଇ ପାରିବ ସ୍କୁଲ୍‌: ICMR

20/07/2021 at 6:32 PM

ନୂଆଦିଲ୍ଲୀ ୨୦/୭: ଦେଶରେ ପିଲାମାନଙ୍କ ପାଠ ପଢ଼ା ଠପ୍‌ ହୋଇ ପଡ଼ିଥିବା ବେଳେ କେବେ ସ୍କୁଲ୍‌ ଖୋଲିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି ପ୍ରଶ୍ନର ଜବାବ ଦେଇ ଆଇସିଏମଆର ମହାନିର୍ଦେଶକ ବଳରାମ ଭାର୍ଗବ ମଙ୍ଗଳବାର ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। କରୋନା ବିରୋଧରେ ପିଲା ଅଧିକ ମଜଭୁତ । ବୟସ୍କଙ୍କ ତୁଳନା​‌ରେ ଛୋଟ ପିଲା କରୋନାକୁ ମାତ ଦେବାରେ ସକ୍ଷମ।

ଏହା ସହ ସ୍ବିଡେନ୍‌ ଭଳି ଦେଶରେ କରୋନାର କୌଣସି ଲହରରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇନଥିଲା ବୋଲି ଡାକ୍ତର ଭାର୍ଗବ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କିଶୋରମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଭଲ ଥାଏ। ସ୍କୁଲ୍‌ ଖୋଲିବାକୁ ଯୋଜନା ହେଲେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର ବୋଲି ସେ କହିଛନ୍ତି।

ସେକେଣ୍ଡାରି ସ୍କୁଲ୍‌ ଖୋଲିବା ପୂର୍ବରୁ ପ୍ରାଇମେରି ସ୍କୁଲ୍‌ ଖୋଲିବା ନେଇ ପ୍ରଥମେ ଚିନ୍ତା କରିବା ଆବଶ୍ୟକ। ସ୍କୁଲ୍‌ର ସମସ୍ତ ଷ୍ଟାଫ୍‌ ଟିକା ନେଇସାରିବା ପରେ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯିବା ଦରକାର ବୋଲି ଆଇସିଏମଆର ମହାନିର୍ଦେଶ କହିଛନ୍ତି।

ଭାର୍ଗବ କହିଛନ୍ତି, ‘ସ୍କୁଲ୍‌ ବସ୍‌ ଡ୍ରାଇଭର, ଶିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଟିକା ଦିଆଯିବା ଦରକାର। ତାପରେ ସ୍କୁଲ୍‌ ଖୋଲିବାକୁ ଅନୁମତି ଦିଆଯିବା ଉଚିତ।’   

   Related Posts