ପ୍ରଥମେ କହିଥିଲେ ଭାରତ ୪-୦ରେ ସିରିଜ୍‌ ହାରିବ, କିନ୍ତୁ ଏବେ ପ୍ରଶଂସାରେ ପୋତିଦେଉଛନ୍ତି ଏହି ଖେଳାଳି

Published By : Prameya-News7 Bureau | January 20, 2021 IST

ସିଡ଼ନୀ ୨୦।୦୧: ଅଷ୍ଟ୍ରେଲିଆକୁ ତାର ଘରୋଇ ମାଟିରେ ପରାସ୍ତ କରି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ ହାତେଇଛି ଭାରତୀୟ ଟିମ୍‌ । ଏହି ସିରିଜ ଟିମ୍‌ ଇଣ୍ଡିଆ ବହୁ କଠିନ ଗସ୍ତ ଥିଲା । କାହିଁକି ନା ସିରିଜରେ ବୁମ୍‌ରାହ, ଅଶ୍ୱିନୀ, ଶାମୀ, ଜାଡେଜା ସମେତ ଅନେକ ଖେଳାଳି ଆହତ ହୋଇଥିଲେ , ପରେ ପରେ ଅନେକ ସଦସ୍ୟ ଟିମ୍‌ରୁ ବାଦ୍‌ ପଡିଥିଲେ । ତାପରେ ବି ଭାରତ ସିରିଜ ବିଜୟୀ ହୋଇଛି । କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଭାରତର ଏହି ବିଜୟକୁ ଚକିତ ହୋଇଛନ୍ତି । ବର୍ତ୍ତମାନର ଭାରତୀୟ ଦଳ କିପରି ଅଷ୍ଟ୍ରେଲିଆକୁ ହରାଇବାରେ ସମର୍ଥ ହେଲା , ସେନେଇ ପଣ୍ଟିଂ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ।ଏହାସହିତ ଭାରତୀୟ ଟିମ୍‌କୁ ମଧ୍ୟ ପ୍ରଶଂସାରେ ପୋତିଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ।

ସେହିପରି ପଣ୍ଟିଂ ଆହୁର ମଧ୍ୟ କହିଛନ୍ତି ଯେ, ଭାରତୀୟ ଟିମ୍‌ ବ୍ରିସ୍‌ବେନ୍‌ ଟେଷ୍ଟରେ ବିଜୟ ପାଇଁ ହକ୍‌ଦାର ଥିଲା । କିନ୍ତୁ ଅଷ୍ଟ୍ରେଲିଆ ଦଳର ଏପରି ପ୍ରଦର୍ଶନ ନେଇ ମୁଁ ଆଶ୍ଚର୍ଯ୍ୟ ରହିଛି । ଦଳରେ ଏତେ ଅଭିଜ୍ଞ ଖେଳାଳି ଥାଇ ବି ସିରିଜକୁ ହାତଛଡ଼ା କରିଛି । ତାପରେ ଏହା ଭାରତୀୟ ଯୁବ ଟିମ୍‌‌ ଥିଲା, ଯେଉଁ ଅଷ୍ଟ୍ରେଲିଆ ଠାରୁ ମ୍ୟାଚ୍‌ ଛଡାଇଆଣିଥିଲା ।

ସେହିପରି ଭାରତୀୟ ଟିମ୍‌ର ଜୋରଦାର ପ୍ରଶଂସା କରିଛନ୍ତି ପଣ୍ଟିଂ । ଅଷ୍ଟ୍ରେଲିଆର ଏହି ପୂର୍ବତନ ଅଧିନାୟକ କହିଛନ୍ତି ଯେ, ଗତ ୫ରୁ ୬ ମାସ ହେଲା ଭାରତୀୟ ଟିମ୍‌ ବହୁ କଠିନ ସମୟ ଦେଇ ଗତିକରୁଛି । ଗୋଟିଏ ସିରିଜରେ ଲଗାତର ଭାବେ ଏତେ ପରିମାଣର ଖେଳାଳି ଆହତ ହେବା , ଏବଂ ସିରିଜ୍‌ର ବାଦ୍‌ ପଡିବା । ଏପରିକି ଦଳରେ ଅଭିଜ୍ଞ ଇଶାନ୍ତ ଶର୍ମା, ଭୁବନେଶ୍ୱର କୁମାର ନଥିଲେ, ରୋହିତ ଶର୍ମା ବି ୨ଟି ଟେଷ୍ଟ ପରେ ଟିମ୍‌ରେ ଯୋଗଦେଲେ । ଦଳ ଆଘାତଜନିତ ସମସ୍ୟା ପାଇଁ ଲଗାତର ଭାବେ ଖେଳାଳିଙ୍କୁ ବିଶ୍ରାମ ଦେଉଥିଲା ।  ତାପରେ ବି ଦଳ ଦୃଢତା ସହ ଲଢେଇ କରିଥିଲା ଏବଂ ସିରିଜ ବିଜୟୀ ହୋଇଛି । କିନ୍ତୁ ଅଷ୍ଟ୍ରେଲିଆ ଟିମ୍‌ ପ୍ରଥମ ଟେଷ୍ଟ ପରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିପାରିନଥିଲା । ଯାହାର ପରିଣାମ ଟିମ୍‌କୁ ଭୋଗିବାକୁ ପଡିଛି । ସିରିଜ୍‌କୁ ୨-୧ରେ ହାରିଛି ଅଷ୍ଟ୍ରେଲିଆ ।

ସୂଚନାଯୋଗ୍ୟ ଯେ, ଆଡିଲେଡ୍‌ ଟେଷ୍ଟରେ ଭାରତୀୟ ଟିମ୍‌ ପରାସ୍ତ ପରେ ଅଷ୍ଟ୍ରେଲିଆ ୪-୦ରେ ସିରିଜି ବିଜୟୀ ହେବା ନେଇ  ରିକି ପଣ୍ଟିଂ ଦାବି କରିଥିଲା । ଯାହାକୁ ନେଇ ପଣ୍ଟିଂ ସୋସିଆଲ୍‌  ମିଡିଆରେ ଖୁବ୍‌ ଟ୍ରୋଲ ହୋଇଛନ୍ତି । ଏବେ ଭାରତୀୟ ଟିମ୍‌ ସିରିଜ୍‌ ବିଜୟୀ ପରେ ପ୍ରଶଂସା କରିବାରେ ଲାଗିଛନ୍ତି ପଣ୍ଟିଂ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.