ଜୁଲାଇ ୧୭ରେ କୁଳଭୁଷଣ ଯାଦବ ମାମଲାର ପ୍ରକାଶ ପାଇବ ରାୟ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫।୭: ପାକ୍ ସାମରିକ ଅଦାଲତ ଦ୍ବାରା ଫାଶୀ ଦଣ୍ଡାଦେଶ ପାଇଥିବା ଭାରତୀୟ ବାୟୁସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଜୁଲାଇ ୧୭ ରେ ରାୟ ପ୍ରକାଶ କରିବେ। କୁଳଭୁଷଣ ଏବେ ପାକିସ୍ତାନ ଜେଲର ବନ୍ଦୀ ଅଛନ୍ତି । କୁଳଭୁଷଣଙ୍କ ମୁକ୍ତ ପାଇଁ ଭାରତ ଆଇସିଜେର ଦ୍ବାରସ୍ଥ ହୋଇଛି । ଏପ୍ରିଲ ୨୦୧୭ ରେ ପାକ୍ ସାମରିକ ଅଦାଲତ  ପାକିସ୍ତାନରେ ଗୁଇନ୍ଦାବୃତି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ କୁଳଭୁଷଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.