Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆଜିଠାରୁ ଆଇସିଜେରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି ଆରମ୍ଭ

18/02/2019 at 9:48 AM

ହେଗ୍ ୧୮|୨:  ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଆଜି ଠାରୁ ସାର୍ବଜନିକ ଶୁଣାଣି ଆରମ୍ଭ ହେବ । ଏଥିରେ ଭାରତ ଏବଂ ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରର ସର୍ବୋଚ୍ଚ ଅଦାଲତରେ ନିଜ ନିଜର ଦଲିଲ ଦାଖଲ କରିବେ । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନ୍ତର୍ଜାତୀୟ ବିବାଦକୁ ସମାଧାନ କରିବା ଲାଗି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ପ୍ରତିଷ୍ଠା କରାଯାଇଥିଲା ।

ପାକିସ୍ତାନୀ ସେନାର ଅଦାଲତ ୨୦୧୭ ଏପ୍ରିଲରେ ଗୁପ୍ତଚର ଏବଂ ଆତଙ୍କବାଦୀ ଅଭିଯୋଗରେ ଭାରତୀୟ ନାଗରିକ ଯାଦବଙ୍କୁ ଦଣ୍ଡ ଦେଇଥିଲା । ହେଗ୍ ସ୍ଥିତ ଆଇସିଜେ କୁଳଭୂଷଣ ମାମଲାରେ ୨୦୧୯ ଫେବୃୟାରୀ ୧୮ (ସୋମବାର)ଠାରୁ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଶୁଣାଣି ଏବେ ଫେବୃୟାରୀ ୨୧ ଯାଏଁ ଚାଲିବ ।

ମାମଲାରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ହରିଶ ସାଲଭେ ଆଜି ଦଲିଲ ଉପସ୍ଥାପନ କରିପାରନ୍ତି । ପାକିସ୍ତାନର ବରିଷ୍ଠ ଆଇନଜୀବୀ ଖାବର କୁରେସୀ ଫେବୃୟାରୀ ୧୯ରେ ନିଜ ଦେଶ ପାଇଁ ଦଲିଲ ଉପସ୍ଥାପନ କରିପାରନ୍ତି । ଏହା ପରେ ଫେବୃୟାରୀ ୨୦ରେ ଭାରତ ଏହାର ଜବାବ ଦେବ । ଇସଲାମାବାଦ ଫେବୃୟାରୀ ୨୧ରେ ନିଜର ଶେଷ ଦଲିଲ ଉପସ୍ଥାପନ କରିବ ।

   Related Posts