Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଆଇସିଆଇସିଆଇ ବ୍ୟାଙ୍କ ଏବେ ଜମା ଓ ଉଠାଣ ଲାଗି ଆଦାୟ କରିବେ ଶୁଳ୍କ, ଜାଣନ୍ତୁ ଦେବାକୁ ପଡିବ କେତେ

15/09/2019 at 4:50 PM

ମୁମ୍ବାଇ : ଘରୋଇ କ୍ଷେତ୍ରର ପ୍ରମୁଖ ବ୍ୟାଙ୍କ ଆଇସିଆଇସିଆଇ ଜମା ଓ ଉଠାଣ ଉପରେ ଶୁଳ୍କ ଲାଗୁ କରିଛନ୍ତି। ବ୍ୟାଙ୍କ ଆଗୀମା ଅକ୍ଟୋବର ୧୬ ତାରିଖରୁ ଏହି ଶୁଳ୍କ ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ବେଳେ ‘ଜିରୋ ବାଲାନ୍ସ’ ଆକାଉଣ୍ଟଧାରୀଙ୍କ  ପ୍ରତ୍ୟେକ ଜମା ଓ ଉଠାଣରେ ଏବେ ଶୁଳ୍କ ଅସୁଲ ହେବ। ଏଥିରେ ଶାଖାରୁ ପ୍ରତି ୱିଦଡ୍ରଲ ଲାଗି ଗ୍ରାହକଙ୍କୁ ୧ଶହରୁ ୧ଶହ ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ଗ୍ରାହକ ମେସିନ ଜରିଆରେ ଜମା କଲେବି ଶୁଳ୍କ ପୈଠ କରିବେ ବୋଲ ବ୍ୟାଙ୍କ ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ସୂଚିତ କରିଛି। 

ଏ ନେଇ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ କରିଥିବା ଏସଏମଏସ୍ ରେ ଏବେ ଡିଜିଟାଲ ମୋଡରେ ଟ୍ରାଞ୍ଜାକ୍ସନ ଲାଗି ଗ୍ରାହକଙ୍କୁ ଉତ୍ସାହିତ କରୁଥିବା ଉଲ୍ଲେଖ କରିଛି। ଏଣୁ ମୋବାଇଲ ବ୍ୟାଙ୍କିଙ୍ଗ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ଗ୍ରହକ କରୁଥିବା ଏନଇଏଫଟି, ଆରଟିଜିଏସ୍ ଓ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଶୁଲ୍କମୁକ୍ତ କରାଯାଇଥିବା ଉଲ୍ଲେଖ କରିଛି।

ତେବେ ଜିରୋ ବାଲାନ୍ସ ଆକଉଣ୍ଟରେ ପ୍ରତ୍ୟେକ ଲେନଦେନ ଲାଗି ବ୍ୟାଙ୍କ ଶୁଳ୍କ ଲାଗୁ କରିଛି। ଏଣୁ ବ୍ୟାଙ୍କ ଏଭଳି ଆକାଉଣ୍ଟଧାରୀଙ୍କୁ ଅନ୍ୟ ବେସିକ୍ ସଭିଂସ ଆକାଉଣ୍ଟରେ ପରିବର୍ତ୍ତିତ କରିବାକୁ ଅଥବା ଆକାଉଣ୍ଟ ବନ୍ଦ କରିଦେବାକୁ ଏବେ ପରାମର୍ଶ ଦେଇଛି। ଫଳରେ ଏପର୍ଯ୍ୟନ୍ତ ଜିଲୋ ବାଲାନ୍ସ ଆକାଉଣ୍ଟର ଫାଇଦା ନେଉଥିବା ଗ୍ରାହକଙ୍କ ମଧ୍ୟରେ ଶୁଳ୍କକୁ ନେଇ ଅସନ୍ତୋଷ ଦେଖାଦେଇଛି।  

   Related Posts