ଏହି ବ୍ୟାଙ୍କ ଗ୍ରାହକଙ୍କୁ ଦେଲା ନୂଆ ସୁବିଧା : ଦୂର ହେବ ପାସଓ୍ବାର୍ଡ଼ ଚିନ୍ତା

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭/୧: ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଥିବାର ଲୋକଙ୍କ ସବୁଠୁ ବଡ଼ ସମସ୍ୟା ହେଉଛି ପାସଓ୍ବାର୍ଡ଼ ମନେ ରଖିବା। ସାଧାରଣତଃ ଲୋକେ ନେଟବ୍ୟାଙ୍କିଙ୍ଗ୍ କରିବା ସମୟରେ ପାସଓ୍ବାର୍ଡ଼ ଭୁଲି ଯାଇଥାଆନ୍ତି। ଏପରି ପରିସ୍ଥିତିରେ ୟୁଜର୍ସଙ୍କୁ ନୂଆ ପାସଓ୍ବାର୍ଡ଼ ଜେନେରେଟ୍ କରିବାକୁ ପଡ଼ିଥାଏ।

{"id":212553,"sizeSlug":"large"}

ପ୍ରାଇଭେଟ୍ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ନୂଆ ସୁବିଧା ଆରମ୍ଭ କରିଛି। ଏହା ଅନୁସାରେ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ପାସଓ୍ବାର୍ଡ଼ ଭୁଲିବା ସ୍ଥିତିରେ ଓ୍ବାନ୍ ଟାଇମ୍ ପାସଓ୍ବାର୍ଡ଼ ଜେନେରେଟ୍ କରି ଲଗ୍ ଇନ୍ କରି ପାରିବେ। ଆପଣ ନେଟବ୍ୟାଙ୍କିଙ୍ଗ୍ ଲଗଇନ୍ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ

{"id":212554,"sizeSlug":"large"}
wp:list
  • ସର୍ବପ୍ରଥ​‌ମେ ବ୍ୟାଙ୍କର ଓ୍ବେବସାଇଟ୍ www.icicibank.comରେ ଯିବାକୁ ପଡ଼ିବ।
  • ଏହି ଓ୍ବେବସାଇଟରେ ଲଗ୍ ଇନ୍ ଅପ୍ସନରେ କ୍ଲିକ୍ କରିବାକୁ ପଡ଼ିବ।
  • ଏହା ପରେ ରେଜିଷ୍ଟାରଡ ମୋବାଇଲ୍ ନମ୍ବର ଏଣ୍ଟର କରି ‘Get otp’ ଅପ୍ସନରେ କ୍ଲିକ୍ କରିବାକୁ ପଡ଼ିବ।
  • ଏହା ପରେ ଓଟିପି ଏବଂ ଡେବିଟ୍ କାର୍ଡ଼ ପିନକୁ ଏଣ୍ଟର କରି ‘Proceed’ରେ କ୍ଲିକ୍ କରିବାକୁ ପଡ଼ିବ।
  • ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କ ନେଟବ୍ୟାଙ୍କିଙ୍ଗ ଲଗ ଇନ୍ ହୋଇଯିବ।
  • ନେଟ ବ୍ୟାଙ୍କିଙ୍ଗ୍ ଭୁଲିବା ସ୍ଥିତିରେ ଓଟିପି ଆଧାରିତ ସୁବିଧାର ସବୁଠୁ ବଡ଼ ଫାଇଦା ମିଳିଥାଏ।
  • ଏହା ସହିତ ସିକ୍ୟୁରିଟିକୁ ନେଇ ମଧ୍ୟ ଏହା ଏକ ବଡ଼ ବିକଳ୍ପ ଅଟେ।
  • ଲଗ୍ ଇନ୍ ଆଲର୍ଟ ମେଲ୍ ଏବଂ ମ୍ୟାସେଜ ଜରିଆରେ ମିଳିବା ଦ୍ବାରା ଆପଣ ଅପଡେଟ୍ ରହିବେ।
/wp:list {"id":212555,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.