Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନିଜକୁ କରୋନା ମୁକ୍ତ ଘୋଷଣା କଲା ଆଇସ୍ ଲ୍ୟାଣ୍ଡ,ନେଟ୍‌ଫ୍ଲିକ୍ସର ସିରିଏଲ ସୁଟିଂ ଆରମ୍ଭ

28/04/2020 at 6:08 PM

ରିକଜାଭିକ୍: ସାରା ବିଶ୍ୱରେ କରୋନା ଭାଇରସ୍ ଏବେ ଆତଙ୍କ ସୃଷ୍ଟି କରିଛି। ତେବେ ଆଇସ୍‌ ଲ୍ୟାଣ୍ଡ କରୋନା କବଳରୁ ନିଜକୁ ମୁକ୍ତ ଘୋଷଣା କରିଛି। ଫଳରେ ସ୍ୱିଡେନ ଓ ଡେନମାର୍କ ପରେ ଆଇସ୍‌ ଲ୍ୟାଣ୍ଡ ବିଶ୍ୱର ତୃତୀୟ କରୋନାମୁକ୍ତ ରାଷ୍ଟ୍ର ହୋଇପାରିଛି। ସଂକ୍ରମଣ ମୁକ୍ତ ହେବା ପରେ ଆଇସ୍‌ ଲ୍ୟାଣ୍ଡ ଲୋକଙ୍କ ଉପରେ ଲଗାଇଥିବା କଟକଣା ହଟାଇ ଦେଇଥିବା ବେଳେ ଫିଲ୍ମ ଏବଂ ୱେବ୍‌ ସିରିଜର ସୁଟିଂ ଅନୁମତି ଦେଇଛନ୍ତି। ଫଳରେ ନେଟ୍‌ ଫ୍ଲିକ୍ସ ତାର ଆଗାମୀ ସିରିଜ ଲାଗି ସୁଟିଂ ଆରମ୍ଭ କରିଥିବା ଜଣାପଡିଛି।

ଏଥିରେ ନେଟ୍‌ଫ୍ଲିକ୍ସ ତାର ଆଗାମୀ ୱେବ୍ ସିରିଜି ‘କାଟଲା’ର ଏବେ ସୁଟିଂ ଚଳାଇଛି। ଏଭେରେଷ୍ଟ, ଦି ଓଥ୍ ଭଳି ଫିଲ୍ମରେ ନିର୍ଦ୍ଦେଶାନା ଦେଇଥିବା ନିର୍ଦ୍ଦେଶକ ବଲତାସର କୋରମକୁର ଏହି ସିରିଜର ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଖୁବ୍ କମ ଲୋକଙ୍କୁ ନେଇ ସୁଟିଂ କରୁଥିବା ଜଣାପଡିଛି। ଦେଶକୁ ମେ ସୁଦ୍ଧା କରୋନା ମୁକ୍ତ କରିବାକୁ ସରକାର ଘୋଷଣା କରିଛନ୍ତି। ଏଥିଲାଗି ଯଦିଓ କଟକଣା କୋହଳ ହୋଇଛି ତଥାପି ୨୦ରୁ ଅଧିକ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକତ୍ର ହେବାକୁ ସରକାର କଡା କଟକଣା କରିଥିବାରୁ କମ୍‌ ସୁଟିଂ କର୍ମଚାରୀଙ୍କୁ ନେଇ ଏବେ କାଟଲାର ସୁଟିଂ କରାଯାଉଛି।

ତେବେ ମେ ମାସରେ ଏଠାରେ କରୋନା କଟକଣା କୋହଳ ହେଲେ ସୁଟିଂ ଲାଗି ଆବଶ୍ୟକ ପଡୁଥିବା ବାକି ଲୋକଙ୍କୁ ଆଇସଲ୍ୟାଣ୍ଡ ପଠାଯାଇପାରେ ବୋଲି ଏବେ ଅନୁମାନ କରାଯାଉଛି। ନେଟ୍‌ଫ୍ଲିକ୍ସର ଏହି ସିରିଜ୍ ଏକ ପ୍ରକୃତିକ ବିତ୍ପାତକୁ ନେଇ ସୁଟିଂ ହେଉଛି। ଅଚାନକ ଆଗ୍ନେୟଗିରି ଉଦଗିରଣ ହେବାରୁ ଗ୍ଲାସିୟର ତରଲିବା ଓ ଏଥିଯୋଗୁ ଉପୁଜିଥିବା ପରିସ୍ଥିତିକୁ ଏଥିରେ ଚିତ୍ରିତ କରାଯିବ।

ତେବେ ଆଇସ୍ ଲ୍ୟାଣ୍ଡ ଏତେ ଶୀଘ୍ର କରୋନା ମୁକ୍ତ ହେବା ପଛରେ ଏହାର ଜନ ସଂଖ୍ୟା ହିଁ ମୂଳ କାରଣ। ଏହି କ୍ଷୁଦ୍ର ଦେଶର ମୋଟ ଜନ ସଂଖ୍ୟା ମାତ୍ର ୬୪ ଲକ୍ଷ। ଏଣୁ କରୋନା ସଂକ୍ରମଣରେ ସାମାଜିକ ଦୂରତା ଲାଗି ସରକାରଙ୍କ କଟକଣା ଯୋଗୁ ଦେଶ ସଂକ୍ରମଣ ମୁକ୍ତ ହୋଇପାରିଛି। ଆକ୍ରାନ୍ତଙ୍କ ତୁରନ୍ତ ଚିହ୍ନଟ ସହ ସାମାଜିକ ଦୂରତା କଡାକଡି ପାଳନ ହେବାରୁ ଦେଶରେ ଗତ ସପ୍ତାହେ ହେଲା ଜଣେ ବି ସଂକ୍ରମିତ ମିଳି ନାହାନ୍ତି।

   Related Posts