ଗ୍ରୀଷ୍ମରେ ଖାଆନ୍ତୁ ନାହିଁ ବରଫ ପ୍ରସ୍ତୁତ ଚୁସ୍କି ଅଥବା ଆଇସକ୍ରିମ, ହୋଇପାରେ ସ୍ବାସ୍ଥ୍ୟଗତ ସମସ୍ୟା

Published By : Prameya-News7 Bureau | May 11, 2019 IST

ପିଲା ହୁଅନ୍ତୁ କି ବୁଢା ଭୀଷଣ ଗ୍ରୀଷ୍ମରେ ଆଇସ୍କ୍ରିମ ଓ ବରଫ ପ୍ରସ୍ତୁତ ଚୁସ୍କି ସମସ୍ତଙ୍କର ପସନ୍ଦ। ଗଳି ମୁଣ୍ଡରେ ବୁଲା ବେପାରୀ ଡାକଦେବା ବେଳକୁ ପହଞ୍ଚି ଯାଆନ୍ତି ଗ୍ରାହକ। ତେବେ ଏଭଳି ଆଇସ୍କ୍ରିମ ଓ ଚୁସ୍କି ଖାଦ୍ୟ ଉପଯୋଗୀ କି ନୁହେଁ ତାହା ଆପଣ ଜାଣନ୍ତି କି ? ଯଦି ଜାଣି ନାହାନ୍ତି ତେବେ ଦେଶରେ ପ୍ରସ୍ତୁତ ହେଉଥିବା ବରଫ ମଧ୍ୟରୁ ଅଧିକାଂଶ ଖାଦ୍ୟ ଅନୁପଯୋଗୀ ବୋଲି ଜଣାପଡିଛି। ବୃହନମୁମ୍ବାଇ ନଗରପାଳିକାଙ୍କ ଏକ ସର୍ଭେରୁ ମୁମ୍ବାଇ ମହାନଗର ଅଞ୍ଚଳର ରାସ୍ତାକଡରେ ବିକ୍ରି ହେଉଥିବା ପେୟ ପଦାର୍ଥ ଓ ଆଇସ୍କ୍ରିମ ମଧ୍ୟରୁ ୮୧ ପ୍ରତିଶତ ପାନୀୟ ଯୋଗ୍ୟ ନୁହେଁ ।

{"id":110910}

ଗତମାସରେ ପ୍ରଶାସନ ପକ୍ଷରୁ ରାସ୍ତା କଡରେ ବିକ୍ରୟ ହେଉଥିବା ଆଖୁରସ, ସରବତ ଓ ବରଫରେ ପ୍ରସ୍ତୁତ ଚୁସ୍କିର ନମୁନା ସଂଗ୍ରହ କରି ପରୀକ୍ଷଣ ନିମନ୍ତେ ପଠାଇଥିଲେ। ଏ ସବୁରେ ଦୂଷିତ ପଦାର୍ଥ ଓ ପାଣି ଥିବା ଜଣା ପଡିବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଗତ ଅପ୍ରେଲ ମାସରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ବେଳେ ସଂଗୃହୀତ ୩୮୫ ବରଫ ନମୁନାରୁ ୩ଶହ ନମୁନା ଖାଦ୍ୟ ଉପଯୁକ୍ତ ନୁହେଁ ବୋଲି ଜଣାପଡିଥିଲା। ଏଣୁ ସହରରେ ଏଭଳି ସାମଗ୍ରୀର କାରବାର କରୁଥିବା ଲୋକଙ୍କ ପ୍ରତି ଏବେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ, ଯେଉଁଠାରେ ଏଭଳି ସାମଗ୍ରୀ ପ୍ରସ୍ତୁତି ଓ ବିକ୍ରୟ ହେଉଥିବା ଜଣାପଡୁଛି ସେଠାରେ ମହାନଗର ପକ୍ଷରୁ ଚଢଉ କରାଯାଇ ସେ ସବୁ ସାମଗ୍ରୀକୁ ନଷ୍ଟ କରାଯାଉଛି।

{"id":110911}

ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଲାଗି ରହିଥିବା ବେଳେ ଲୋକଙ୍କ ଚାହିଦା ଯୋଗୁ ରାସ୍ତାକଡରେ ଲେମ୍ବୁପାଣି, ଆଖୁରସ, ଲସି, ଶରବତ, ଚୁସ୍କି, ଆଇସ୍କ୍ରିମର ପସରା ମେଲିଥାଏ। ଲୋକେ ଅସହ୍ୟ ଗ୍ରୀଷ୍ମରୁ ସାମୟିକ ତୃପ୍ତି ପାଇଁ ଏସବୁ ସାମଗ୍ରୀ ଗ୍ରହଣ କରିବା ପରେ ଅସୁସ୍ଥ ହୋଇପଡୁଛନ୍ତି । ଏଣୁ ଲୋକଙ୍କ ସ୍ବାସ୍ଥ୍ୟ ସହିତ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି ମୁମ୍ବାଇ ମହାନଗର କର୍ତ୍ତୃପକ୍ଷ ସ୍ପଷ୍ଟ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.