Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବରଫ ମିସା ପାଣିରେ ଆଇସ୍ ବାଥ୍ କରନ୍ତି କ୍ରିକେଟର, ଜାଣନ୍ତୁ କାରଣ

ବିଶାଖାପାଟଣା ଟେଷ୍ଟର ଅନ୍ତିମ ଦିନରେ ମହମ୍ମଦ ସାମି ଟେମ୍ବା ବବୁମାଙ୍କ ୱିକେଟ ହାସଲ କରିବା ସହ ତାଙ୍କର ପ୍ରଥମ ସ୍ପେଲ ଶେଷ କରିଥିଲେ। ଏଣୁ ସେ ଡ୍ରେସିଂ ରୁମକୁ ମୁହାଁଇବାରୁ ହେଡକୋଚ୍ ତାଙ୍କୁ ତୁରନ୍ତ ଆଇସ୍ ବାଥ ନେବାକୁ କହିଥିଲେ। ତେବେ  କେବଳ ଗୋଟିଏ ଯଥେଷ୍ଟ ନୁହେଁ ୫ଥର ଆଇସ୍ ବାଥ ଦରକାର ବୋଲି କହିଥିଲେ ସାମି । ତେବେ ସେଦିନ ସାମି କିଛି ସମୟର ବିଶ୍ରାମ ପରେ ଆଇସ୍ ବାଥ ନେଇ ପୁଣି ମୈଦାନକୁ ଓହ୍ଲାଇଥିଲେ।

ଯେତେବେଳେ ଷ୍ଟାଡିୟମରେ ତାଙ୍କ ଲାଗି କିଛି ଅଛି ବୋଲି ସାମି ଭାବନ୍ତି ସତେବେଳେ ସେ ଆଇସ୍ ବାଥ ନିଶ୍ଚିତ ନିଅନ୍ତି। ସେଦିନ ବି ସେଇଆ ହୋଇଥିଲା। ଏଣୁ ସାମି ଆଇସ୍ ବାଥ ନେଇଥିଲେ। କେବଳ ସାମି ନୁହଁନ୍ତି ପ୍ରତ୍ୟେକ କ୍ରିକେଟର ନିଜକୁ ତାଜା ରଖିବା ଲାଗି ଖେଳ ବେଳେ ସାମାନ୍ୟ ବିଶ୍ରାମ ସହ ଆଇସ ବାଥ ନେଇ ପୁଣି ଷ୍ଟାଡିୟମକୁ ଓହ୍ଲାଇଥାନ୍ତି । ତେବେ ଆସନ୍ତୁ ଜାଣିବା ଆଇସ୍ ବାଥ କ’ଣ? କେବଳ କ୍ରିକେଟର ନୁହଁନ୍ତି ବିଶ୍ୱର ସବୁ ଆଥଲେଟ୍ ଆଇସ୍ ବାଥ ନେଇଥାନ୍ତି।

ପେଷାଦାର ଆଥଲେଟଙ୍କ ଟ୍ରେନିଂ ରୁମରେ ସେମାନଙ୍କ ଲାଗି ବରଫ ମିସା ପାଣି ପ୍ରସ୍ତୁତ ହୋଇରହିଥାଏ। ତେବେ ଏହି ପାଣିର ତାପମାତ୍ରା କେତେ ରହିବ ତାହା ସେ ସମୟର ପାଗକୁ ନେଇ ସ୍ଥିର ହୋଇଥାଏ। ବ୍ୟାୟାମ ପରେ ବରଫ ପାଣିରେ ଗାଧୋଇଲେ ମାଂସପେଷୀକୁ ଆରମ ମିଳିଥାଏ ବୋଲି ଧାରଣା ରହିଛି। ଏହା ଦ୍ୱାରା ଶରୀର ପୁଣି ଥରେ ବ୍ୟୟାମ କରିବା ଲାଗି ପ୍ରସ୍ତୁତ ହୋଇଯାଇଥାଏ ବୋଲି କୁହାଯାଏ। ଏଭଳି ସ୍ନାନ ମାଂସପେଷୀର କ୍ଷୟ ରୋକିବା ସହ ବିକାଶରେ ସହାୟକ ହୋଇଥାଏ। ଏଣୁ ଖେଳାଳି ଓ ଆଥଲେଟ୍ ମାନେ ଆଇସ୍ ବାଥ କରିଥାନ୍ତି।

288 Views

   ସମ୍ବନ୍ଧିତ ଖବର