ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର ବାସନ୍ତୀ ନାଏକ

Published By : Prameya-News7 Bureau | December 03, 2018 IST

କଳାହାଣ୍ଡି ୦୩|୧୨ : ଭିଜିଲାନ୍ସ ଜାଲରେ ଆଇସିଡିଏସ ସୁପରଭାଇଜର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇସିଡିଏସ ସୁପରଭାଇଜର ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡିଲେ । ୩ହଜାର ୫ଶହ ଟଙ୍କା ଲାଞ୍ଚ ନେବାବେଳେ ଆଇସିଡିଏସ ସୁପରଭାଇଜର ବାସନ୍ତି ନାଏକଙ୍କୁ ଗିରଫ କରିଛନ୍ତି ଭିଜିଲାନ୍ସ ଟିମ୍ । ଅଙ୍ଗନଓ୍ବାଡି ପରିଚାଳନା ପାଇଁ ଆସିଥିବା ତିନି ମାସର ବିଲ୍ ୩୫ହଜାର ୫ଶହ ଟଙ୍କା ପାସ୍ କରିବାକୁ ୧୦ପ୍ରତିଶତ ଲାଞ୍ଚ ନେବାପାଇଁ ଦାବି କରିଥିଲେ । ଏନେଇ ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳୀ ନାଏକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଆଜି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.